Vastu Shastra- ଦୀପାବଳିରେ ଏହି 5 ଟି ଜାଗାରେ ନିଶ୍ଚୟ ଦୀପ ଲଗାନ୍ତୁ, ମା’ ଲକ୍ଷ୍ମୀ କରିବେ ଧନର ବର୍ଷା

ନମସ୍କାର ବନ୍ଧୁଗଣ ତେବେ କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟାଅମାବାସ୍ୟା କହନ୍ତି ।

ତେବେ ରାମାୟଣ ଅନୁସାରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ତେବେ ଏହି ଦିନ ଘରେ ଏପରି ସ୍ଥାନ ରହିଛି ଯେଉଁଠି ଦୀପ ଜାଳିବା ଦ୍ୱାରା ଆପଣ ଙ୍କ ଜୀଵନ ରେ ଖୁସି ଏବଂ ଉନ୍ନତି ଆସିବ । ତେବେ ଆସନ୍ତୁ ଜାଣିନେବା ସେହି ସ୍ଥାନ ଗୁଡିକ କଣ କଣ ।

୧- ପ୍ରଥମ ରେ ହେଉଛି ଆମେ ଦୀପାବଳୀ ଦିନ ନିଜ ଘରେ ଦୀପ ଗୁଡିକ କୁ ସଜାଇ ଲଗେଇ ଥାଉ ସବୁ ଘରକୁ ଆଲୋକିତ କରିଥାଉ ଏବଂ ଘର ବାହାରକୁ ମଧ୍ୟ ଆଲୋକିତ କରିଥାଉ । ତେବେ ଘରେ ଦୀପ ଜାଳିବା ସହ ଗୋଟିଏ ଦୀପ ନେଇ ଅଶ୍ୱତଥ ଗଛ ମୂଳରେ ଜାଳିବା ଉଚିତ । କୁହାଯାଏ କି ଏହି ଗଛ ମୂଳରେ ୩୩ କୋଟି ଦେବା ଦେବୀ ବାସ କରିଥାନ୍ତି ତେଣୁ ଏହି ଗଛ ମୂଳରେ ଦୀପ ଟିଏ ଜାଳିବା ଦ୍ୱାରା ଆପଣ ଙ୍କୁ ଆଶୀର୍ବାଦ ସହ ଘରେ ସୁଖ ଶାନ୍ତି ମଧ୍ୟ ଆସିଥାଏ । \

୨- ଦ୍ଵିତୀୟ ରେ ହେଉଛି ଦୀପାବଳୀ ଦିନ ମାତା ଲକ୍ଷ୍ମୀ ଙ୍କ ସ୍ୱାଗତ ପାଇଁ ଆପଣ ନିଜର ଘରର ମୁଖ୍ୟ ଦ୍ୱାର ର ଦୁଇ ପାଖରେ ଦୁଇଟି ଦୀପ ଜାଳନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବା ସହ ଘରେ ସକରାତ୍ମକ ଉର୍ଜା ମଧ୍ୟ ଆସିଥାଏ ।

୩- ତୃତୀୟ ରେ ହେଉଛି ଆପଣ ନିଜ ଘର କୁ ଆଲୋକିତ କରିବା ସହ ଆପଣଙ୍କ ଘରେ କିମ୍ବା ଘର ପାଖରେ ଥିବା ମନ୍ଦିର କୁ ମଧ୍ୟ ସଜେଇ ଦିଅନ୍ତୁ ଏହା ଦ୍ୱାରା ଆପଣ ପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇ ପାରିଲେ ଏବଂ ତାଙ୍କ ଘରକୁ ଆଲୋକିତ ମଧ୍ୟ କରି ପାରିଲେ ଏହା ଦ୍ୱାରା ଆପଣ ଙ୍କୁ ଭଗବାନ ଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।

୪- ଚତୁର୍ଥ ରେ ହେଉଛି ଚଉରା ମୂଳରେ ଦୀପ ଟିଏ ଜାଳନ୍ତୁ । ତେବେ ସମସ୍ତଙ୍କ ଘରେ ଚଉରା ନିଶ୍ଚିତ ଥିବ । ତେବେ ସନ୍ଧ୍ୟା ହେବା ମାତ୍ରେ ଚଉରା ମୂଳରେ ଦୀପ ଟିଏ ଜାଳନ୍ତୁ ଏବଂ ଯଦି ଆପଣଙ୍କ ଆଖ ପାଖରେ କୌଣସି ଚଉରା ଥାଏ ତେବେ ସେଠାରେ ମଧ୍ୟ ଦୀପ ଜାଳନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *