ନମସ୍କାର ବନ୍ଧୁଗଣ ତେବେ ଆମେ ସମସ୍ତେ ଜାଣିଛୁ କି କିଡନୀ ଆମ ଶରୀରର ବହୁତ ମହତ୍ଵପୂର୍ଣ ଅଙ୍ଗ ଅଟେ । ଏହା ଆମର ରକ୍ତରେ ଥିବା ଅଶୁଦ୍ଧ ପଦାର୍ଥକୁ ଛାଣି ରକ୍ତକୁ ସଫା କରିବା ସହିତ ଆମ ରକ୍ତରେ ଥିବା ଅଶୁଦ୍ଧ ପଦାର୍ଥ ଗୁଡିକୁ ବି ମୂତ୍ରମାର୍ଗ ଦ୍ୱାରା ଆମ ଶରୀରର ବାହାରକୁ ବାହାର କରିଦିଏ । ଗୋଟିଏ ମଣିଷ ଶରୀରରେ ଦୁଇଟି କିଡନୀ ଥାଏ ଓ ଏମିତିରେ ଯଦି ଗୋଟିଏ କିଡନୀ ଖରାପ ହୋଇଯାଏ ତେବେ ମଣିଷ ନିଜର ଅନ୍ୟ ଏକ କିଡନୀ ସାହାର୍ଯ୍ୟରେ ଜୀବିତ ରହିଥାଏ ।
କିନ୍ତୁ ଏହା ସହିତ ବ୍ୟକ୍ତି ଅଳ୍ପ କମଜୋର ବି ହୋଇଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଡନୀ ସମ୍ବନ୍ଧିତ କିଛି ଏମିତି ସୂଚନା ଦେବୁ ଯାହା ଆପଣଙ୍କ ଭବିଷ୍ୟତରେ ଆପଣଙ୍କ ପାଇଁ ହିଁ ଲାଭଦାୟକ ରହିବ । ଆପଣଙ୍କୁ କହି ଦେଉଛୁ କି କିଡନୀ ଖରାପ ହେବା ପୂର୍ବରୁ ଏହି ସଙ୍କେତ ଦେଇଥାଏ । ତେବେ ଆସନ୍ତୁ ଜାଣିନେବା ସେସବୁ ।
୧- ପ୍ରଥମ ରେ ହେଉଛି ଯଦି ଆପଣଂକୁ ଜଲ୍ଦି ଥକା ଲାଗୁଛି କିମ୍ବା ବିରକ୍ତି ଲାଗୁଛି ଏହା ସହ ଅଣ୍ଟା ପିଠି ମଧ୍ୟ ବିନ୍ଧା ହେଉଛି ତେବେ ଏହା କିଡନୀ ଖରାପ ହେବାର ସଙ୍କେତ । ତେବେ ଏହି ସଙ୍କେତ ଅଧିକ ମିଳିଲେ ଆପଣ ସତର୍କ ହୋଇ ଯାଆନ୍ତୁ ।
୨- ଦ୍ଵିତୀୟ ରେ ହେଉଛି ଯଦି ଆପଣଙ୍କୁ ସାମାନ୍ୟ ୟୁରିନ ଆସିବା ବଦଳରେ କମ ୟୁରିନ ଆସୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କର କିଡନୀ ଠିକ ରୂପରେ କାମ କରୁ ନାହିଁ । ଆପଣ ଏହା ବିଷୟରେ ଡାକ୍ତରଙ୍କର ପରାମର୍ଶ ନେଇ ପାରିବେ । ତେବେ ଏହା ସହ ପରିସ୍ରା କରିବା ସମୟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏହା ମଧ୍ୟ କିଡନୀ ଖରାପ ହେବାର ସଙ୍କେତ ଅଟେ ।
୩- ତୃତୀୟ ରେ ହେଉଛି ପାଦ ଅଚାନକ ଫୁଲିଯିବା । ତେବେ ପାଦ ଫୁଲିଯିବା ଅନ୍ୟ କୌଣସି କାରଣ ରୁ ମଧ୍ୟ ହୋଇପାରେ । କିନ୍ତୁ କିଡ୍ନି ଖରାପ ହେଲେ ପାଦ ଫୁଲିଯାଇଥାଏ । ଏହା ସହିତ ହାତ, ଚେହେରା ଫୁଲି ଯାଇଥାଏ । ନୀତିଦିନିଆ କାର୍ଯ୍ୟ କରିବା ନିମନ୍ତେ ମଧ୍ୟ ଅସୁବିଧା ହୋଇଥାଏ । ଏହା ସହ ଶୀଘ୍ର ଥକି ଯିବା ଭଳି ମଧ୍ୟ ସମସ୍ୟା ଦେଖା ଦେଇଥାଏ ।
୪- ଚତୁର୍ଥ ରେ ହେଉଛି ନିଶ୍ୱାସ ନେବାରେ ଅସୁବିଧା ହେବା । କିଡନୀ ଖରାପ ହେବା ଦ୍ୱାରା ଶରୀର ରେ ପାଣି ବଢ଼ିଯାଏ ଏବଂ ଏହି ପାଣି ଫୁସଫୁସ ରେ ପଶିଯାଇ ଥାଏ ଯାହା ଦ୍ୱାରା ଆମକୁ ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ଶ୍ୱାସ ଫୁଲିବାରେ ଲାଗେ ।
୫- ପଞ୍ଚମ ରେ ହେଉଛି ଭୋକ ନ ଲାଗିବା । ଯେତେବେଳେ ଆମ କିଡନୀ ଖରାପ ହୋଇଯାଏ କିମ୍ବା ଠିକ ଭାବରେ କାମ କରେ ନାହିଁ ସେତେବେଳେ ବାନ୍ତି ଲାଗିବା, ଇଛା ନ ହେବା ଏବଂ ଭୋକ ନ ଲାଗିବା ଭଳି ହୋଇଥାଏ ତେବେ ଏହା କିଡନୀ ର ଖରାପ ହେବାର ସଙ୍କେତ ଥାଏ । ତେବେ କିଡନୀ ଖରାପ ହେଲେ ମୁହଁରୁ ଦୁର୍ଗନ୍ଧ ମଧ୍ୟ ବାହାରି ଥାଏ ।
୬- ଷଷ୍ଠ ରେ ହେଉଛି କିଡ୍ନୀ ଖରାପ ହେବା ଦ୍ବାରା ସର୍ଵ ପ୍ରଥମେ ଶରୀରରେ ରକ୍ତ ଖରାପ ହୋଇଯାଏ ଯାହା ଫଳରେ ଶରୀର ଫୁଲିବାକୁ ଲାଗିଯାଏ । ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।
୭- ସପ୍ତମ ରେ ହେଉଛି ଯଦି ଆପଣଙ୍କ ଶରୀର ରେ କେଉଁଠି କୁଣ୍ଡେଇ ହେଉଛି କିମ୍ବା ରାସେସ ପଡ଼ିଯାଉଛି ତେବେ ଏହା ମଧ୍ୟ କିଡନୀ ଖରାପ ହେବାର ସଙ୍କେତ ହୋଇ ପାରେ । ତେବେ ଏପରି ହେବାର କାରଣ ଅନ୍ୟ କିଛି ବି ହୋଇ ପାରେ କିନ୍ତୁ ଡାକ୍ତର ଙ୍କୁ ଦେଖାଇବା ଉଚିତ ଅଟେ ।
୮- ଅଷ୍ଟମ ରେ ହେଉଛି ଯଦି ଗରମ ପରିବେଶରେ ମଧ୍ୟ ଥଣ୍ଡା ଲାଗିଥାଏ । ତ ଏମିତିରେ ଯଦି ଆପଣଙ୍କୁ ଥଣ୍ଡା ଲାଗିଥାଏ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ । ପରିସ୍ରାରେ ଯଦି ରକ୍ତ ପଡିଥାଏ, ପରିସରରେ ଯଦି କୌଣସି ପ୍ରକାର ଚେଞ୍ଜେସ ହୋଇଥାଏ ତେବେ କିଡନୀର ସମସ୍ଯା ଦେଖା ଯାଇଥାଏ । ତେବେ ଆଶା କରୁଛି ଆପଣ ଙ୍କୁ ଏହି ବିଷୟ ଟି ପସନ୍ଦ ଆସିଥିବ ।