ବନ୍ଧୁଗଣ ନମସ୍କାର, ତେବେ ଲୁଚୁଛି ପୁଅ, ମାଆ କିନ୍ତୁ ଖୋଲୁଛନ୍ତି ମୁହଁ । ଦୀପିକା ଦିନେଶ ଙ୍କୁ ଚାହୁଁଥିବା ବେଳେ ଦିନେଶ ଙ୍କ ମାଆ କହୁଛନ୍ତି କୋର୍ଟ ଉପରେ ଭରସା ଅଛି । ଦିନ ଗଡ଼ୁଛି ସମୟ ବି ଗଡ଼ୁଛି । କିନ୍ତୁ ଦୀପିକା ଙ୍କ ପାଖରେ କେହି ନାହାନ୍ତି । ଦୀପିକା ଅଭିଯୋଗ କରୁଛନ୍ତି ଯେ ମୋ ଶାଶୂଘର ପରିବାର ଲୋକେ ମୁଁ ରହିଥିବା ସ୍ଥାନରେ ଅଳିଆ ପକାଉଛନ୍ତି । କିନ୍ତୁ ଶାଶୁ କହୁଛନ୍ତି ସେ ସବୁ ମିଛ । ଦୁଇ ଦିନ ତଳେ ଦୀପିକା କହିଥିଲେ ଯେ, ଦିନେଶ ଙ୍କ ଘରେ ଯେଉଁ କୁକୁର ଟି ରହିଛି ତାକୁ ସେ ତାଙ୍କୁ ଗିଫ୍ଟ ରେ ଦେଇଥିଲେ ।
ଯାହାର ଦାମ ଥିଲା ୧୮ ହଜାର ଟଙ୍କା । କିନ୍ତୁ ଏପଟେ ଦିନେଶ ଙ୍କ ମାଆ କହୁଛନ୍ତି ଯେ, ସେହି କୁକୁର କୁ ସେ ଭୁବନେଶ୍ୱର ର ଜଣେ ସମ୍ପର୍କୀୟ ଙ୍କ ପାଖରୁ ଆଣିଛନ୍ତି ଯାହାର ଦାମ ଥିଲା ୨୦ ହଜାର ଟଙ୍କା । ଦିନେଶ ଙ୍କ ମାଆ କହୁଛନ୍ତି ଯେ, ଦୀପିକା ଯାହା ସବୁ କହୁଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ । ଏହା କେବଳ ତାଙ୍କୁ ଲୋକଲଜ୍ଜ୍ୟା କରିବାର ପ୍ଲାନ । ଯେଉଁ ଦିନ ଠାରୁ ସେ ଆମ ନାଁ ରେ କେସ ଦେଲାଣି ସେବେଠାରୁ ଆମକୁ ରାତିରେ ନିଦ ହେଉନାହିଁ ।
ଯଦି ଦୀପିକା ମୋ ପୁଅ କୁ ଭଲ ପାଉଥିଲା ତେବେ ମୋ ପୁଅ ନାଁ ରେ ରେପ୍ କେସ କାହିଁକି ଦେଲା । ଏବେ ଏଠାରେ ବସିକି କହୁଛି ମୋତେ ନ୍ୟାୟ ଦିଅ । ସେ ଏହା ମଧ୍ୟ କହିଛନ୍ତି ଯେ, ତାକୁ ବୋହୁ ରୂପରେ ଗ୍ରହଣ କରିବ ନାହିଁ । ଯେବେ ସେ ମୋ ପୁଅ ନାଁ ରେ କରିଥିବା କେସ କୁ ଉଠାଇବ ସେବେ ହିଁ ତାକୁ ବୋହୁ କରି ଘରକୁ ନେବି । ସେ କହିବାନୁଯାୟୀ ପ୍ରମିଳା ତ୍ରିପାଠୀ ଙ୍କ ଏଥିରେ କୌଣସି ରୋଲ ନାହିଁ କିନ୍ତୁ ସେ ତାଙ୍କୁ ହାରାସମେଣ୍ଟ କରୁଛନ୍ତି ।
ମୁଁ ଉଭୟ ଙ୍କ ପ୍ରେମ ସମ୍ପର୍କ ବିଷୟରେ କିଛି ଜାଣି ନଥିଲି । ଯେତେବେଳେ ମୋ ପାଖକୁ ଥାନା ରୁ ଫୋନ ଆସିଥିଲା ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲି । ସେତେବେଳେ ଜାଣିଲି ଯେ ମୋ ପୁଅ ନାଁ ରେ ରେପ କେସ ଦିଆଯାଇଛି । ତେବେ ଦିନେଶ ଙ୍କ ମାଆ ହାତ ଯୋଡ଼ି କହିଛନ୍ତି ଯେ, କୋର୍ଟ ର ଯାହା ରାୟ ଆସିବ ତାହା ସେ ମାନିବାକୁ ବାଧ୍ୟ । ତେବେ ଏଠାରେ କିଏ ସତ କହୁଛି ଓ କିଏ ମିଛ କହୁଛି ତାହା ତ ଭବିଷ୍ୟତ ରେ ହିଁ ଜଣା ପଡ଼ିବ ।
ଦୀପିକା ଯାହା କହୁଛନ୍ତି ଦିନେଶ ଙ୍କ ମାଆ ତା’ର ବିପରୀତ କଥା କହୁଛନ୍ତି । ଏଠାରେ କିଏ କାହାକୁ ଧୋକା ଦେଉଛି ତାହା ତ ସମୟ କହିବ । ତେବେ କେବେ ଦୀପିକା ଓ ଦିନେଶ ଙ୍କ ଘଟଣା ରେ ପୂର୍ଣଛେଦ ପଡ଼ିବ ତାହାକୁ ହିଁ ଅପେକ୍ଷା ରହିଛି । ତେବେ ଆପଣ ମାନେ ଏହି ସମ୍ବନ୍ଧ ରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।