ବିଜ୍ଞାନ ଓ ଗଣିତକୁ ଗୀତ ଓ ଅଭିନୟର ଏକ ନିଆରା ମାଧ୍ୟମରେ ପାଠ ପଢ଼ାଉଛନ୍ତି ସାର…

ବିଜ୍ଞାନ ଓ ଗଣିତକୁ ଗୀତ ଓ ଅଭିନରେ ପଢାଉଛନ୍ତି ସାର ! ହଁ ଆଜ୍ଞା ଜଣେ ସାର ପିଲା ମାନଙ୍କୁ ଗୀତ ଓ ଅଭିନୟ ମାଧ୍ୟମରେ ପିଲା ମାନଙ୍କୁ ଗଣିତ ଓ ବିଜ୍ଞାନର ଶିକ୍ଷା ଦେଉଛନ୍ତି । ପିଲା ମାନେ ମଧ୍ୟ ଏହିଭଳି ନିଆରା ଢଙ୍ଗରେ ପାଠ ପଢିବାକୁ ବହୁତ ଇଛା ପ୍ରକାଶ କରୁଛନ୍ତି । ହଁ ଆଜ୍ଞା ଏହା ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ହେଲେ ଏଭଳି ଗୀତ ଓ ଅଭିନୟ ଦ୍ଵାରା ଏକ ନିଆରା ପ୍ରୟାସରେ ପିଲା ପାଠ ପଢିବାକୁ ମଧ୍ୟ ଖୁବ ଆଗ୍ରହୀ ହେଉଛନ୍ତି ।

ତେବେ ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆନ୍ଦୋଳ ପଞ୍ଚାୟତର ଦୀପକ କୁମାର ଦାସ । ତେବେ ଦୀପକ ପିଲା ମାନଙ୍କୁ ପାଠ ପଢାଇବା ସହିତ ନିଜେ ମଧ୍ୟ ଚାକିରୀ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଘରର ଅଭାବ ଅନାଟନ ଯୋଗୁ ଘର ଛାଡି ଟିଣ ଛାପର ଘରେ ପିଲାଙ୍କୁ ପାଠ ପଢାଇ ନିଜର ଭବିଷ୍ୟତ ପାଇଁ ମଧ୍ୟ ପରିଶ୍ରମ କରୁଛନ୍ତି । ତେବେ ହିନ୍ଦୁ, ମୁସଲିମ, ଶିଖ ସବୁ ସମ୍ପ୍ରଦାୟର ପିଲାଙ୍କୁ ଏକାଠି ଗୋଟିଏ ସ୍ଥାନରେ ବସାଇ ପିଲାଙ୍କୁ ଶିକ୍ଷା ଦାନ କରୁଛନ୍ତି ।

ତେବେ ଏଠାରେ ସବୁଠାରୁ ବଡ କଥା ହେଉଛି । ଦୀପକ ସାର ଗରିବ ପିଲା ମାନଙ୍କୁ ବିନା ମୂଲ୍ୟରେ ପାଠ ପଢାଉଛନ୍ତି । ତାଙ୍କ କହିବା ଅନୁସାରେ ସବୁ ପିଲା ମାନଙ୍କ ପାଖରେ ବୁଦ୍ଧି ଅଛି । ସେମାନେ ଫିଲ୍ମ ଦେଖିବାକୁ ଯେପରି ଇଛା କରୁଛନ୍ତି । କାରଣ ଫିଲ୍ମ ସହ ସେମାନେ ଭଲ ଭାବେ ଇମୋସନାଲୀ ଆଟାଚ ଥାନ୍ତି । ପାଠ ପଢିଲା ବେଳେ କଣ ପାଇଁ ତାଙ୍କ ମନ ପାଠରେ ଲାଗୁନାହିଁ ।

ତେଣୁ ପିଲା ମାନଙ୍କୁ ଯଦି ମନୋରଞ୍ଜନ ଢଙ୍ଗରେ ଶିକ୍ଷା ଦାନ କରାଯିବ । ତେବେ ସେମାନଙ୍କର ମଧ୍ୟ ପାଠ ପଢା ପ୍ରତି ଆଗ୍ରହ ବଢିବ । ତେଣୁ ମୁଁ ଗୀତ ଓ ଅଭିନୟ ମାଧ୍ୟମରେ ପିଲା ମାନଙ୍କୁ ଏଠାରେ ପଢାଉଛି । ତେବେ ଦୀପକ ସାରଙ୍କ ପାଖରେ ପଢୁଥିବା ପିଲା ମାନେ ମଧ୍ୟ କହିଛନ୍ତି । ସାର ଯେମିତି ଗୀତ ଗୀତରେ ଆମକୁ ପାଠ ପଢାଉଛନ୍ତି । ଆମକୁ କଷ୍ଟିକିଆ  ଗଣିତ ଓ ବିଜ୍ଞାନ ମଧ୍ୟ ବହୁତ ସହଜରେ ବୁଝି ହୋଇଯାଉଛି । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *