ରାଷ୍ଟ୍ରପତି ଭବନରେ ମନ୍ତ୍ରୀ ମାନେ ନେଉଥିଲେ ଶପଥ, ଠିକ ଏତିକି ବେଳେ ପଶି ଆସିଲା ବାଘ !

ଶପଥ ପାଠ ବେଳେ ପଶି ଆସିଲା ବାଘ ! ହଁ ଆଜ୍ଞା ଖବର ମୁତାବିକ ନିକଟରେ ରାଷ୍ଟ୍ରପତି ଭବନରେ ମାନ୍ୟବର ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଶପଥ ଗ୍ରହଣର ଉତ୍ସବ ଚାଲିଥିଲା । ତେବେ ସେହି ସମୟଏ ରାଷ୍ଟ୍ରପତି ଭବନକୁ ଏକ ଜନ୍ତୁ ଚାଲିଆସିଥିବା ସୂଚନା ମିଳିଛି । ଯାହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମନ୍ତ୍ରୀ ମାନେ ରାଷ୍ଟ୍ରପତି ଭବନରେ ଶପଥ ନେଉଥିବା ସମୟରେ ତାଙ୍କ ପଛରେ ଏକ ଜନ୍ତୁ ଚାଲିକି ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ 72 ଜଣ ମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତି ଭବନକୁ ଯାଇ ସେଠାରେ ମନ୍ତ୍ରୀ ପଦ ପାଇବା ପରେ ସେଠାରେ ଶପଥ ଗ୍ରହଣ କରିଛନ୍ତି । ଏହାଛଡା 6,000 ରୁ ଅଧିକ ଅତିଥି ମଧ୍ୟ ସେହି ରାଷ୍ଟ୍ରପତି ଭବନରେ ଉପସ୍ଥିତ ରହିଥିଲେ । ହେଲେ ମନ୍ତ୍ରୀ ମାନେ ଶପଥ ନେଉଥିବା ସମୟରେ ତାଙ୍କ ପଛରେ ଏକ ଅଜଣା ଜନ୍ତୁ ଚାଲିକି ଯାଉଥିବା ଦୃଶ୍ୟ କ୍ୟାମେରା ସାମ୍ନାକୁ ଆସିଯାଇଥିଲା । ତେବେ ଶପଥ ନେବା ପରେ ଦସ୍ତଖତ କରୁଛନ୍ତି ମନ୍ତ୍ରୀ ଦୂର୍ଗା ଦାସ ।

ସେଠାରେ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ରହିଛନ୍ତି । ତାଙ୍କ ପଛରେ ସିଡି ଉପରେ ଏକ ଅଜଣା ଜନ୍ତୁଟିଏ ଚାଲିକି ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇ ରହିଯାଇଛି । ସେହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଅଜଣା ଜନ୍ତୁଟି ଏକ ବାଘ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । କାରଣ ଭିଡିଓରେ କଏଦ ହୋଇଥିବା ଜନ୍ତୁଟି ଏକ ବାଘ ପରି ହିଁ ମନେ ହେଉଛି । ହେଲେ ପ୍ରକୃତରେ ସେହି ଜନ୍ତୁଟି ବାଘ କି ଅନ୍ୟ କିଏ ତାହା ବର୍ତ୍ତମାନ ସମୟରେ ସ୍ପଷ୍ଠ ହୋଇନାହିଁ ।

ତେବେ ପ୍ରକୃତରେ ସତେ ଯଦି ସେହି ଅଜଣା ଜନ୍ତୁଟି ବାଘ ହୋଇଥିବ ! ତେବେ ବାଘ ରାଷ୍ଟ୍ରପତି ଭବନକୁ ଆସିଲା କିପରି ତାହା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ତେବେ ଏହି ଦୃଶ୍ୟ ଭାଇରାଲ ହେବା ପରେ ସେହି ଜନ୍ତୁଟି ଏକ ବାଘ ବୋଲି ଶାସତେ କହୁଛନ୍ତି । ହେଲେ ସୁରକ୍ଷା ଦ୍ରୁଷ୍ଟିରୁ ରାଷ୍ଟ୍ରପତି ଭବନକୁ ଏତେ ବଡ ବାଘ ଆସିଲା କିପରି ତାହା ବିଷୟରେ କିଛି ମଧ୍ୟ ସ୍ପଷ୍ଠ ହୋଇନାହିଁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *