2 ଜଣ ଯୁବକଙ୍କୁ ଉଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଲେ ଟ୍ରାଫିକ କର୍ମଚାରୀ, ଡେଇଁ ପଡିଲେ ପାଣିକୁ, ଆଉ ତା’ପରେ…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ, ମଣିଷ ଏମିତି ଏକ ପ୍ରାଣୀ ଯାହା ଭିତରେ ଦେବତା ଭଳି ଗୁଣ ରହିଛି ଆଉ ତା ଭିତରେ ରାକ୍ଷସ ଭଳି ଗୁଣ ମଧ୍ୟ ରହିଛି । କେତେବେଳେ ରକ୍ତ ସଂପର୍କକୁ ସ୍ଵାର୍ଥ ପାଇଁ ବଳି ପକାଇ ଦେଉଛି ତ ଆଉ କେବେ ସେହି ମଣିଷ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛି । ସତରେ ଆଜିର ମଣିଷର ମନକୁ ବୁଝିବା ଭାରି କଷ୍ଟକର ଅଟେ । ସମ୍ପର୍କର ଦ୍ଵାହି ଦେଇ କେହି ଅନ୍ୟକୁ ଠକି ଦେଉଛି ତ ଆଉ କିଏ ନିଜର କର୍ତ୍ତବ୍ୟ ଠାରୁ ଉର୍ଦ୍ଧରେ ରହି ମଣିଷପଣିଆର ଉଦାହରଣ ଦେଉଛି ।

କେତେ ପଇସା ପାଇଁ ଗରିବ ନିରୀହକୁ କଷ୍ଟ ଦେଉଛି ତ ଆଉ କେବେ ନିଜର ଭାଇଚାରା ପାଇଁ ଧନକୁ ପଛରେ ପକାଇ ସମାଜ ଆଗରେ ଦୋଷୀ ହେଉଛି ମଣିଷ । ଆଜିର ଏହି ମଣିଷ ପଣିଆକୁ ବଖାଣିବାର ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଣେ ଟ୍ରାଫିକ କର୍ମଚାରୀଙ୍କ ଅନ୍ୟ ପ୍ରତି ଥିବା ଦରଦକୁ ସମାଜ ଆଗରେ ଉପସ୍ଥାନ କରିବା । ଆପଣ ମାନେ ଥରେ ଏହି ଭିଡିଓ ଉପରେ ନଜର ପାକନ୍ତୁ ।

କାରଣ ଆମେ ଆପଣଙ୍କୁ ଯାହା କହିବାକୁ ଚାହୁଁଚୁ ଆପଣ ଏହି ଭିଡିଓ ଦେଖି ନିଶ୍ଚୟ ବୁଝି ପାରିବେ । ଘଟଣା ଟି ହେଉଛି ରାସ୍ତାରେ ଯାଉଥିବା ଦୁଇ ଜଣ ବାଇକ ଆରୋହି ଭାରସମ୍ୟ ହରାଇ ଏକ ଗଭୀର ନାଳକୁ ଖସି ପଡିଥିଲେ ଆଉ ମରଣ ସହ ସଂଘର୍ଷ କରୁଥିଲେ । ଠିକ ସେହି ସମୟରେ ଦେବଦୂତ ସାଜି ପହଞ୍ଚିଥିଲେ ଲକ୍ଷ୍ନୌ ର ଜଣେ ଟ୍ରାଫିକ କର୍ମଚାରୀ ପଙ୍କଜ ପାଣ୍ଡେ । କେହି କିଛି ଭାବିବା ଆଗରୁ ନିଜ ଜୀବନକୁ ବାଜି ଲଗାଇ ଦୁଇ ଯୁବକ ଙ୍କୁ ଉଧାର କରିବା ଲାଗି ପାଣି ଭିତରକୁ ଡେଇଁ ପଡିଥିଲେ ।

ଆଉ ଦୁଇ ଯୁବକଙ୍କୁ ଉଧାର କରିସାରିବା ପରେ ହିଁ ନିଜେ ଉପରକୁ ଆସିଥିଲେ । ନିଜର ଡିୟୁଟି ରୁ ବାହାରି ଏଭଳି ମହାନ କାମ କରିବା ତାଙ୍କ ପାଇଁ ଯେତିକି ବିପଦ ଥିଲା ସେତିକି ପ୍ରଶଂସା ଯୋଗ୍ୟ ମଧ୍ୟ ଥିଲା । କିନ୍ତୁ କିଛି ମିଠା କଥା ଆଉ ଲୋକଙ୍କ ସାବାସି ପାଇବା ପାଇଁ ସେ ଜେ ପାଣି ଭିତରୁ ଡେଇଁ ପଡିଥିଲେ ତାହା ନୁହେଁ ଆଜ୍ଞା ବରଂ ବିପଦ ମୁହଁକୁ ଯାଇଥିବା ଦୁଇ ଦେଶର ଲୋକଙ୍କୁ ବଞ୍ଚାଇବା ଥିଲା ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ।

ଆଜିର ସମୟରେ ଜନ୍ମ କରିଥିବା ପୁଅ ବାପା ମା ଙ୍କୁ ଏଡାଇ ଦେଉଛି । ଆଉ ରାସ୍ତା କଡ ରେ ପଡିଥିବା ଲୋକଙ୍କ କଥା ପଚାରେ ବା କିଏ ? ଯଦି ପ୍ରତେକ ବ୍ୟକ୍ତି ନିଜର ସ୍ଵାର୍ଥ ଭୁଲି ଅନ୍ୟ ଆଖି ରୁ ଲୁହ ପୋଛିବା କଥା ଭାବିବେ ତେବେ ମଣିଷ ସମାଜରେ ବଡ ପରିବର୍ତ୍ତନ ଆସଜୀବ । ସାହାଜ୍ଯ ଏମିତି ଏକ ଜିନିଷ ଯାହା ମଣିଷ ପାଖକୁ ଦୁଇ ଗୁଣା ହୋଇ ଫେରିଥାଏ ।

ତେଣୁ ଅନ୍ୟ ମାନଙ୍କୁ ସାହାଜ୍ଯ କରି ସେମାନଙ୍କୁ ହସାଇବା ସହ ଆପଣ ନିଜେ ମଧ୍ୟ ହସନ୍ତୁ । ବନ୍ଧୁଗଣ ଆପଣ ମାନଙ୍କର ଟ୍ରାଫିକ କର୍ମଚାରୀଙ୍କର ଏଭଳି ମହାନ ଅକାମ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *