ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ ।
ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ତେବେ ଆଜିକୁ 21 ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି । ତେବେ ବନ୍ଧୁଗଣ ଦୀପିକା ଏକ ଭେସ୍ପା ସୋ ରୁମ୍ ରେ କାମ କରୁଥିଲେ ଆଉ ଭେସ୍ପା ସୋ ରୁମ୍ ର ମାଲିକ ତାଙ୍କୁ କୁଆଡେ ତାଙ୍କ ଦରମା ଦେଇ ନଥିବା କଥା ଦୀପିକା ଗଣମାଧ୍ୟମ ସାମ୍ନାରେ କହିଥିଲେ ।
ଏହା ପରେ ଭେସ୍ପା ସୋ ରୁମ୍ ର ମାଲିକ ପାର୍ଥ ଏହାକୁ ନେଇ ନିଜର ମତ ଦେଇଥିଲେ ଆଉ ଦୀପିକାଙ୍କର କୌଣସି ଟଙ୍କା ବାକି ନାହିଁ ବୋଲି ସେ କହିଥିଲେ । ତେବେ ଏହାରି ମଧ୍ୟରେ ଦୀପିକା ଆଉ ପାର୍ଥଙ୍କର ଏକ ଅଡିଓ କଲ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଅଡିଓ କଲ୍ ରେ ପାର୍ଥ ଦୀପିକାଙ୍କୁ କହୁଛନ୍ତି ଦିନେଶର ବେଲ 18-19 ତାରିଖରେ ହେଇଯିବ ବୋଲି କହୁଛନ୍ତି ।
ଏହା ପରେ ସେ କହୁଛନ୍ତି, ଏଇଠୁ ବୁଝାବଣା କରିବା ନା ପଇସା ପତ୍ର ତାକୁ ମାଗିବା । ଏହା ପରେ ଦୀପିକା କହୁଛନ୍ତି, ମୁଁ ପଇସା ପତ୍ର ଚାହେଁନି । ମୋର ଇଜ୍ଜତ ତ ଆଉ ଆସିବନି ଆଉ ପଇସା ନେଇ କଣ କରିବି । ସେ ବେଲ କେମିତି କଣ କରୁଛି କରୁ ମୁଁ ଆଉ କଥା ହେବିନି ତା ସହ ତାକୁ ଛାଡି ଦେବି । ଏହା ପରେ ପାର୍ଥ କହୁଛନ୍ତି, ତମ ଦୁଇଜଣଙ୍କର ଫଟୋ କେମିତି ଭାଇରାଲ ହେଲା ସେ ତ ଜେଲରେ ଅଛି ସେ କେମିତି ଫଟୋ ଛାଡିବ ।
ଏହା ପରେ ଦୀପିକା ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି କହୁଛନ୍ତି । ତେବେ ବନ୍ଧୁଗଣ ଦିନେଶଙ୍କ ଉପରୁ କେସ ଉଠାଇ ନେବାକୁ ଦୀପିକାଙ୍କୁ ଯଚା ହେଉଥିଲା ଅନେକ ଟଙ୍କା ହେଲେ ଦୀପିକା ଟଙ୍କା ନେବାକୁ ମନା କରିଥିଲେ । ତେବେ ଏହି ଅଡିଓ କଲ୍ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।