ନମସ୍କାର ବନ୍ଧୁଗଣ ତେବେ ଆଜିକୁ ୨୨ ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି ଆଉ ଏହାରି ମଧ୍ୟରେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି । ତେବେ ଦୀପିକା ଯେଉଁ ଭେସ୍ପା ସୋ ରୁମ୍ ରେ ଚାକିରି କରିଥିଲେ ସେହି ସୋ ରୁମ୍ ର ମାଲିକ ଦୀପିକାଙ୍କ ଗୁମର ଖୋଲି ଦେଇଛନ୍ତି । ତେବେ ସୋ ରୁମ୍ ମାଲିକଙ୍କ ନାମ ହେଉଛି ପାର୍ଥ ପାଢି । ତେବେ ପାର୍ଥ କହିଛନ୍ତି ଦୀପିକା ୨୦-୨୫ ଏଇଠି ଚାକିରି କରୁଥିଲେ ।
ସେ ସବୁଦିନ ୧୧-୧୨ ରେ ଆସିଲା ପରେ ସେଇଠୁ କମ୍ପ୍ଲେନ ଆସିଲା । ମୁଁ ଷ୍ଟାଫଙ୍କୁ କହିଲି ଯଦି ତମକୁ ସୁବିଧା ହେଉଛି ତା ହେଲେ ରଖନ୍ତୁ ନହେଲେ ତାକୁ ମନା କରିଦିଅନ୍ତୁ । ତା ପରେ ସେ କେବେ ଚାକିରି କଲା ଆଉ କେବେ ଛାଡିଲା ମୁଁ ଜାଣିନି । ମୁଁ ଏବେ ତା ବାଇଟରୁ ଶୁଣିଲି ମୁଁ ସେଇଠି ଦରମା କାହାକୁ ଦେଉ ନଥିଲି ଏହା ପୂର୍ବରୁ ମୋର କେଟିଏମ ସୋ ରୁମ୍ ରେ ବି ସେ ଦେଢ ବର୍ଷ କାମ କରିଥିଲା ।
ତାର କିଛି ଟଙ୍କା ବାକି ମଧ୍ୟ ନାହିଁ ସବୁ ଦିଆ ହେଇଛି । ଯଦି ତାର କିଛି ରହି ଯାଇଛି ସେ ମୋତେ ଫୋନ କରି କହିଲେ ମୁଁ ଦେଇଦେବି । ଗୋଟେ ଷ୍ଟାଫକୁ ଏକ ମାସ ଦରମା ନ ଦେଲେ ସେ ରହିବ ହେଲେ ଦୁଇ ମାସ ହେଇଗଲେ ସେ ପଳେଈ ଯିବ । ତେବେ ବର୍ତ୍ତମାନ ଦୀପିକା ଙ୍କୁ ଜଣେ ସାମ୍ବାଦିକ ଏ ବିଷୟରେ ପ୍ରଶ୍ନ କରିଥିଲେ ତେବେ ଦୀପିକା କହିଥିଲେ କି ପାର୍ଥ ପାଢ଼ୀ ଙ୍କ ବାପା ହେଉଛନ୍ତି ଓକିଲ ଯିଏ କି ଦିନେଶ ଙ୍କ କେଶ ଲଢୁ ଛନ୍ତି ତେଣୁ ସେମାନେ ଏକ ପ୍ରକାର ଷଡ଼ଯନ୍ତ୍ର କରି ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।
ତେବେ ପାର୍ଥ ପାଢ଼ୀ କେଉଁ ପ୍ରକାର ଚରିତ୍ର ର ବ୍ୟକ୍ତି ତାହା ସମସ୍ତେ ବ୍ରହ୍ମପୁର ବାସିନ୍ଦା ଜାଣିଥାନ୍ତି । ତେବେ ସେ ମୋତେ ହୋଟେଲ କୁ ମଧ୍ୟ ଡାକିଛନ୍ତି । ତେବେ ମୁଁ ନ ଯିବାରୁ ମୋ ସହ ଖରାପ ଵ୍ୟଵହାର କରିଥିଲେ । ତେବେ ମୋତେ ଚାରି ଚାରି ମାସର ଦରମା ଦେଇ ନଥାନ୍ତି ଏବଂ ସେଥିପାଇଁ ମୁଁ ଚାକିରୀ ଛାଡି ମୋର ଗୋଟିଏ ଦୋକାନ କରିଥିଲି । ତେବେ ମୁଁ ସେଠାରେ ସେଲ୍ସ ରେ ଆଇ ରିସେପସନ୍ନ ରେ ମଧ୍ୟ କାମ କରିଛି ଯାହାର ପ୍ରମାଣିତ ଅଛି ମୋ ପାଖରେ ଆଉ ସେଠି ଯିଏ ମ୍ୟାନେଜର ଥିଲେ ସେ ହି ମୋ ନମ୍ବର ଦିନେଶ ଙ୍କୁ ଦେଇଥିଲେ ତେବେ ପରେ ଦିନେଶ ମୋତେ ପ୍ରପୋଜ କରିଥିଲେ ।
ତେବେ ବର୍ତ୍ତମାନ ଯାହା ବି କହୁଛନ୍ତି ସବୁ ମିଛ । ତେବେ ଦୀପିକା ଆଜିକୁ ୨୨ ଦିନ ହେଲା ଧାରଣାରେ ବସିଲେଣି । ତାଙ୍କ ପୁଅର ଦେହ ବି ଭଲ ନାହିଁ । ଆଉ ସେ ନିଜର ହକ ଆଉ ପୁଅକୁ ବାପାର ପରିଚୟ ଦେବା ଦାବିରେ ଧାରଣାରେ ବସିଛନ୍ତି । ଆଉ ଏପର୍ଯ୍ୟନ୍ତ ତାଙ୍କୁ କିଛି ନ୍ୟାୟ ମିଳିନାହିଁ । ଦିନେଶ ଦୀପିକାଙ୍କୁ ନିଜର ସ୍ତ୍ରୀ ବୋଲି ଗ୍ରହଣ କରିବାକୁ ନାରାଜ ଆଉ ଦିନେଶଙ୍କ ପରିବାରଲୋକଙ୍କ କଥା ତ ନକହିବା ହିଁ ଭଲ ।
ସେମାନେ ଦୀପିକାଙ୍କୁ ବହୁତ କଟୁ କଥା କହୁଛନ୍ତି । ଆଉ ଦୀପିକା ବସିଥିବା ଟେଣ୍ଟକୁ ମଧ୍ୟ ଭାଙ୍ଗି ଦେଉଛନ୍ତି । ଆଉ ଦୀପିକାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି । ଆଉ ଏମିତି ଅନେକ ଖରାପ ବ୍ୟବହାର ଦେଖାଉଛନ୍ତି । ଏତେସବୁ ଶୁଣିକି ମଧ୍ୟ ଦୀପିକା ସେମିତି ନିଜ ହକ ପାଇଁ ଧାରଣାରେ ବସିଛନ୍ତି । ଏତେ ଦୁଃଖରେ ଥାଇ ମଧ୍ୟ ଦୀପିକାଙ୍କ ମୁହଁରେ ହସ ଅଛି । ଆଉ ଦୀପିକା ଲୋକମାନଙ୍କ ସହିତ କଥା ହୋଇ ହସୁଛନ୍ତି । ଆଉ ଦୀପିକା କେତେ ଯେ ଦୁଃଖରେ ଅଛନ୍ତି ତାହାର କଳନା ନାହିଁ କିନ୍ତୁ ଦୁନିଆ ଆଗରେ ସେ ନିଜର ଦୁଃଖକୁ ଲୁଚାଇ ହସୁଛନ୍ତି ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।