ଦିନ ଥିଲା TV ଇଣ୍ଡଷ୍ଟ୍ରିରେ କରୁଥିଲେ ରାଜ, ଆଜି ବୁଲି ବୁଲି ମନ୍ଦିର ମାନଙ୍କରେ ଭିକ୍ଷା ବୃତ୍ତି କରୁଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ

ନମସ୍କାର ବନ୍ଧୁଗଣ ତେବେ ଆପଣ ଏପରି ଅନେକ ଅଭିନେତ୍ରୀଙ୍କ ବିଷୟରେ ଶୁଣିଥିବେ ଯେ ବିବାହ ପରେ ବା ପିଲା ହେବା ପରେ ଅଭିନୟ ଜଗତରୁ ଦୂରାଇ ଯାଆନ୍ତି । ହେଲେ ଖୁବ କମ କଳାକାର ପରିବାର ପାଇଁ ନୁହେଁ ବରଂ ଭଗବାନଙ୍କ ପାଇଁ ସବୁ ଦିନ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଥାନ୍ତି । ଲାଇଟ୍‌, କ୍ୟାମେରା, ଆକ୍ସନକୁ ଛାଡି ଦେଲେ । ଲଗ୍‌ଜୁରୀ ଲାଇଫ୍‌ ଓ ଲାଇମ ଲାଇଟ୍‌ ଠାରୁ ଦୂରେଇ ଗଲେ । ହାତରେ ଥାଳି ଓ ଦେହରେ ଗେରୁଆ ବସ୍ତ୍ର ପିନ୍ଧି ରାସ୍ତା ଉପରେ ଭିକ ମାଗିଲେ ଅଭିନେତ୍ରୀ ।


ସୂଚନା ଅନୁସାରେ ସେ ଫେବୃଆରୀରେ ସନ୍ୟାସ ଗ୍ରହଣ କରିଥିଲେ । ଏବେ ସେ ତୀର୍ଥଯାତ୍ରାରେ ବ୍ୟସ୍ତ ରବିବା ସହ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛି । ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ନୂପୁର ଅଳଙ୍କାର । ତାଙ୍କୁ ଚିହ୍ନିବା ଏବେ ମୁସକିଲ୍‌ ହୋଇପଡିଛି । ବଦଳି ଯାଇଛି ତାଙ୍କ ଚେହେରା ଓ ରୂପ ରଙ୍ଗ । ସେ ଏବେ ଜୀବନର ଏକ ଭିନ୍ନ ପଥରେ ଆଗେଇ ଚାଲିଛନ୍ତି ।

ଲଗ୍‌ଜୁରୀ ଲାଇଫ୍‌ ଛାଡି ସେ ଆପଣାଇଛନ୍ତି ସନ୍ୟାସ । ସେ ଏହି ବୈରାଗ୍ୟ ଜୀବନ ବଞ୍ଚିବା ପାଇଁ ସବୁ ନିୟମ ପାଳନ କରୁଛନ୍ତି । ଆଉ ହାତରେ ଥାଳି ଧରି ଭିକ ମଧ୍ୟ ମାଗିବାକୁ ପଛାଇ ନାହାନ୍ତି । ତେବେ ନୂପୁର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ଶେଆର କରିଛନ୍ତି । ଏଥିରେ ସେ ଲୋକଙ୍କୁ ହାତ ପତାଇ ଭିକ ମାଗୁଥିବା ଦେଖିବାକୁ ମିଳିଛି । ସେ ଏବେ ଯାଏଁ ୬ ଲୋକଙ୍କୁ ଭିକ ମାଗି ସାରିଲେଣି ।


ଆଉ ୫ ଜଣ ବାକି ଅଛନ୍ତି । ତାଙ୍କୁ ୧୧ ତଣଙ୍କ ଠାରୁ ଭିକ ମାଗିବାକୁ ପଡିବ ବୋଲି ଭିଡିଓରେ କହୁଥିବା ନଜର ଆସିଛନ୍ତି । କେବଳ ସେତିକି ନୁହେଁ ଭିକରେ ତାଙ୍କୁ କ’ଣ କ’ଣ ମିଳିଛି ତାହା ମଧ୍ୟ ଦେଖାଇଛନ୍ତି ଅଭିନେତ୍ରୀ ନୂପୁର । ନୂପୁର ଅନେକ ଟେଲିଭିଜନ ଶୋ’ରେ କାମ କରିଛନ୍ତି । ଶକ୍ତିମାନ, ରାଜା ଜି, ଦିଆ ଔର୍‌ ବାତି ହମ୍‌ ଭଳି ସିରିଏଲରେ ସେ କାମ କରି ଅନେକ ପ୍ରଶଂସା ସାଉଁଟିଛନ୍ତି ।


କେବଳ ଟେଲିଭିଜନ ଶୋ’ ନୁହେଁ ଅନେକ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ନୂପୁର । ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କ ସହମତି ପରେ ନୂପୁର ଏବେ ଲାଇମ ଲାଇଟ୍‌ଠାରୁ ଦୂରେଇ ଯାଇ ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ନୂପୁରଙ୍କ ଜୀବନରେ ଆସିଥିବା ଏତେ ବଡ ପରିବର୍ତ୍ତନକୁ ଦେଖି ଏବେ ୟୁଜର୍ସ ମାନେ ତାଙ୍କ ପ୍ରଶଂସା କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *