ବିବାହିତା ମହିଳା ମାନେ ଏହି ଦିନରେ କେଶ ଧୋଇଲେ ଶୁଭ ! ଏଭଳି କିଛି ଦିନରେ ମହିଳା ମାନେ କେଶ ଧୋଇବା ଦ୍ଵାରା ସ୍ଵାମୀ ହୋଇଯାଏ କାଙ୍ଗାଳ !

ବନ୍ଧୁଗଣ ଆମ ସମାଜରେ ଏପରି କେତେ ଗୁଡିଏ ଧାରଣାର ପ୍ରଚଳିତ ଅଛି । ଯାହାର ସମ୍ବଦ୍ଧ ପ୍ରାଚୀନ ହିନ୍ଦୁ ଧର୍ମ ଗ୍ରନ୍ଥ ସହ ଜଡିତ ହୋଇଥାଏ । ଏହି ପରମ୍ପରା ଅନୁସାରେ କିଛି କାର୍ଯ୍ୟ ଏଭଳି ମଧ୍ୟ ଅଛି । ଯାହାକି କରିବାକୁ ବର୍ଜିତ କରାଯାଇଥାଏ । କାରଣ ଶାସ୍ତ୍ର ଅନୁସାରେ ହିନ୍ଦୁଧର୍ମରେ ପ୍ରତ୍ଯେକ ଦିନର ଅଲଗା ଅଲଗା ହିଁ ମହତ୍ଵ ରହିଥାଏ । ତେଣୁ ମହିଳା ମାନେ କେଉଁ ଦିନ ଚୁଟି ଧୋଇବା ଉଚିତ ଓ କେଉଁ ଦିନ ଚୁଟି ଧୋଇବା ଅନୁଚିତ ! ଚାଲନ୍ତୁ ସେ ସବୁ ସମ୍ପର୍କରେ ଆଜି ଆଲୋଚନା କରିବା ।

1- ଗୁରୁବାର ଦିନ ଚୁଟି କାଟିବା, ନଖ କାଟିବା ଓ ସେଭିଙ୍ଗ କରିବା ପରି କାର୍ଯ୍ୟ କରିବାକୁ ଏହି ଦିନ ବର୍ଜିତ କରାଯାଇଥାଏ । ନଚେତ ମା’ ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ ରୁଷ୍ଠ ହୋଇଯାଇଥାନ୍ତି । ତେଣୁ ଗୁରୁବାର ଦିନକୁ ସେହି ସବୁ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖିବା ଉଚିତ ।

2- ହିନ୍ଦୁ ପ୍ରଥା ଅନୁସାରେ ସମସ୍ତ ପର୍ବପର୍ବାଣୀକୁ ତିଥି ଅନୁସାରେ ପାଳନ କରାଯାଇଥାଏ । ଯାହା ଦ୍ଵାରା ଶୁଭ ହୋଇଥାଏ । ତେଣୁ ପ୍ରତ୍ଯେକଟି ଓଷାପର୍ବର ଗୋଟିଏ ଦିନ ପୂର୍ବରୁ ହିଁ ନିଜର ଚୁଟି ଧୋଇନେବା ଉଚିତ ।3- ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଅମାବାସ୍ୟା, ପୂର୍ଣ୍ଣିମା, ଏକାଦଶୀ ତିଥିରେ ମହିଳା ମାନେ ନିଜର କେଶ ଧୋଇବା ଅନୁଚିତ ହୋଇଥାଏ । ଏହି ତିଥି ମାନଙ୍କରେ କେଶ ଧୋଉଥିବା ମହିଳାଙ୍କ ଘରେ ଅଶାନ୍ତି ଲାଗି ରହିଥାଏ ।

4-ସୋମବାର ଦିନ ମହିଳା ମାନେ ନିଜର କେଶକୁ ଧୋଇପାରିବେ । ଯଦି କୌଣସି ମହିଳା ସୋମବାରରେ କୌଣସି ବ୍ରତ ରଖିଥାନ୍ତି । ତେବେ ସେହି ମହିଳା ମାନେ ସେହି ଦିନ ନିଜର କେଶକୁ ଧୁଅନ୍ତୁ ନାହିଁ ।ଯେଉଁ ମହିଳା ମାନଙ୍କର ପିଲାଙ୍କର ଜନ୍ମ ବାର ସୋମବାର ଦିନ ହୋଇଥିବ । ସେହି ମହିଳା ମାନେ ମଧ୍ୟ ସୋମବାରକୁ କେଶ ଧୋଇବା ଅନୁଚିତ । ନଚେତ ସେହି ପିଲାଙ୍କର ଅମଙ୍ଗଳ ହୋଇଥାଏ ।

5- ମଙ୍ଗଳବାର ଦିନ ମହିଳା ମାନଙ୍କୁ ନିଜର କେଶ ଧୋଇବା ଉଚିତ ନୁହେଁ । ନଚେତ ସେମାନଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିଥାଏ । ଏଥିସହ ବୈବାହିକ ଜୀବନରେ ମଧ୍ୟ ବାଧା ଉପୁଜିଥାଏ । 6- ବୁଧବାର ଦିନ ଯଦି ମହିଳା ମାନଙ୍କର ସାନ ଭାଇ ନଥାଏ । ତେବେ ସେମାନେ ଏହି ବୁଧବାର ଦିନ ନିଜ କେଶକୁ ଧୋଇପାରିବେ ।

7- ଗୁରୁବାର ଦିନ ମହିଳାଙ୍କୁ ନିଜର କେଶ ସଫା କରିବା ଉଚିତ ନୁହେଁ । ଯଦି ଦରକାର ପଡିଥାଏ, ତେବେ ହଳଦୀ ଓ ବେସନର ପେଷ୍ଟ କରି ନିଜର କେଶରେ ଲଗାଇ ଦେଇ ପରେ ନିଜର କେଶକୁ ସଫା କରି ଦିଅନ୍ତୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଏହିଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *