ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ ।
ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ତେବେ ଆଜିକୁ 21 ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି ଆଉ ଏହାରି ମଧ୍ୟରେ ଏହି ମାମଲାକୁ ଜଣେ ମହିଳା ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ମହିଳା ଜଣକ ଯାହା ସବୁ କହିଛନ୍ତି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ମହିଳାଙ୍କ କହିବା ମୁତାବକ-‘ମୁଁ ତାଙ୍କୁ ଚିହ୍ନିନି କି ଜାଣିନି ହେଲେ ଆପଣ ମାନଙ୍କ ମିଡିଆ ମାଧ୍ୟମରେ ଆଜି ଗୋଟେ ଝିଅ ନ୍ୟାୟ ପାଇ ପାରୁନି ।
ସେ ଆସି ଦାଣ୍ଡରେ ଗଡୁଛି ଆମେ ବି ଗୋଟେ ଝିଅ ସେ ବି ଗୋଟେ ଝିଅ । ଦିନେଶକୁ ମୁଁ ଏତିକି କହିବି ଯେତେବେଳେ ଭଲ ପାଉଥିଲ ସେତେବେଳେ କଣ ଜାଣି ନଥିଲ ତାକୁ ଗ୍ରହଣ କରିବାକୁ ପଡିବ ବୋଲି । ସେତେବେଳେ କଣ ସମାଜ ଦରକାର ହେଉ ନଥିଲା । ଆଜି ଦୀପିକାଙ୍କୁ ଗ୍ରହଣ କରିବା ଲାଗି ସମାଜ ଦରକାର ହେଉଛି ।
ଯେତେବେଳେ ଭଲ ପାଉଥିଲେ ସେତେବେଳେ ମାଆ-ବାପାଙ୍କୁ ପଚାରି ଥାନ୍ତେ ସମାଜକୁ ପଚାରି ଥାନ୍ତେ ତା ପରେ ଭଲ ପାଇଥାନ୍ତେ । ଆଜି ଶାରୀରିକ ସମ୍ପର୍କ ରଖିଲା ବେଳକୁ ସମାଜ ଦରକାର ପଡିଲାନି ପିଲା ରଖିଲା ବେଳକୁ ସମାଜ ଦରକାର ପଡିଲାନି କିନ୍ତୁ ଏବେ ସମାଜ କାହିଁକି ଦରକାର ପଡିଲା । ଏଥିରେ ଦୀପିକାଙ୍କର ଭୁଲ ଅଛି ଆଉ ଦିନେଶଙ୍କର ବି ଭୁଲ ଅଛି ।
ଦିନେଶ ବଡ ଘରର ପିଲା ତେବେ ବଡ ଘରର ପିଲା ବୋଲି କଣ ଦୁଃଖ ଦେଉଛନ୍ତି କି ଦୀପିକାଙ୍କୁ । ତାଙ୍କ ବାପା-ମାଆ ତାଙ୍କୁ ଛୋଟ ବେଳେ ବୁଝେଇବାର ଥିଲା ଯେ, ତୁ ଯାହାକୁ ଭଲ ପାଇବୁ ଆମକୁ ଜଣେଇବୁ । ଯଦି ଏମିତି ହେଇପାରିବ ନାହିଁ ତା ହେଲେ ତାଙ୍କୁ ଛୋଟ ବେଳୁ ବାହା କରିଦେବା ଥିଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।