ବମ୍ବେ ଗଲେ ବାବୁଶାନ, ଏବେ ଖୁବ ଶୀଘ୍ର ହିନ୍ଦୀ ଓ ତେଲୁଗୁ ଭାଷାରେ ବି ଆସିବ ଓଡିଆ ଫିଲ୍ମ ‘Daman’, ଜାଣନ୍ତୁ ଏ ନେଇ କଣ କହିଲେ Babushan ?

ଦର୍ଶକ ବନ୍ଧୁ ଏବେ ଓଡିଆ ଫିଲ୍ମ ଦମନ କେବଳ ଓଡିଶା ନୁହେଁ ସାରା ଭାରତରେ ଚହଳ ସୃଷ୍ଟି କରିଛି । ଆଗରୁ ଆମ ଓଡିଆ ଇଣ୍ଡଷ୍ଟ୍ରିକୁ ଲୋକମାନେ ବହୁତ ବଦନାମ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ ଯେ କେବଳ କପି କଣ୍ଟେଣ୍ଟ ମିଳେ ତାହା ଏଠି ଭୁଲ ପ୍ରମାଣିତ ହୋଇଛି । ଓଡିଆ ଅଭିନେତା ବାବୁସାନ ମହାନ୍ତିଙ୍କ ଏହି ଫିଲ୍ମ ବ୍ଲକ ବଷ୍ଟର ହେଇଛି । ଆଉ ଏବେ ସାରା ଭାରତବାସୀ ଏହି ଫିଲ୍ମକୁ ଦେଖିବା ପାଇଁ ଚାହୁଁ ଛନ୍ତି ।

ହେଲେ ଏହି ଫିଲ୍ମଟି କେବଳ ଓଡିଆ ଭାଷାରେ ରିଲିଜ ହୋଇଥିବାରୁ ବାବୁସାନ ଏବେ ଏହି ଫିଲ୍ମର ହିନ୍ଦୀ ଡବିଙ୍ଗ୍ ପାଇଁ ବମ୍ବେ ଯାଉଛନ୍ତି । ବାବୁସାନ ବମ୍ବେ ଯିବା ପୂର୍ବରୁ ଗଣମାଧ୍ୟମ ଆଗରେ ନିଜର ଏକ ପ୍ରତିକ୍ରିୟା ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବାବୁସାନ ଏନେଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ଦମନର ହିନ୍ଦୀ ଡବିଙ୍ଗ ପାଇଁ ବମ୍ବେ ଯାଉଛି ମୁଁ ବହୁତ ଖୁସି ଅଛି । ମୋ ଦର୍ଶକଙ୍କୁ ସମଗ୍ର ଓଡିଶାବାସୀ ଆଉ ବାହାରେ ଥିବା ଓଡିଆ ଲୋକଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣେଇବି । ସେମାନେ ଏତେ ମାତ୍ରାରେ ଭଲ ପାଇବା ଦେଇଛନ୍ତି ଆଜି ଫିଲ୍ମଟି ଏଇଠି ପହଞ୍ଚି ପାରିଛି । ଗୋଟେ ନାସନାଲ କୋଡିଏମରେ ଆମ ଓଡିଆ ଫିଲ୍ମଟି ରିପ୍ରେଜେନ୍ଟ କରିବ ।

ଆମ ଭାଷା ଆମ ସଂସ୍କୃତିକୁ ଆମେ ରିପ୍ରେଜେନ୍ଟ କରିବାର ସୁଯୋଗ ପାଇଛୁ । ଆଉ ଏଇଟା ସମ୍ଭବ ହେଇଛି ଆମ ଦର୍ଶକଙ୍କ ପାଇଁ ଓଡିଶାବାସୀଙ୍କ ପାଇଁ ସବୁ ଓଡିଆଙ୍କ ପାଇଁ । ମୁଁ ବହୁତ ଗର୍ବ ଅନୁଭବ କରୁଛି ସେଇଠି ଯାଇ ମୁଁ ଡବିଙ୍ଗ କରିବି ଆମ ଫିଲ୍ମକୁ । ଫିଲ୍ମ ଯେମିତି ଅଛି ସେମିତି ରହିବ ତାକୁ କେବଳ ହିନ୍ଦୀରେ ଡବ କରା ହେବ । ଆଉ ଯେଉଁଠି ଦରକାର ସେଇଠି ପଲିସ କରାହେବ ।

ଫିଲ୍ମର ଗୀତ ଗୁଡିକ ବି ଏବେ ହିନ୍ଦୀରେ ହେବ । କାରଣ ଏଇଟା ବଡ କଥାରେ ଘଟିବା ପାଇଁ ଯାଉଛି । ସାରା ଭାରତରେ 400 ରୁ 450 ହଲରେ ଏବେ ଏଇଟା ରିଲିଜ ହେବାକୁ ଯାଉଛି । ଆଉ ଏଇଟା ଆମ ପାଇଁ ବହୁତ ବଡ କଥା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *