ବିଜେଡିର ଭାଙ୍ଗିଗଲା ଅଫିସର ଦୁର୍ଗ ! VK Pandian । Sujata Kartikeyan । BJD

ଭାଙ୍ଗିଗଲା ଅଫିସର ଦୁର୍ଗ ! ବିଜୁ ଜନତା ଦଳର ସବୁଠାରୁ ଚର୍ଚିତ IAS ଦମ୍ପତ୍ତି ଥିଲେ ଭିକେ ପାଣ୍ଡିୟାନ ଏବଂ ସୁଜାତା କାର୍ତ୍ତିକେୟନ ପାଣ୍ଡିୟାନ । ନିର୍ବାଚନ ସମୟରେ ଏହି 2 ଜଣ ଅଫିସର ଶାସକ ଦଳ ବିଜେଡି ସାଥିରେ ରାଜନୈତିକ ଲିଙ୍କ ରହିଥିଲା । ଯାହାକୁ ନେଇ ଅନେକ ସମୟରେ ଚର୍ଚା ଲାଗି ରହୁଥିଲା । ତେବେ 2024 ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ବିଜୁ ଜନତା ଦଳର ଶୋଚନୀୟ ଭାବେ ପରାଜୟ ହୋଇଛି। ଦୀର୍ଘ ବର୍ଷ ବିଜେଡି ଗଡ ଓଡିଶାରେ ଭୁଷୁଡି ପଡିଛି ।

ତେବେ ଏହାରି ମଧ୍ୟରେ ବିଜେଡି ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରୀ ଭାଙ୍ଗି ସାରିଲାଣି । ତେବେ 6 ମାସର ଲମ୍ବା ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ । ଏହାପରେ ରାଜନୀତିରୁ ଅବସର ଗ୍ରହଣ କରିଛନ୍ତି ଭିକେ ପାଣ୍ଡିୟାନ । ତେବେ ଏହା ପରେ ଏହି ଦମ୍ପତ୍ତିଙ୍କୁ ନେଇ ବର୍ତ୍ତମାନ ସବୁଠି ଚର୍ଚା ଲାଗି ରହିଛି । ତେବେ ସୁଜାତା କାର୍ତ୍ତିକେୟଙ୍କର ରାଜନୈତିକ ବିଜେଡି ସହ ଥିବା ଜାଣି ଭାରତୀୟ ନିର୍ବାଚନ କମିଶନର ପାଣ୍ଡିୟାନ ସୁଜାତାଙ୍କର ବିଭାଗ ପରିବର୍ତ୍ତନ  କରିଦେଇଥିଲେ ।

ଯେତେବେଳେ ନିର୍ବାଚନ ସରି ଫଳାଫଳ ବାହାରିଲା । ସେତେବେଳେ ସୁଜାତା କାର୍ତ୍ତିକେୟନ 6 ମାସର ଛୁଟି ନେଇଗଲେ । ଏହାପରେ ପରେ ବିଜେଡିର ବହୁ ଚର୍ଚିତ ତଥା ପାୱାରଫୁଲ୍ ନେତା ଭିକେ ପାଣ୍ଡିୟାନ ଜିକେ ନିର୍ବାଚନ ସମୟରେ ବିଜେଡିର ମୁଖ୍ୟ ପ୍ରଚାର ମଙ୍ଗ ଧରିଥିଲେ । ସେ ନିର୍ବାଚନ ଫଳାଫଳ ବାହାରିବା ପରେ ଓଡିଶାରୁ ଦିଲ୍ଲୀ ଚାଲିଯାଇଥିଲେ । ତାପରେ ସେ ଓଡିଶା ନଫେରି ନିଜେ ଏକ ଭିଡିଓ ଜାରୀ କରି କହିଥିଲେ । ଯେ ସେ ଆଉ ସକ୍ରିୟ ରାଜନୀତିରେ ନିଜକୁ ରଖିବେ ନାହିଁ ।

ସେ ଏବେ ରାଜନୀତିରୁ ଅବସର ନେଇଯିବେ । ତେବେ ସୁଜାତା କାର୍ତ୍ତିକେୟନ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ କାମ କରୁଥିଲେ । ସେ ତାଙ୍କ ଝିଅର ଦଶମ ପରୀକ୍ଷା ଥିବା ନେଇ ଆସନ୍ତା ନଭେମ୍ବର 26 ପର୍ଯ୍ୟନ୍ତ ଛୁଟିରେ ଯାଇଛନ୍ତି । ଏହାରି ମଧ୍ୟରେ ସେ ଛୁଟିରେ ଥିବା କହି ବିଦେଶ ଯାଇଛନ୍ତି । ବିଜେଡି ସରକାରରେ ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରୀ ଭାଙ୍ଗି ସାରିଲାଣି । ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡ଼ିଏସ କୁଟେ ଏବଂ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ଏବଂ ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *