ଓଡିଶାର ନୂଆ ସ୍ଵର ସ୍ଟେଜରେ Dibya ଙ୍କ ଚମତ୍କାର ଗୀତ ସାଙ୍ଗକୁ କମେଡି କିଙ୍ଗ Papu ଓ Viral Boy Santanu ଙ୍କ ଜବରଦସ୍ତ କମେଡି ଦେଖିଲେ ହସି ହସି ବେଦମ ହେଇଯିବେ…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ତଥା ସିନେମା, ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ । ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।


କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା । କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି । ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ଅନେଇ ରିଆଲିଟି ସୋ ସବୁ ଭିନ୍ନ ଭିନ୍ନ ଟିଭି ରେ ଦେଖିବାକୁ ମିଳୁଛି ।

ତେବେ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ସିଦ୍ଧାର୍ଥ ଟିଭି ରେ କୁନି ପିଲା ଙ୍କ ପାଇଁ ଗୀତ ଗାଇବାର ଏକ ସୋ ଚାଲିଛି ଯାହାର ନାମ ହେଉଛି,”ଓଡ଼ିଶାର ନୂଆ ସ୍ୱର ଜୁନିୟର” । ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା କୁନି ତାରକା ମାନଙ୍କୁ ନିଜ ସଂଗୀତ ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି । ତେବେ ଏହି ରିଆଲିଟି ମ୍ୟୁଜିକ ସୋ ରେ ଜଜ ଅଛନ୍ତି ବରିଷ୍ଠ କଣ୍ଠଶିଳ୍ପୀ ବିକାଶ ଦାସ , ପ୍ରଜ୍ଞା ଏବଂ ଅର୍ପିତା ।

ତେବେ ଏହି ସୋ ରେ ଅନେକ କୁନି କୁନି ଗାୟକ ଗାୟିକା ଅଛନ୍ତି ତେବେ ତାଙ୍କ ଭିତରୁ ଦିବ୍ୟ ସାଇ ଦାସ ନାମକ କୁନି ଗାୟକ ଜଣଙ୍କ ଏହି ତିନି ଜଜ ଙ୍କର ହୋସ ଉଡେଇ ଦେଇଛନ୍ତି । ସେ ତାଙ୍କର ସୁମଧୁର ସ୍ୱର ରେ ତିନି ଜଣ ଜଜ ଙ୍କ ସହ ସାରା ଓଡ଼ିଶା କୁ ଆକୃଷ୍ଟ କରିଛନ୍ତି । ତେବେ ସବୁ ଜଜ୍ ଏବଂ ମହା ଜଜ୍ ତା ସହ ଅତିଥି ମଧ୍ୟ ତାଙ୍କର ଗାୟନ ଏବଂ ସ୍ୱର ର ପ୍ରଶଂସା କରିଛନ୍ତି ।


ତେବେ ସେ ବର୍ତ୍ତମାନ ଶୋ ଷ୍ଟୁଡ଼ିଓ ରାଉଣ୍ଡ ରେ ଚିଠି ମୋର ଆସିଲାଣି ଆସିବାର ଥିଲା ଗୀତ ଟି ଗାଇ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ତେବେ ତାଙ୍କର ଗୀତ ଏତେ ସୁନ୍ଦର ଓ ମନଛୁଆଁ ଥିଲା କି ତାହାକୁ ଶୁଣି ଜଜ ଙ୍କ ସହ ସାରା ଓଡ଼ିଶା ବାସୀ ଙ୍କୁ ପାଗଳ କରିଦେଇଛି । ଏହା ସହ ସେଠାରେ ଉପସ୍ଥିତ ଥିବା କମେଡି କିଙ୍ଗ ପପୁ ପମପମ ମଧ୍ୟ ଦିବ୍ୟ ସାଇଙ୍କ ସହିତ ମସ୍ତି କରିଥିଲେ ଏବଂ ତାଙ୍କୁ ଚିଠି ର ଅର୍ଥ କଣ ଆଦି ଏହି ଭଳି କିଛି ପ୍ରଶ୍ନ କରି ମସ୍ତି କରିଥିଲେ । ତେବେ ସେ ମଧ୍ୟ ତାଙ୍କ ସ୍ୱର ର ଖୁବ ପ୍ରଶଂସା କରିଥିଲେ ଏବଂ ସମସ୍ତେ ନିଜ ନିଜ ସମୟରେ ଚିଠି ର ଆଦାନ ପ୍ରଦାନ ବିଷୟରେ ମଧ୍ୟ ଭାବନା ରେ ରହି ଯାଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *