ଦିଲ୍ଲୀରୁ ଫେରିବା ପରେ କ’ଣ କହିଲେ MP Pradeep Panigrahi? BJP

ଦିଲ୍ଲୀରୁ ଫେରି କ’ଣ କହିଲେ ପ୍ରଦୀପ ପାଣିଗ୍ରାହୀ ? ତେବେ ଖବର ମୁତାବିକ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ଥର ପାଇଁ ସରକାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଓଡିଶା ଫେରିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଓଡିଶାରେ ବିଜେପିର ସରକାର ଗଠନ ଉପରେ ପ୍ରଦୀପ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା କ’ଣ ରଖିଛନ୍ତି ଜାଣନ୍ତୁ । ତେବେ ତାଙ୍କ କହିବା ଅନୁଯାଇ ଆମେ ସମସ୍ତେ ନିର୍ବାଚିତ ହେଲା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଯାଇଥିଲୁ ।

ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କର ଶପଥ ଗ୍ରହଣ ଉତ୍ସବରେ ଯୋଗ ମଧ୍ୟ ଦେଲୁ । ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ 12 ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି । ସେଥିପାଇଁ ଯେଉଁ ମାନେ ସବୁ ଦିଲ୍ଲୀକୁ ଯାଇଥିଲେ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କାର୍ଯ୍ୟ ପାଇଁ ଭୁବନେଶ୍ବର ଫେରି ଆସିଛନ୍ତି । ଓଡିଶାରେ ରେଳ, ଶିକ୍ଷା ଏହି ସବୁ ବିଭାଗରେ ଆମ ଓଡିଶାର ଲୋକ ମନ୍ତ୍ରୀ ପଦ ପାଇଛନ୍ତି ।

ଏହା ସବୁ ଆମ ମାନଙ୍କ ପାଇଁ ଏକ ସୌଭାଗ୍ୟର କଥା ଅଟେ । ଏଥିପାଇଁ ଆମେ ମାନେ ବହୁତ ଖୁସି ଅଛୁ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ମନ୍ତବ୍ୟ ରହିଛି । ଆସନ୍ତା 25 ବର୍ଷ ମଧ୍ୟରେ ଓଡିଶାକୁ ଭାରତର ଏକ ବିକଶିତ ରାଜ୍ୟ ରୂପେ ଗଢି ତୋଳିବେ । ଓଡିଶାରେ ନୂଆ କରି ଭାରତୀୟ ଜନତା ପାର୍ଟି ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଛି । ନିର୍ବାଚନ ସମୟରେ ଯାହା ବି କିଛି ପ୍ରତିଶ୍ରୁତି ଦିଆଯାଇଥିଲା ।

ତାହା ସବୁ ପୂରଣ ହୋଇବା ସହ ବାକି ଅନ୍ୟ ସବୁ ଭଲ ଭଲ କାମ ଖୁବ ଶୀଘ୍ର ଓଡିଶାରେ ଆରମ୍ଭ ହେବାକୁ ଯାଉଛି । ଲୋକ ମାନଙ୍କଙ୍କ ଆମ ଉପରେ ଥିବା ଭରଷାକୁ ଆମେ ମାନେ କେବେବି ଭାଙ୍ଗିବାକୁ ଦେବୁନାହିଁ । ଓଡିଶାବାସୀ ମଧ୍ୟ ଖୁବ ଶୀଘ୍ର ବିଜେଡି ଏବଂ ବିଜେପି ସରକାର ମଧ୍ୟରେ ଫରକ କଣ ରହିଥିଲା ତାହା ବୁଝିଯିବେ । ସେହି ପ୍ରତିଶ୍ରୁତିକୁ ଆମେ ସବୁ ଭାରତୀୟ ଜନତା ପାର୍ଟିର ଲୋକ ନିହାତି ଭାବେ ପୂରଣ କରିବୁ ।

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଆମେ ମାନେ ନିହାତି ଭାବେ ପାଳନ କରିବୁ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *