10 ବର୍ଷ ପରେ ମାଟି ତଳୁ ମିଳିଲା ପୁଅ, ସାମାନ୍ଯ ବଚସା ପାଇଁ ଘଟିଯାଇଥିଲା ଭୟଙ୍କର କାଣ୍ଡ ! ଶୁଣିଲେ ଲୋମ ଟାଙ୍କୁରି ଉଠିବ…

୧୦ ବର୍ଷ ପରେ ମାଟିତଳୁ ମିଳିଲା ମୃତଦେହ । ୨୦୧୩ ରୁ ନିଖୋଜ୧୪ରେ ହତୟଆ ୨୨ରେ ଖୋଳାହେଉଛି ଶବ । ଛେଳି ଚୋ-ଓରି ଯୋଗୁ ଇଲେକ୍‌ଟ୍ରି କରେଣ୍ଟ ଦେଇ କରାଯାଇଥିଲା ହତୟଆ । ହତୟଆ କରି ପୋତିଥିବା ଶବ ମାଟିତଳୁ ମିଳିଲା ୧୦ ବର୍ଷ ପରେ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ୨୦୧୩ ମସିହା ଜୁଲାଇ ୨୩ ତାରିଖର ଘଟଣା ହଠାତ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁ ଥିବା ସମୟରେ,

ନିଖୋଜ ହୋଇଯାଇଥିଲେ ଟାଉନ ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଞ୍ଚଳର ଦୋଳଗୋବିନ୍ଦ ବେହେରା । ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ମଧ୍ୟ ହେଲା ହେଲେ ମିଳିଲେନି ଦୋଳଗୋବିନ୍ଦ । ପରେ ସନ୍ଦେହ ଘନେଇବାରୁ ୨୦୧୪ ମସିହା ଅକ୍ଟୋବର ୩୦ ତାରିଖ ଦିନ ପରିବାର ପକ୍ଷରୁ ହତୟଆ ଅଭିଯୋଗ କରି କିଛି ଲୋକଙ୍କ ଉପରେ ପୁନର୍ବାର ଥାନାରେ ଅଭିଯୋଗ କଲେ । ତଥାପି ଦୋଳଗୋବିନ୍ଦ ମୃତ ନା ଜୀବିତ ସେନେଇ ୧୦ ବର୍ଷ ଯାଏଁ ଅନ୍ଧାରରେ ରହିଲେ ପରିବାର ଲୋକେ ।

ସନ୍ଦେହ ଥାଇ ମଧ୍ୟ ସମାନ ଗାଁରେ ହତୟଆକାରୀଙ୍କ ସହ ବାଧ୍ୟ ହୋଇ ଚଳୁ ଥିଲେ ଦୋଳଗୋବିନ୍ଦଙ୍କ ପରିବାର । ଘରର ରୋଜଗାରିଆ ପୁଅ ଯେ ଆଉ କେବେ ମିଳିବ ସେ ଆଶା ମଧ୍ୟ ହରାଇ ବସିଲେ ପରିବାର ଲୋକ । ତେବେ ଏନେଇ ଦୋଳଗିବିନ୍ଦଙ୍କ ଭଉଣୀ ଭଗବତୀ ଷେଣ୍ଢ ଗଣମାଧ୍ୟମ ଆଗରେ କହିଛନ୍ତି-‘ଆମେ ଏଠି ବହୁତ ଖୋଜି ବି ପାଇଲୁନି ।

ଆମେ ତାଙ୍କୁ ବାରମ୍ବାର ପଚାରିଛୁ ଆମ ପୁଅ ଇଆଡେ ଆସିଥିଲା ତମେ ଦେଖିଥିଲ ଆମକୁ ବି କହିଲେନି ସତ କଥା କଣ । ଆମେ ବହୁତ ଖୋଜିକି ନିର୍ଭୟ ହେଇ ରହିଲୁ । ଏବେ ଆମେ ଜାଣିଲା ପରେ ଭାବୁଛୁ ମାରିଦେବୁ ନହଲେ ମରିଯିବୁ । ସେ ଛେଳି ଚୋରୀ କଥା କହୁଛନ୍ତି ତାହା ସଂପୂର୍ଣ୍ଣ ମିଛ ଚୋରୀ ଡକାୟତ ବଦମାସୀ ଏସବୁ ଜିନିଷ ତାର ନଥିଲା । ଆମର ଗୋଟେ ଜାଗାରେ ଗଣ୍ଡୋଗଳ ହେଇଥିଲା ଅଲଗା ଲୋକ ଗଣ୍ଡୋଗଳ କରିଥିଲା ।

ଆମ ପୁଅ ଯାଇ ମନା କରିଥିଲା ସେ କହିଥିଲା ୮ ଦିନରେ ଉଠେଇ ଦେବୁ । ସେମାନେ ସବୁ କରିଛନ୍ତି ଆଉ ସେମାନଙ୍କ ପଛରେ ହାତ ଅଛି । ସେମାନେ ପ୍ରି ପ୍ଳାନରେ ମର୍ଡର କରିଛନ୍ତି । ଆମକୁ ନ୍ୟାୟ ଦରକାର ତାଙ୍କୁ ଫାଶୀ ହେଉ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *