ଦୀପିକାଙ୍କ ସାଂଘାତିକ ଅଭିଯୋଗ, କହିଲେ ‘ଦିନେଶ ନୁହେଁ ବରଂ ତାଙ୍କ ମାମୁଁ, ଭାଇ ଓ ମା’ ମିଶି ଷଡଯନ୍ତ୍ର କରି ଦିନେଶଙ୍କୁ…’ ଦେଖନ୍ତୁ Video

ବନ୍ଧୁଗଣ ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଦିନେଶ-ଦୀପିକା ବିବାଦ ମାମଲାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି । ଏବେ ଏହି ମାମଲାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦୁଇ ମାସର ଧାରଣା ପରେ ଗତ କାଲି ଦୀପିକା ଦ୍ଵିତୀୟ ଥର ମହିଳା ମହିଳା କମିଶନରଙ୍କ ପାଖକୁ ଯାଇଥିଲେ । ଆଗରୁ ମଧ୍ୟ ଦୀପିକା ମହିଳା କମିଶନରଙ୍କ ପାଖକୁ ଯାଇଥିଲେ ହେଲେ କିଛି ଲାଭ ହେଲା ନାହିଁ ।

ତେଣୁ ନ୍ୟାୟ ପାଇବା ପାଇଁ ଆଉ ନିଜ ପୁଅକୁ ବାପାର ପରିଚୟ ଦେବା ପାଇଁ ସେ ଗଞ୍ଜାମରୁ ଭୁବନେଶ୍ବର ଯାଇଥିଲେ । ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଥିଲେ । ହେଲେ ବନ୍ଧୁଗଣ ଗତ କାଲି ତାଙ୍କୁ ନିରାଶ ହେବାକୁ ପଡିଥିଲା । ଗତ କାଲିର ଡେଟ ଘୁଞ୍ଚାଇ ମହିଳା କମିଶନର ଆଜିର ଡେଟ ଦେଇଥିଲେ । ତେଣୁ ଦୀପିକା ଆଜି ବି ମହିଳା କମିଶନରଙ୍କ ପାଖକୁ ଯାଇଥିଲେ ।

ଆଉ ସେଠାରେ ସେ ଗଣମାଧ୍ୟମ ସାମ୍ନାରେ ଆସି ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦୀପିକା ଏନେଇ କହିଛନ୍ତି-‘ଯାହା ମୁଁ ଅଭିଯୋଗ କରିଛି ସେଇଟା ପୋଲିସ ତଦନ୍ତ କରୁ ନାହାନ୍ତି ନା କଣ ମୁଁ ତ ସବୁ ପ୍ରମାଣରେ ଅଭିଯୋଗ କରିଛି  ।

ତାଙ୍କୁ କାହିଁକି ବେଲ ଦିଆ ହେଲା । ମୁଁ କେବଳ ଏତିକି ଚାହୁଁଛି ଯେଉଁ ଷଡଯନ୍ତ୍ର ତାଙ୍କ ପରିବାର କରୁଛନ୍ତି ତା ଉପରେ ଧ୍ୟାନ ଦିଆଯାଉ । ଦିନେଶ କିଛି ଷଡଯନ୍ତ୍ର କରୁ ନାହାନ୍ତି ଦିନେଶଙ୍କର ମାମୁ, ଭାଇ ଆଉ ତାଙ୍କ ମାଆ ଷଡଯନ୍ତ୍ର କରୁଛନ୍ତି । ମୁଁ ହାଇକୋର୍ଟ ଯାଇଥିଲି ଦେଖାଯାଉ ହାଇକୋର୍ଟ ମତେ କଣ ନ୍ୟାୟ ଦେଇ ପାରୁଛନ୍ତି । ବେଲ କ୍ୟାନସେଲ ହେଇଛି ମୁଁ ସେଥିରେ କିଛି କହିବାକୁ ଚାହୁଁନି ହେଲେ ତାଙ୍କ ପରିବାର ମତେ ହାରାସମେଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

ମୁଁ ତାଙ୍କ ଘର ବାହାରେ ବସିଛି ସେ ମତେ ହାର-ଆ-ସମେଣ୍ଟ କରୁଛନ୍ତି । ମୁଁ ମହିଳା କମିଶନରଙ୍କୁ ସବୁ ପ୍ରକାରର ଏଫଆଇଆର କପି ଆଣି ଦେଖାଇ ଥିଲି । ମୁଁ ମୋ ସ୍ଵାମୀଙ୍କୁ ଗ୍ରହଣ କରିବାକୁ ଚାହୁଁଛି ସେ କେମିତି ମୋର ହେଇ ରୁହନ୍ତୁ ମୁଁ ଚାହୁଁଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *