ବନ୍ଧୁଗଣ ଗତ କିଛି ବର୍ଷ ତଳେ ଓଡିଆ ଅଭିନେତା ପପୁ ପମ ପମଙ୍କ ବିରୋଧରେ ଜଣେ ନାବାଳିକା ଝିଅ ଏକ ସାଂଘାତିକ ଅଭିଯୋଗ ଆଣିଥିଲା । ତେବେ ସେହି ନାବାଳିକା ଝିଅର ଅଭିଯୋଗ କ୍ରମେ ସେ ପପୁଙ୍କ ପାଇଁ କାଷ୍ଟିଙ୍ଗ କାଉଚର ଶିକାର ହୋଇଥିଲା । ହେଲେ ବନ୍ଧୁଗଣ ଦୀର୍ଘ ଦିନ ଧରି ଏହି ମାମଲାଟି କୋର୍ଟରେ ଚାଲିବା ପରେ ଏବେ ପପୁ ନିର୍ଦୋଷ ପ୍ରମାଣିତ ହୋଇଛନ୍ତି ଆଉ କୋର୍ଟ ପକ୍ଷରୁ ତାଙ୍କୁ କ୍ଳିନ ଚିଟ ମିଳି ଯାଇଛି ।
କ୍ଳିନ ଚିଟ ମିଳିବା ପରେ ଏବେ ପପୁ କିଛି ଗଣମାଧ୍ୟମକୁ ରୋକ ଠୋକ ଜବାବ ଦେଉଛନ୍ତି । ଏମିତି କି ଯେଉଁ ସବୁ ଗଣମାଧ୍ୟମ ପପୁଙ୍କ ବିରୋଧରେ ମିଛ କଥା କହି ତାଙ୍କୁ ବଦନାମ କରିଛନ୍ତି ସେମାନଙ୍କ ବିରୋଧରେ ପପୁ ମାନହାନି ମକଦମା କରିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ପପୁଙ୍କୁ କ୍ଳିନ ଚିଟ ମିଳିବା ପରେ ତାଙ୍କ ଗାଁର କିଛି ସାଙ୍ଗ ଓ ଭାଇ ବନ୍ଧୁ ମାନେ ଏକ 10 ଫୁଟ ଗେଣ୍ଡୁ ମାଳ ନେଇ ତାଙ୍କ ପାଖକୁ ଆସିଛନ୍ତି ।
ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପପୁ ଏନେଇ ଗଣମାଧ୍ୟମକୁ କହିଛନ୍ତି-‘ଏଇଟା ବଡ କଥାଟି ହେଉଛି ଭାଗ୍ୟର ଦୋଷ । ଜୀବନ ତା ବାଟରେ ଯାଉଥାଏ ବେଳେବେଳେ ଖାଲ ଢିପ ଆସେ । କିନ୍ତୁ ସେ କଥାଟି ପାଇଁ ମୋତେ ବହୁତ କଷ୍ଟ ସହିବାକୁ ପଡିଲା । ମୋତେ 43 ଦିନ ଜେଲ ହେଲା ତା ପରେ 6 ବର୍ଷ ମୁଁ ଏକୁଟିଆ କଷ୍ଟ ପାଇଲି ତାହା ନୁହେଁ ।
ମୋ ପରିବାର, ଗାଁର ଭାଇ ମାନେ ସାଙ୍ଗ ମାନେ ଯେଉଁ ମାନେ ବି ମୋ ସହ ଥିଲେ ସମସ୍ତେ ସେମାନଙ୍କୁ କାର୍ଟୁନ କଲେ ଆରେ ତମ ପପୁ ଏମିତି କରିଲା । ସେତେବେଳେ କେବଳ ମୋତେ ନୁହେଁ ସମସ୍ତଙ୍କୁ କଷ୍ଟ ଲାଗିଥିଲା ତ ଆଜି ନିର୍ଦୋଷ ଘୋଷଣା ହେବା ପରେ ମୋ ଗାଁର ମୋ ସରପଞ୍ଚ, ମୋ ପିଲା ଦିନର ସାଙ୍ଗ ସବୁ ଆସିଛନ୍ତି ମୋ ବନ୍ଧୁ ମୋ ସାନ ଭାଇ ବଡ ଭାଇ ସମସ୍ତେ ଆସିଛନ୍ତି ।
ସମସ୍ତେ ଆସିଛନ୍ତି ଯେ, ଆମ ପପୁ ଯେମିତି ଥିଲା ଆଜି ସେମିତି ଅଛି ସମ୍ବୋଧନା କରିବା ପାଇଁ । ମୋତେ ଆଜି ବହୁତ ଖୁସି ଲାଗିଲା’ । ତା ହେଲେ ବନ୍ଧୁଗଣ ପପୁଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।