ଦୀପାବଳୀ ଦିନ କରନ୍ତୁ ନାହଁ ଏହି ସବୁ କାମ ନ ହେଲେ ହେଇଯିବେ ଭିକାରି- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦୀପାବଳି ହେଉଛି ହିନ୍ଦୁ ଧର୍ମ ରେ ପାଳନ କରା ଯାଉଥିବା ପର୍ବ ମଧ୍ୟରୁ ଅନ୍ୟତମ ପର୍ବ । ଏହି ପର୍ବ ରେ ପ୍ରାୟ ସମସ୍ତଙ୍କ ଘରେ ମାତାଲକ୍ଷ୍ମୀ ଙ୍କ ପୂଜା କରା ଯାଇଥାଏ । କାରଣ ସମସ୍ତ ଙ୍କ ମନରେ ଏହା ବିଶ୍ୱାସ ରହିଥାଏ ଯେ, ଦୀପାବଳି ଦିନ ମାତାଲକ୍ଷ୍ମୀ ଘରେ ଧନର ବର୍ଷା କରିଥାନ୍ତି ଏବଂ ଘରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ ।

ଶାସ୍ତ୍ର ଅନୁସାରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯେଉଁ କାର୍ଯ୍ୟ ଗୁଡ଼ିକୁ ଦୀପାବଳି ଦିନ କରିବା ଆଦୋୖ ଉଚିତ ନୁହେଁ । ଏହି କାର୍ଯ୍ୟ କରିବା ଦ୍ୱାରା ମାତାଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ଦୀପାବଳି ଦିନ ଘରକୁ କେବେବି ଅପରିଷ୍କାର କରନ୍ତୁ ନାହିଁ । କାରଣ ଘର ମଇଳା ହେଲେ ମାତାଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏହି ଦିନ ନିଜ ମନରେ କଦାପି ଅହଂକାର ରଖନ୍ତୁ ନାହିଁ ଏବଂ କୌଣସି ବ୍ୟକ୍ତି ସହିତ ଝ-ଗ-ଡ଼ା କରନ୍ତୁ ନାହିଁ । ସଦା ସର୍ବଦା ନିଜ ମନକୁ ପ୍ରଫୁଲ୍ଲିତ ରଖନ୍ତୁ । ଗୁରୁଜନ ମାନଙ୍କ ସମ୍ମାନ କରନ୍ତୁ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ପବିତ୍ର ଦୀପାବଳି ପର୍ବ ରେ ମ-ଦ୍ୟ-ପା-ନ କରନ୍ତୁ ନାହିଁ । ଅଥବା ଅନ୍ୟ କୌଣସି ନି-ଶା ଦ୍ର-ବ୍ୟ ସେବନ କରନ୍ତୁ ନାହିଁ । ନଚେତ ଏପରି କରିବା ଦ୍ୱାରା ମାତାଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଯିବେ ଏବଂ ଏହା ହିଁ ଆପଣଙ୍କ ଦାରିଦ୍ର୍ୟତା ର କାରଣ ସାଜିବ ।


୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଝାଡୁ ହେଉଛି ମାତାଲକ୍ଷ୍ମୀ ଙ୍କ ପ୍ରତୀକ । ତେଣୁ ଝାଡୁ କୁ ଆଦର କରିବା ଆବଶ୍ୟକ । ଦୀପାବଳି ଦିନ ଭୁଲ ରେ ବି ଝାଡୁ କୁ ପାଦ ରେ ମା-ର-ନ୍ତୁ ନାହିଁ । ଏହା ଆଦୋୖ ଉଚିତ ନୁହେଁ । ଆପଣ ସେହି ଦିନ ଘରେ ଝାଡୁ କରିବା ପରେ ଝାଡୁ କୁ ଏଭଳି ସ୍ଥାନରେ ରଖନ୍ତୁ ଯେପରି ଅନ୍ୟ କୌଣସି ବ୍ୟକ୍ତି ର ନଜର ଝାଡୁ ଉପରେ ପଡ଼ିବ ନାହିଁ । ଏହା ସହିତ ଦୀପାବଳି ଦିନ ସନ୍ଧ୍ୟା ସମୟ ରେ ଶୁଅନ୍ତୁ ନାହିଁ । ନଚେତ ମାତାଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ । ବରଂ ଆପଣ ଏହି ସମୟ ରେ କୌଣସି ଧାର୍ମିକ କାର୍ଯ୍ୟ ରେ ନିଜର ମନ ଲଗାନ୍ତୁ ।


୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଦୀପାବଳି ହେଉଛି ଆଲୋକ ର ପର୍ବ । ତେଣୁ ଏହି ଦିନ ସମ୍ପୂର୍ଣ୍ଣ ଘରକୁ ଦୀପ ର ଆଲୁଅ ରେ ସଜାନ୍ତୁ । ଗୃହ କୁ ବିଲକୁଲ ବି ଅନ୍ଧାର ରଖନ୍ତୁ ନାହିଁ । କଥାରେ ଅଛି ମାତାଲକ୍ଷ୍ମୀ ଏହି ଦିନ ଆଲୋକିତ ଥିବା ସ୍ଥାନ କୁ ପ୍ରବେଶ କରନ୍ତି । ଏହା ସହିତ ମୁଖ୍ୟ କଥା ଟି ହେଉଛି ଦୀପାବଳି ରେ କେବେବି ଜୁଆ ଖେଳନ୍ତୁ ନାହିଁ । ନଚେତ ଆପଣ ଓ ଆପଣଙ୍କ ପରିବାର ମାତାଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ରୁ ବଞ୍ଚିତ ହେବେ । ତେଣୁ ଆପଣ ଯଦି ମାତାଲକ୍ଷ୍ମୀ ଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଉପୋରକ୍ତ କଥା କୁ ମାନି ଦୀପାବଳି ପର୍ବ ର ପାଳନ କରନ୍ତୁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *