Vastu Tips- ଦୀପାବଳିରେ ଘରକୁ ଆଣନ୍ତୁ ଏହି 8 ଟି ଜିନିଷ, ଘରେ ହେବ ଧନର ବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ହିନ୍ଦୁ ଧର୍ମ ରେ ଦୀପାବଳି ହେଉଛି ଏକ ଶ୍ରେଷ୍ଠ ପର୍ବ ଅଟେ । ଏହି ପର୍ବ ରେ ଘରେ ଧନ ଓ ସୁଖ ସମୃଦ୍ଧି ପ୍ରାପ୍ତି ର କାମନା କରି ମାତାଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ରହିଛି ଯାହାକୁ ଏହି ପବିତ୍ର ଦୀପାବଳି ରେ ଘରକୁ ଆଣିବା ଦ୍ୱାରା ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ ଏବଂ କେବେବି ଧନର ଅଭାବ ରୁହେ ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଏହି ପବିତ୍ର ଦୀପାବଳି ରେ ଆପଣ ନିଜ ଘରକୁ ପିତଳ ର ପାତ୍ର ଆଣିବା ଦ୍ୱାରା ଆପଣଙ୍କ ଜୀବନ ରେ ଥିବା ସମସ୍ତ ସମସ୍ୟା ତୁରନ୍ତ ଦୂର ହୋଇଯିବ । ଏହା ଅତ୍ୟନ୍ତ ଶୁଭଦାୟକ ଅଟେ । ତେଣୁ ଆପଣ ନିଶ୍ଚିତ ଭାବରେ ଦୀପାବଳି ଦିନ ପିତଳ ର ପାତ୍ର ଘରକୁ ଆଣନ୍ତୁ ।


୨. ଦ୍ବିତୀୟତଃ, ପବିତ୍ର ଦୀପାବଳି ରେ ରୁପା ର କିଛି ଜିନିଷ ଘରକୁ ଅଣା ଯାଇଥାଏ । ଏହି ଦିନ ରୁପା ର ଜିନିଷ କିଣିଲେ ଯଶ, କୀର୍ତ୍ତି ଏବଂ ସମ୍ପତ୍ତି ର ବୃଦ୍ଧି ହୋଇଥାଏ ।

୩. ତୃତୀୟତଃ, ଦୀପାବଳି ଦିନ ଆପଣ କଉଡ଼ି କ୍ରୟ କରି ପୂଜା କରନ୍ତୁ ଏବଂ ତାକୁ ନିଜ ସିନ୍ଦୁକ ରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କେବେବି ଧନ ହାନି ହେବ ନାହିଁ ।

୪. ଚତୁର୍ଥତଃ, ଦୀପାବଳି ଦିନ ଏହି ମଞ୍ଜି କୁ ଆଣି ରୋପଣ କରିଲେ ଘରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ ।


୫. ପଞ୍ଚମତଃ, ଏହି ଦୀପାବଳି ଦିନ ମାତାଲକ୍ଷ୍ମୀ ଓ ଗଣେଶ ଙ୍କ ମୂର୍ତ୍ତି ସହିତ ମାଟି ଦୀପ କ୍ରୟ କରିବା ଉଚିତ ହୋଇଥାଏ । ତେଣୁ ଆପଣ ଏହି ସମସ୍ତ ଜିନିଷ ପବିତ୍ର ଦୀପାବଳି ରେ ନିଶ୍ଚିତ ଭାବରେ କ୍ରୟ କରନ୍ତୁ ।

୬. ଷଷ୍ଠତଃ, ଦୀପାବଳି ଦିନ ଶଙ୍ଖ ଅବଶ୍ୟ କିଣନ୍ତୁ । ସେହି ଶଙ୍ଖ କୁ ଆପଣ ପୂଜା ସମୟ ରେ ବଜାନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ର ବିନାଶ ଘଟିଥାଏ ଏବଂ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ।

୭. ସପ୍ତମତଃ, ପବିତ୍ର ଦୀପାବଳି ରେ ଘରକୁ ଝାଡୁ ନିଶ୍ଚିତ ଭାବରେ ଆଣନ୍ତୁ । ଝାଡ଼ୁ ହେଉଛି ମାତାଲକ୍ଷ୍ମୀ ଙ୍କ ପ୍ରତୀକ । ଏହି ଦିନ ଘରକୁ ଝାଡୁ ଆଣି ସେଥିରେ ଘର ଓଳାଇବା ଦ୍ୱାରା ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ବାହାରକୁ ଚାଲି ଯାଇଥାଏ ଏବଂ ମାତାଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତି ।


୮. ଅଷ୍ଟମତଃ, ଦୀପାବଳି ଦିନ ଘରକୁ ଏକ ଲୁଣା ପ୍ୟାକେଟ ଅବଶ୍ୟ ଆଣନ୍ତୁ । ସେହି ଲୁଣ କୁ ପାଣି ରେ ମିଶାଇ ଘର ପୋଛା କରନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ସକରାତ୍ମକ ଉର୍ଜା ର ପ୍ରବେଶ ହୋଇଥାଏ ଏବଂ ଆପଣ ଯଦି କୌଣସି କରଜ ରେ ବୁଡ଼ି ଅଛନ୍ତି ସେଥିରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଥାଏ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *