ଦେଖନ୍ତୁ କେମିତି ED ଅଫିସ ରେ ପୁଅକୁ ଦେଖି ଭୋ-ଭୋ ହେଇ କାନ୍ଦିଲେ ସୁନ୍ଦରୀ ଅର୍ଚ୍ଚନା…

ଆଜି ସକାଳୁ ସକାଳୁ ଅର୍ଚ୍ଚନାଙ୍କୁ ଭେଟିବା ପାଇଁ ମାନେ ନିଜ ମାଆକୁ ଭେଟିବା ପାଇଁ ଇଡି କାର୍ଯ୍ୟଳୟରେ ପହଞ୍ଚି ଥିଲା ଅର୍ଚ୍ଚନାର 5 ବର୍ଷର ପୁଅ । ଆଉ ଯେତେବେଳେ ଇଡି କାର୍ଯ୍ୟଳୟ ଭିତରକୁ ଅର୍ଚ୍ଚନାଙ୍କ ପୁଅ ପଶି ଥିଲା ଠିକ ସେତିକି ବେଳେ ଅର୍ଚ୍ଚନା ତାକୁ କୁଆଡେ ଦେଖି ଭାବବିହୁଳ ହୋଇଯାଇଥିଲେ । ଅର୍ଚନା ନିଜ ପୁଅକୁ କୁଣ୍ଢାଇ ପକାଇ ଭୋ ଭୋ ହେଇ କାନ୍ଦି ଥିଲେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାଆ-ପୁଅ କିଛି ସମୟ ପାଇଁ କଥା ବାର୍ତ୍ତା ହୋଇଥିଲେ ।

ଆଉ ପୁଅ କୁଆଡେ ପଚାରି ଥିଲା ମାଆ ତୁ କେବେ ଘରକୁ ଆସିବୁ । ତୁ କଣ ଏଇଠି ରହି ଯିବୁ ଏମିତି ଅନେକ ପ୍ରଶ୍ନ ପଚାରିଥିଲା ଅର୍ଚ୍ଚନାର ପୁଅ ଆଉ ଯାହାର ଉତ୍ତର ଅର୍ଚ୍ଚନା ଦେଇ ପାରି ନଥିଲେ । ମନ ଦେଇ ପଢିବୁ ଠିକ ସମୟରେ ଖାଇବୁ ଏମିତି କିଛି କହି ଭୋ ଭୋ ହୋଇ କାନ୍ଦି ଉଠି ଥିଲା ଅର୍ଚ୍ଚନା । ଆଉ ନିଜ ପୁଅକୁ ଜାବୁଡି ଧରି ଲୁହ ଭୁଆଇ ଥିଲା । ଏ ଦୃଶ୍ୟ ସମସ୍ତଙ୍କୁ ଭାବବିହୁଳ କରିଥିଲା ।

ବ୍ଲାକ ମେଲିଂ ମାମଲାରେ ଅର୍ଚ୍ଚନା ଗିରଫ ହେବା ଦିନ ଠାରୁ ମାଆ-ପୁଅଙ୍କର କେବେବି ଭେଟ ହୋଇ ନଥିଲା । ଆଜି ଇଡି କାର୍ଯ୍ୟଳୟରେ ପ୍ରଥମ ଥର ଭେଟ ସମସ୍ତଙ୍କୁ ଇମୋସନାଲ କରିଦେଇଥିଲା । ଆଉ ପାଖରେ ଉପସ୍ଥିତ ଥିଲେ ଅର୍ଚ୍ଚନାଙ୍କ ବାପା ସେ ଏହି ଦୃଶ୍ୟ ଦେଖି କାନ୍ଦୁ ଥିଲେ । ତେବେ ଅର୍ଚ୍ଚନା ନିଜ ପୁଅ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ସବୁ କିଛି ଠିକ ହେଇଯିବ ।

ମୁଁ ପୁଣି ଘରକୁ ଯିବି ତୋତେ ସ୍କୁଲ ଏଇକି ଯିବି ପୁଣି ଆଣିବା ପାଇଁ ଯିବି । ତୁ ଖାଉଥିବା ତୋ ମନ ପସନ୍ଦର ଜିନିଷ କରି ଦେବି । ଆଉ ଅଳ୍ପ ଦିନ ମୋ ବାବା ଟା ପରା ଟିକେ ରାହିଜା । ଏମିତି କିଛି କହି ଅର୍ଚ୍ଚନା ତା ପୁଅକୁ ବୁଝେଇ ଦେଇଥିଲା ଆଉ ତା ପରେ ସୁନ୍ଦରୀ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯାଇଛି । ଆଉ ସେପଟରେ ମଧ୍ୟ ପହଞ୍ଚି ଛନ୍ତି କୋର୍ଟରେ ଜଗବନ୍ଧୁ ଚାନ୍ଦ ।

ତେବେ ଜଗବନ୍ଧୁଙ୍କୁ 15 ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଇଡି । ଆଉ ରିମାଣ୍ଡ ମିଳିବା ପରେ ଜଗବନ୍ଧୁଙ୍କୁ ପଚରା ଉଚରା କରିବା ପାଇଁ ଇଡି ଅଫିସକୁ ନେବେ ଅଧିକାରୀ ମାନେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *