ଚଷମା ଲଗେଇ ୱିକେଟ ପଛରେ ବନିଲେ ଗୁଣ୍ଡା, ଦେଖନ୍ତୁ କେମିତି Dhoni ଙ୍କ ଭଳି ଆଖି ପିଛୁଳାକେ ଷ୍ଟମ୍ପିଂ କଲେ Rishabh Pant…

ଦର୍ଶକ ବନ୍ଧୁ ଆପଣ ମାନେ ଭାରତୀୟ କ୍ରିକେଟ ଦଳର ଦିଗଜ ବ୍ୟାଟ୍ସ ମ୍ୟାନ ଏବଂ ୱିକେଟ କିପର ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଶ୍ଚୟ ଜାଣିଥିବେ । ମହେନ୍ଦ୍ର ଭାରତୀୟ ଦଳର ପୂର୍ବତ୍ତମ ଅଧିନାୟକ ଥିଲେ ଏବଂ ସେ ଭାରତକୁ ଅନେକ ବିଶ୍ଵ କପ ଭେଟି ଦେଇଛନ୍ତି । ମହେନ୍ଦ୍ର ଆଜି ଟିମରେ ନଥିବାରୁ ଅନେକ ଲୋକ ତାଙ୍କ ଖେଳକୁ ମନେ ପକାଉ ଛନ୍ତି । ମହେନ୍ଦ୍ର ହେଉଛନ୍ତି ଜଣେ ଏପରି ଖେଳାଳି ଯିଏ ୱିକେଟ ପଛରେ ରହି ସଂପୂର୍ଣ୍ଣ ଗେମ ବଦଳାଇ ଦେଉଥିଲେ ।

ମହେନ୍ଦ୍ର ଅନେକ ଥର ନିଜର ଦୃତି ଷ୍ଟମ୍ପିଙ୍ଗ କରି ଟିମ ଇଣ୍ଡିଆକୁ ଜିତାଇ ଛନ୍ତି । ତେବେ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର ଲୋକପ୍ରିୟ ଖେଳାଳି ରିସବ ପନ୍ତ ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି । ରିସବ ମଧ୍ୟ ଧୋନୀଙ୍କ ଭଳି ଷ୍ଟମ୍ପିଙ୍ଗ କରି ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ଅଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ରିସବ ପନ୍ତ ଭାରତ-ବାଂଲାଦେଶର ଶେଷ ମ୍ୟାଚରେ ନିଜର ଦ୍ରୁତ ଷ୍ଟମ୍ପିଙ୍ଗ ଦ୍ଵାରା ସମସ୍ତଙ୍କୁ ଧୋନୀଙ୍କ କଥା ମନେ ପକାଇ ଛନ୍ତି । ଏହି ଘଟଣା ଆୟୋଜକ ଦଳର ବ୍ୟାଟିଂ ସମୟର 88 ତମ ଓଭରରେ ଦେଖିବାକୁ ମିଳିଥିଲା । ନୁରୁଲ ହସନ ବ୍ୟାଟିଂ କରୁଥିଲେ ଏବଂ ଅକ୍ଶର ପଟେଲ ବୋଲିଂ କରୁଥିଲେ । ଏଠାରେ ଆକ୍ସନ ଓଭରର ଶେଷ ବଲରେ ବ୍ୟାଟ୍ସ ମ୍ୟାନଙ୍କୁ ଫସାଇ ଥିଲେ ।

ସେହି ବଲ ପିଚରେ ପଡି ଦ୍ରୁତ ବେଗରେ ନୁରୁଲଙ୍କୁ ବାଜି ୱିକେଟ କିପର ରିସବ ପନ୍ତଙ୍କ ହାତକୁ ଗଲା । ଏହା ପରେ ରିସବ ପନ୍ତ ଆଖି ପିଛୁଳାକେ ବଲକୁ ଷ୍ଟମ୍ପରେ ବଜାଇ ଦେଇଥିଲେ । ନୁରୁଲ ହସନ କ୍ରିସ ବାହାରେ ଥିଲେ ମଧ୍ୟ ରିସବ ପନ୍ତ ତାଙ୍କୁ ସୁଯୋଗ ଦେଇ ନଥିଲେ । ଆଉ ସେ ମାତ୍ର ତିନି ରନ୍ କରି ଆଉଟ ହେଇଥିଲେ । ବନ୍ଧୁଗଣ ରିସବ ପନ୍ତ ତାଙ୍କ ଫିଟନେସ ପାଇଁ ଅତୀତରେ ବହୁତ ଟ୍ରୋଲ ହେଇଛନ୍ତି ।

ହେଲେ ବର୍ତ୍ତମାନ ସେ ନିଜର ଏହି ଦମଦାର ଷ୍ଟମ୍ପିଙ୍ଗ ପାଇଁ ଦର୍ଶକଙ୍କ ମନ କିଣି ଛନ୍ତି ଆଉ ସମସ୍ତ ସ୍ଥାନରେ ତାଙ୍କର ପ୍ରଶଂସା କରାଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *