Daitari panda କୁ ପୁଣି ଧୋଇଲେ rani, ସୋସିଆଲ ମିଡିଆରେ ଆସିଲେ, ତାଙ୍କୁ ନେଇ ବହେ ଶୁଣେଇଲେ…

ପୁଣି ଦୈତାରୀ ପଣ୍ଡାଙ୍କ ଉପରେ ବର୍ଷିଲେ ରାଣୀ ପଣ୍ଡା ! ହଁ ଆଜ୍ଞା ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ନାମରେ ରାଣୀ ପଣ୍ଡା ବହୁତ ଜଣାଶୁଣା ଅଟନ୍ତି । ହେଲେ ସବୁ ବାଦ ବିବାଦ ମଧ୍ୟରେ ବି ଅଭିନେତ୍ରୀ ରାଣୀ ନିଜର କଳା ପଦର୍ଶନ କରି ଦର୍ଶକଙ୍କର ମନୋରଞ୍ଜନ କରାଇଥାନ୍ତି । ଏଥିସହ ଲୋକଙ୍କୁ ସାହାଜ୍ଯ କରିବାକୁ ମଧ୍ୟ ରାଣୀ ପଣ୍ଡା କେବେବି ପଛଘୁଞ୍ଚା ଦେଇନଥାନ୍ତି । ତେବେ ଏତେ ସବୁ ମଧ୍ୟରେ ବି ରାଣୀ ବିବାଦ ଜଗତରୁ ବାହାରି ପାରି ନାହାନ୍ତି ।

ଦିନେ କିଛି କୁଆଡୁ ନଥିଲା । ହେଲେ ଅଭିନେତା ଦୈତାରୀ ପଣ୍ଡା ଏକ ସ୍ଟେଜ ଉପରେ ଛିଡା ହୋଇ ରାଣୀ ପଣ୍ଡାଙ୍କ ନାମ ନେଇ ଇଆଡୁ ସିଆଡୁ କରି କହିଦେଇଥିଲେ । ତାପରେ ଏହି କଥା ଯେତେବେଳେ ରାଣୀ ପଣ୍ଡା ଶୁଣିବାକୁ ପାଇଥିଲେ । ସେବେ ଠାରୁ ହିଁ ଦୈତାରୀ ପଣ୍ଡାଙ୍କ ରାଣୀ ପଣ୍ଡା ବହୁତ ବଡ ଶତ୍ରୁ ପାଲଟି ଯାଇଛନ୍ତି । ଏବେ ରାଜନୀତି ଜଗତରେ ମଧ୍ୟ ଦୈତାରୀ ପଣ୍ଡା ପାଦ ଥାପିବାକୁ ଆରମ୍ଭ କରିଛନ୍ତି ।

ଯାତ୍ରା ଜଗତରେ ଖଳନାୟକ ଭୂମିକାରେ ଲୋକଙ୍କର ମନୋରଞ୍ଜନ କରାଉଥିବା ଦୈତାରୀ ପଣ୍ଡା ଏବେ ରାଜନୀତିରେ ପାଦ ଥାପି ନେତା ହେବାର ମଧ୍ୟ ଆଶା ବାନ୍ଧିଛନ୍ତି । ତାପରେ ଦୈତାରୀ ପଣ୍ଡା ଉତ୍କଣ୍ଠାର ସହ ଗଣ ମାଧ୍ୟମ ସାମ୍ନାରେ ଏପରି କିଛି କହିଦେଇଥିଲେ । ଆଉ ଯେତେବେଳେ ଏ ଖବର ରାଣୀ ପଣ୍ଡାଙ୍କ ପାଖରେ ପହଞ୍ଚିଥିଲା । ସେତେବେଳେ ପୁଣି ଥରେ ସୋସିଆଲ ମିଡିଆରେ ଦୈତାରୀ ପଣ୍ଡାଙ୍କ ଉପରେ ରାଣୀ ପଣ୍ଡା ବର୍ଷୀଛନ୍ତି ।

ରାଣୀ ପଣ୍ଡା ଦୈତାରୀ ପଣ୍ଡାଙ୍କୁ ଏପରି କିଛି କଟୁ ମନ୍ତବ୍ୟ ମଧ୍ୟ ଦେଇ କହିଛନ୍ତି । ଯେମିତି ରାଜନୀତିରେ ତୁ ମିଶିଛୁ । କାହାର କଣ କରିବୁ ମୁଁ ଖାଲି ଦେଖିବି । ଯାହା କହୁଛୁ ତୁ ଭାବି ଚିନ୍ତିକି କହ । ହଁ ଆଜ୍ଞା ଏପରି କିଛି କଡା ଜବାବ ଦେଇ ଦୈତାରୀ ପଣ୍ଡାଙ୍କ ଉପରେ ସୋସିଆଲ ମିଡିଆରେ ବର୍ଷିଛନ୍ତି ରାଣୀ ପଣ୍ଡା । ତେବେ ଦୈତାରୀ ପଣ୍ଡା ଓ ରାଣୀ ପଣ୍ଡାଙ୍କ ଖବର ବର୍ତ୍ତମାନ ସବୁଆଡେ ଚର୍ଚା ହେବାରେ ଲାଗିଛି । ହେଲେ ଏବେକା ସମୟରେ ଅଧିକାଂଶ ଲୋକଙ୍କର ସପର୍ଟ କିନ୍ତୁ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପାଇଁ ରହିଛି । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତି । ଏଥିସହ ପେଜକୁ ଲାଇକ୍ କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *