ଦର୍ଶକ ବନ୍ଧୁ ଚର୍ଚ୍ଚା ନସରୁଣୁ ପଡିଗଲା ହାତ ଗଣ୍ଠି ଚର୍ଚ୍ଚା ହେଉ ହେଉ ବାହା ହୋଇ ପଡିଲେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଦ୍ଵିତୀୟ ଇନିଙ୍ଗ୍ସ ସିନା କିନ୍ତୁ ପୁରା ପ୍ରଥମ ବିବାହ ଭଳି । ନିର୍ବନ୍ଧ ବେଳେ କେକ କାଟିବା ଠାରୁ ଆରମ୍ଭ କରି ମ୍ୟାଚିଙ୍ଗ କପଡା ପିନ୍ଧିବା ପର୍ଯ୍ୟନ୍ତ କିନ୍ତୁ ଲୁଚି ଲୁଚି ବିବାହ କରିଲେ ଜୁନାଗଡ ବିଧାୟକ କାପ୍ଟେନ ଦିବ୍ୟ ଶଙ୍କର ମିଶ୍ର । ଆଉ ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ହିଁ ସମ୍ପନ୍ନ ହେଇଗଲା ବିବାହ ।
ଦିବ୍ୟ ଶଙ୍କରଙ୍କର ନୂଆ ଇନିଙ୍ଗ୍ସକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜୁନାଗଡ ବିଧାୟକ କାପ୍ଟେନ ଦିବ୍ୟ ଶଙ୍କର ମିଶ୍ର । କଳାହାଣ୍ଡି ଜିଲ୍ଲା ଗଲାମୁଣ୍ଡା ଡେକୂଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିଛନ୍ତି ଦିବ୍ୟ ଶଙ୍କର । ପୁରୀ ଜିଲ୍ଲା ପିପିଲି ନିକଟ ଏକ ରିଶୋର୍ଟରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।
ତେବେ ଦିବ୍ୟ ଶଙ୍କରଙ୍କର ବାହାଘରକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ସେସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି ଏବଂ ଗୋଟିଏ ଦିନରେ ନିର୍ବନ୍ଧ କାର୍ଯ୍ୟ ହେବା ସହ ବିବାହ ବି ସରିଛି । ଦ୍ଵିତୀୟ ଥର ପାଇଁ ବର ଭେଶରେ ବେଦିରେ ବସି ବିବାହ କରିଛନ୍ତି ଦିବ୍ୟ ଶଙ୍କର ମିଶ୍ର । 7 କଳସ 8 ଦୀପକୁ ସାକ୍ଷୀରେ ରଖି ପ୍ରିୟଙ୍କାଙ୍କର ହାତ ଧରିଛନ୍ତି ଦିବ୍ୟ ଶଙ୍କର । ତେବେ ମିଡିଆ ରିପୋର୍ଟସ ଅନୁସାରେ ଗତ କାଲି ପୁରୀ ଜିଲ୍ଲା ପିପିଲି ନିକଟ ଏକ ରିଶୋର୍ଟରେ ପ୍ରଥମେ ଉଭୟଙ୍କର ନିର୍ବନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏଥିରେ ଦିବ୍ୟ ଶଙ୍କର ଓ ପ୍ରିୟଙ୍କାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସେପଟେ ନିର୍ବନ୍ଧ କାର୍ଯ୍ୟ ଶେଷ ହେବାର କିଛି ସମୟ ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ କେବଳ ଉଭୟ ପରିବାର ସଦସ୍ୟ ଯୋଗ ଦେଇଥିଲେ । ସେହି ଭଳି ଏହି ବିବାହ କାର୍ଯ୍ୟ ଗୁପ୍ତ ରହିଛି । ଏଥିରେ କେବଳ ତାଙ୍କ ପରିବାରର କିଛି ସଦସ୍ୟ ଉପସ୍ଥିତ ଥିଲେ ।
ବହୁ ସୀମିତ ଅତିଥିଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ଦିବ୍ୟ ଶଙ୍କରଙ୍କ ଦ୍ଵିତୀୟ ଇନିଙ୍ଗ୍ସ । ବେସ କଡାକଡି ଭାବେ କାପ୍ଟେନ ଦିବ୍ୟ ଶଙ୍କରଙ୍କ ବିବାହ ସମ୍ପନ୍ନ ହୋଇଛି । ଆଉ ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।