ବନ୍ଧୁଗଣ ନମସ୍କାର ତେବେ ଆପଣ ମାନେ ଯାତ୍ରା ଜଗତ ର କୁଇନ ରାନୀ ପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି ଏବଂ ଷ୍ଟେଜ ସୋ ମଧ୍ୟ କରିଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ଅଭିନେତ୍ରୀ ରାନୀ ପଣ୍ଡା କେବଳ ଅଭିନୟ କରନ୍ତି ନାହିଁ ଏହାସହିତ ଶୁଣିବାକୁ ମିଳିଥିଲା ଯେ ,ସେ ବହୁତ ଭଲ ଗୀତ ମଧ୍ୟ ଗାଆନ୍ତି ।
ଓଡ଼ିଶା ର ଲୋକମାନେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହାର କାରଣ ହେଉଛି ଯେ ସେ କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ । ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି । ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି । ଏହି ଅଭିନେତ୍ରୀ ଙ୍କୁ ଯାତ୍ରା ଜଗତର ରାଣୀ ବୋଲି କୁହନ୍ତି । ତାଙ୍କ ଡ୍ୟାନ୍ସ ଦେଖିବା ପାଇଁ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି ।
ତେବେ ଆପଣ ମାନେ ଜାଣିଥିବେ କି ବ୍ୟବସାୟୀ ସୌମ୍ୟ ଙ୍କ ଆତ୍ମହତ୍ୟା ଏବଂ ତାଙ୍କ ପ୍ରେମିକା ସୋନାଲି ନନ୍ଦ ଙ୍କ ବିଷୟରେ ଜାଣିଥିବେ । ତେବେ ମରିବା ପୂର୍ବରୁ ଶେଷ ଚିଠି । ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟ୍ । ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଦେଇଛନ୍ତି ଭୁବନେଶ୍ୱର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ଯେଉଁଥିରେ ରହିଛି ପ୍ରେମିକାର ପ୍ରତାରଣା ହେଟ୍ ଷ୍ଟୋରୀ ।
ପ୍ରାୟ ମାସେ ଧରି ଜାରି ରହିଥିବା ତ୍ରିକୋଣୀୟ ପ୍ରେମର ଯନ୍ତ୍ରଣା ଦାୟକ କାହାଣୀ । ଏସବୁ ଲେଖି ଜୀବନ ହାରି ଦେଇଛନ୍ତି ସୌମ୍ୟରଂଜନ । ଆଉ ଯାହାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ଘରୁ । ଏହା ପଛରେ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ ତେବେ ଏହାକୁ ନେଇ ନିଜ ଲାଇଭ ଭିଡିଓ ରେ ରାଣୀ ପଣ୍ଡା କହିଛନ୍ତି କି ଯେଉଁ ଝିଅ କିମ୍ବା ପୁଅ ମାନେ ପ୍ରେମର ଅର୍ଥ କୁ ବୁଝି ପାରୁ ନାହାଁନ୍ତି ।
ଯେଉଁ ମାନେ କେବଳ ଶାରୀରିକ ସମ୍ପର୍କ ରଖିବା ପାଇଁ ହିଁ ଚାହିଁଥାନ୍ତି ଏବଂ ଯେଉଁ ଝିଅ ମାନେ କେବଳ ପଇସା ହିଁ ଚାହିଁ ଥାଆନ୍ତି ସେମାନଙ୍କୁ ଲଙ୍ଗଳା କରି ରାସ୍ତା ରେ ବାଇଡ଼ଙ୍କ ଲଗେଇବା ଉଚିତ ଏବଂ ଯେଉଁମାନେ ରେପ କରୁଛନ୍ତି ସେମାନଙ୍କୁ ମଧ୍ୟ ଏହି ଭଳି ଶାସ୍ତି ମିଳିବା ଉଚିତ ।
ତେବେ ଶେଷ ରେ ସେ କହିଥିଲେ କି ଆତ୍ମହତ୍ୟା ସବୁ ବାଟର ସମାଧନ ନୁହେଁ ଯଦି ଆପଣ କାହାର ଭଲ ଚାହୁଁ ନାହାନ୍ତି ତେବେ ତାର ଖରାପ ମଧ୍ୟ ଚାହୁଁନ୍ତୁ ନାହିଁ । ପ୍ରେମ ର ଅର୍ଥ ଯଦି ବୁଝୁ ନାହଁ ତେବେ ପ୍ରେମ ହିଁ କର ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।