ଏବେ ଚୀନ ଟାର୍ଗେଟରେ ଓଡିଶା… 

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଆଉ ଏହି ଖବରଟି ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ୱାନ ଚାଇନା ପଲିଶିରେ ଟାର୍ଗେଟ ହେଇପାରେ ଭାରତ । ଟ୍ରାକନର ସ୍କାନରରେ ବି ରହିପାରେ ଓଡିଶାରେ ଏପିଜେ ଅବଦୁଲ କଲାମ ଦ୍ଵିପ ।

ତାଇବାନକୁ ଚୀନ ଟାର୍ଗେଟ କରିଥିବା ବେଳେ ବାଲିଷ୍ଟିକ ମିସାଇଲ ଓ ସାଟଲାଇଟକୁ ଟ୍ରାକ କରିପାରୁ ଥିବା ଏକ ଶକ୍ତିଶାଳି ଯୁଦ୍ଧ ଜାହାଜକୁ ଶ୍ରୀଲଙ୍କା ଅଭିମୁଖେ ପଠାଇଛି ଚୀନ । ୟୁୱାନୱାନ ଶ୍ରେଣୀର ଏହି ଜାହାଜ ଆସନ୍ତା 11 କିମ୍ବା 12 ତାରିଖରେ ଶ୍ରୀଲଙ୍କାର ହାମ୍ବନ ଟୁଟା ବନ୍ଦରରେ ପହଞ୍ଚିବର ସମ୍ଭାବନା ରହିଛି । ଆଉ ଏହାକୁ ନେଇ ସତର୍କ ହୋଇଛି ଭାରତ ।

ଯଦି ଭାରତ ମହାସାଗରରେ ଏହି ଜାହାଜ ମୁତାୟାନ ହୁଏ ତେବେ ଭାରତର ଖ୍ୟାପଣାସ୍ତ୍ର ଗତିବିଧି ଜାଣିବା ଚୀନ ପକ୍ଷେ ଅସମ୍ଭବ ହେବ ନାହିଁ । ଏପରି କି ଓଡିଶାର ଗୁରୁତ୍ଵପୂର୍ଣ୍ଣ ଏପିଜେ ଅବଦୁଲ କଲାମ ଦ୍ଵିପର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଚୀନ ଅବଗତ ହୋଇପାରେ । ଏଥି ସହିତ ଭାରତର ବାଲିଷ୍ଟିକ ମିସାଇଲ ଟେଷ୍ଟ ସମ୍ପର୍କରେ ଚୀନ ତଥ୍ୟ ପାଇ ପାରିବ । ତେଣୁ ଏହି ଜାହାଜକୁ ଆଶ୍ରୟ ଦେବାକୁ ଶ୍ରୀଲଙ୍କା ସରକାର ଗ୍ରୀନ ସିଗନାଲ ଦେଇଥିବା ସୂଚନା ମିଳୁଛି ।

ଚୀନ ନାସନାଲ ସ୍ପେସ ଦ୍ଵାରା ନିୟନ୍ତ୍ରିତ ହେଉଛି ଏହି ଜାହାଜ । ତେବେ ସବୁ ଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ହାମ୍ବନ ଟୁଟା ବନ୍ଦର ସମେତ କେତେକ ବନ୍ଦରର ପ୍ରକଳ୍ପ ପାଇଁ ଚୀନ ସହାୟତା ଦେଇଛି 1.4 ମିଲୟାନ ଡଲାର । ଏହି ବନ୍ଦରକୁ 99 ବର୍ଷ ଲିଜ୍ ରେ ଚୀନକୁ ଦେଇଛି ଶ୍ରୀଲଙ୍କା । ତାଇବାନର ସୀମାକୁ କରିଛି ଘେରା ବନ୍ଦୀ । ତାଇବାନ ପ୍ରଣାଳୀକୁ ବି ଡ୍ରାଗନ କବଜା କରିଛି ।

ତାଇବାନ ଉପରେ ଚୀନ 11ଟି ମିସାଇଲ ମାଡ କରିଥିବା ବେଳେ କେତେକ ଖ୍ୟାପଣାସ୍ତ୍ର ଜୱାନର ସୀମାକୁ ଛୁଇଁ ଥିବା ନେଇ ଅଭିଯୋଗ କରିଛି ଜୱାନ । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *