ଦାନ କରିଥିଲେ ସୁନା ଖଣ୍ଡନ ହେଲାନି ରିଷ୍ଟ, ଶନିଙ୍କୁ କରିଥିଲେ ପୂଜା ପୋଲିସ marila guli । ଚର୍ଚ୍ଚା ହୋଇ ଥିଲା କୋଟିଏ ଟଙ୍କାର ସୁନା କଳସ କିନ୍ତୁ ନବ କହିଥିଲେ କଳସର ଦାମ 10 ଲକ୍ଷ । ଶନି ସିଙ୍ଗଣାପୁରରେ ସୁନା ଦାନ ତଥାପି ତିଷ୍ଠି ପାରିଲାନି ନବଙ୍କ ଜୀବନ । ଗତ ତ୍ରିବେଣୀ ଅମାବାସ୍ୟାରେ ଶନିଙ୍କୁ ସୁନା କଳସ ଦେଇ ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ ନବ ଦାସ । ଶନି ଅମାବାସ୍ୟାରେ ମହାରାଷ୍ଟ୍ରର ଶନି ସିଙ୍ଗଳାପୁର ମନ୍ଦିରକୁ ଏକ କେଜି ସୁନା ଏବଂ ପାଞ୍ଚ କେଜି ରୂପାରେ ନିର୍ମିତ ଏକ କଳସ ଦାନ କରିଥିଲେ ।
ଯଦିଓ ନିଜେ ନବ ଦାସ ଏହାକୁ 10 ଲକ୍ଷ ଟଙ୍କାର ବୋଲି କହି ଥିଲେ କିନ୍ତୁ ଏହାର ମୂଲ୍ୟ ଏକ କୋଟି ଟଙ୍କା ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଶନି ମନ୍ଦିରରେ ଶୋରିଷ ତେଲ ରଖିବା ପାଇଁ ଏହି କଳସ ଦାନ କରି ଓଡିଶାବାସୀଙ୍କ ଖୁସି ବିଶେଷ କରି ଝାରସୁଗୁଡ଼ାବାସୀଙ୍କ ଖୁସି ପାଇଁ ପ୍ରାର୍ଥନା କରିଥିବା ନିଜେ ନବ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।
କିନ୍ତୁ ଶନିଦେବଙ୍କୁ ବୋଧେ ନିଜ ପୂଜାରେ ସନ୍ତୁଷ୍ଟ କରିପାରିନଥିଲେ ମନ୍ତ୍ରୀ ନବ ଦାସ । ସୁନା ଦାନ ପରେ ବି ନବଙ୍କ ରିଷ୍ଟ ଖଣ୍ଡନ ହୋଇପାରିଲାଣି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ ଶନି ଦଶାରୁ ମୁକ୍ତି ପାଇବା ପାଇଁ ନିଜ ବାସ ଭବନରେ ସମି ଗଛ ମଧ୍ୟ ଲଗାଇ ଥିଲେ ନବ ଦାସ । ସାଧାରଣତଃ ଶନି ଦଶା ପୂଜା କିମ୍ବା ହୋମ ଆଦି କାମରେ ସମି ଗଛର ଆବଶ୍ୟକତା ପଡି ଥାଏ ।
ଶନି ମନ୍ଦିରରେ ପୂଜା ପାଠ ଏବଂ ସୁବର୍ଣ୍ଣ କଳସ ଦାନ କରି ସମି ଗଛ ମଧ୍ୟ ଶନି ଦଶାରୁ ମୁକ୍ତି ପାଇବାକୁ ଲଗାଇ ଥିବା ନବ ଦାସ ଚର୍ଚ୍ଚା ହେଉଛି । ହେଲେ ବନ୍ଧୁଗଣ ଏବେ କଥା ଆସୁଛି ବୋଧ ହୁଏ ସୁନା କଳସ ଦେଇ ଶନି ଠାକୁରଙ୍କୁ ସନ୍ତୁଷ୍ଟ କରିପାରିଲେନି ନବ କିଶୋର ଦାସ । ତେବେ ଗତ କାଲି ନବଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।
ତାଙ୍କ ଶେଷ ଯାତ୍ରାରେ ଅନେକ ନେତା ଓ ମନ୍ତ୍ରୀ ମାନେ ଯୋଗ ଦେଇ ତାଙ୍କୁ ସମ୍ମାନ ଦେଇ ଥିଲେ । ତାଙ୍କୁ ଗାର୍ଡ ଅଫ ହୋନର ମଧ୍ୟ ପ୍ରଦାନ କରା ଯାଇ ଥିଲା । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।