ପ୍ରେମ ଆରମ୍ଭ ହେଲା ଝାରପଡ଼ା ଜେଲ ଭିତରୁ… ତାପରେ ସାତ ଜନ୍ମର ସାଥି ହୋଇଛନ୍ତି 2 ଜଣ କଏଦୀ !

ପ୍ରେମ ଆରମ୍ଭ ହେଲା ଝରପଡା ଜେଲ୍ ରୁ…ପ୍ରେମ ମାନେ ନାହିଁ ବନ୍ଧବାଡ । ପ୍ରଥମ ହୋଇଥାଏ ପ୍ରେମ ପୁଣି ତାପରେ ହୋଇଥାଏ ବାହାଘର । ହଁ ଆଜ୍ଞା ପ୍ରେମ ପରେ ସାତ ଜନ୍ମର ସାଥି ଉଭୟ ହୋଇଯାଇଛନ୍ତି । କଏଦୀ କଏଦୀ ଉଭୟଙ୍କ ମଧ୍ୟରେ ବାହାଘର ହୋଇଛି । ଜଣେ ଯୁବତୀ କଏଦୀଙ୍କ ମଥାରେ ସିନ୍ଦୁର ଲଗାଇ ନିଜର ସ୍ତ୍ରୀ ରୂପରେ ଗ୍ରହଣ କରିନେଇଛନ୍ତି ଆଉ ଜଣେ ଯୁବକ କଏଦୀ । ହେଲେ ଏହି ପ୍ରେମ ବିବାହଟି ଟିକେ ନିଆରା ଅଟେ ।

କାରଣ ଏହା କୌଣସି ମଣ୍ଡପ କି ମନ୍ଦିରରେ ନୁହେଁ । ବଂର ଉଭୟ କଏଦୀଙ୍କ ବାହାଘର ଜେଲ୍ ଭିତରେ ହୋଇଛି । ଜେଲ୍ ଟି ପାଲଟି ଯାଇଛି ଗୋଟେ ବିବାହ ମଣ୍ଡପ । ଯଜ୍ଞ ଧୂଆଁରେ ପୁରା ଜେଲ୍ ଟି ମହକି ଉଠିଥିଲା । ତେବେ ଏପରି କିଛି ନିଆରା ଦୃଶ୍ୟ ଝାରପଡା ଜେଲ୍ ଭିତରେ ଦେଖିବାକୁ ମିଳିଥିଲା । ବ୍ରାହ୍ମଣ ମନ୍ତ୍ର ବୋଲି ବୋଲି ବାହାଘର କାର୍ଯ୍ୟଟିକୁ କରିଥିଲେ । ପୁରା ଜେଲ୍ ଟି ବିବାହ ମଣ୍ଡପ ଭଳି ସଜା ହୋଇଛି ।

ଝାରପଡା ଜେଲ୍ ମଧ୍ୟରେ ସତ ସତିକିଆ ବିବାହ କାର୍ଯ୍ୟକ୍ରମନ ଚାଲିଛି । ବିବାହ ହେଉଥିବା ଦୁଇ ଜଣ ଯୁବକ ଓ ଯୁବତୀ ହେଉଛନ୍ତି 2 ବିଚାରଧୀନ କଏଦୀ । ଉଭୟ ଯୁବକ କଏଦୀ ଓ ଯୁବତୀ କଏଦୀ ଜେଲ୍ ରେ ରହିଥିଲେ । ତାପରେ ସେହି ଜେଲ୍ ରୁ ହିଁ ଉଭୟଙ୍କର ପ୍ରେମ ଆରମ୍ଭ ହୋଇଥିଲା । ତାପରେ ସେହି 2 ବିଚାରଧୀନ କଏଦୀ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଯୁବକ ବିଚାରଧୀନ କଏଦୀ ମଥାରେ ସିନ୍ଦୁର ପିନ୍ଧାଇ ଯୁବତୀ ବିଚାରଧୀନ କଏଦୀକୁ ବାହା ହୋଇଛନ୍ତି ।

ତେବେ ଏହିପରି ଭାବରେ କଏଦୀ ମାନଙ୍କର ଜେଲ୍ ଭିତରେ ବାହାଘର ହେବ ଖୁବ କମ ସମୟରେ ଦେଖିବାକୁ ମିଳିଥାଏ । ବିଭିନ୍ନ ଅପରାଧ ସହ ଜଡିତ ହୋଇ ଭୁବନେଶ୍ବରର ସ୍ପେଶାଲ ଜେଲ୍ ରେ ରହିଥିବା 2 କଏଦୀଙ୍କର ବିବାହ ହୋଇଛି । ଜେଲ ବିଭାଗ ଓ କୋର୍ଟର ନିର୍ଦ୍ଧେଶ କ୍ରମେ ଉଭୟଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଜେଲର କିଛି କର୍ମକର୍ତା ମାନେ ସେଠାରେ ଉପସ୍ଥିତ ରହି ଉଭୟ ନବ ଦମ୍ପତ୍ତି କଏଦୀଙ୍କର ବାହାଘର କରାଇଥିଲେ । ଏଥିସହ ଉଭୟଙ୍କୁ ଆଶ୍ରୀବାଦ ମଧ୍ୟ ଦେଇଥିଲେ । ଖବରର ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *