ରାଣୀ ପଣ୍ଡାଙ୍କ ଖରାପ ଭାଷା କହିବା କେମିତି ବଦଳିବ ତା’ର ସୂତ୍ର ବତାଇଦେଲେ… Piyush Tripathi

ରାଣୀ ପଣ୍ଡାଙ୍କ ଖରାପ ଭାଷା କେମିତି ବଦଳିବ କହିଦେଲେ ପୀୟୂଷ ! ହଁ ଆଜ୍ଞା ଯାତ୍ରା ଜଗତରେ ଅନେକ ସମୟରେ ଯାତ୍ରା କଳାକାରଙ୍କୁ ନେଇ ଅନେକ କିଛି ବିବାଦ ସାମ୍ନାକୁ ଆସିଛି । ତେବେ ବିଗତ ଦିନ ମାନଙ୍କରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଖରାପ ଭାଷାକୁ ନେଇ ଅନେକ କଣ୍ଟ୍ରୋଭର୍ଶୀ ହୋଇଛି । ରାଣୀଙ୍କର ଏପରି ଭାଷା କହିବା ଯୋଗୁ ଲୋକ ମାନେ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି । ତେବେ ଏ ନେଇ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଗଣ ମାଧ୍ୟମ ସାମ୍ନାରେ ନିଜର କିଛି ପ୍ରତିକ୍ରିୟା ରଖି କହିଛନ୍ତି ।

ରାଣୀ ପଣ୍ଡା ଭଳି ଏମିତି ଅନେକ କଳାକାର ସବୁ ଅଛନ୍ତି । ଯେଉଁ ମାନଙ୍କୁ କେବଳ ଯାତ୍ରା କଳାକାର ନୁହଁ ବଂର ଷ୍ଟାର ବୋଲି କହିଲେ କିଛି ଅତ୍ଯୁକ୍ତି ହେବ ନାହିଁ । ଏମାନେ ଯେତେବେଳେ ଯାତ୍ରା ପେଣ୍ଡାଲ ଉପରକୁ ଜାଆନ୍ତି । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ବହୁତ ଭିଡ ଦେଖିବାକୁ ମିଳେ । ତାଙ୍କ ପାଇଁ ଯାତ୍ରା ପାର୍ଟି ବହୁତ ଭଲ ଟିକେଟ ବିକ୍ରି କରେ । ପ୍ରତ୍ଯେକ ଦିନର ସେଲ୍ ଅପେକ୍ଷା ସେଦିନର ସେଲ୍ ଚଢିକି ରୁହେ ।

ହେଲେ ଯାତ୍ରା ଜଗତର କଳାକାର ମାନଙ୍କ ମଧ୍ୟରେ ଯଦି କିଛି ନା କିଛି କାରଣ ପାଇଁ ଝଗଡା ହେଇଯାଉଛି । ସେମାନେ ଯଦି ଚାହିଁବେ ପରସ୍ପର ବୁଝାମଣା କରି ତାହାର ସମାଧାନ କରିଲେ ପୂର୍ବ ଭଳି ସବୁ ଠିକ ହୋଇଯିବ । ହେଲେ ଅନେକ ସମୟରେ କଳାକାର ମାନଙ୍କର କହିବାର ଶୈଳୀ ପରିବର୍ତ୍ତନ ହୋଇଯାଉଛି । ଯେମିତି ରାଣୀ ପଣ୍ଡାଙ୍କର ଖରାପ ଭାଷାକୁ ନେଇ ବହୁତ ସମୟରେ ଚର୍ଚା ଲାଗି ରୁହେ । ତେଣୁ ଯଦି ଆମେ ଚାହିଁବା । ତେବେ ରାଣୀ ପଣ୍ଡା ନିଜର ଖରାପ ଭାଷା କହିବା ବନ୍ଦ କରିପାରିବେ ।

ଯଦି ଆମେ ମାନେ ବା ଦର୍ଶକ ମାନେ ରାଣୀ ଦିଦିକୁ ଭାଷା କହିବାକୁ ମନା କରିବେ। ସବୁ ଦର୍ଶକ କହିବେ, ରାଣୀ ଦିଦି ଆମେ ତମ ମୁହଁରୁ ଖରାପ ଭାଷା ଶୁଣିବାକୁ ଚାହୁଁନୁ । ଯଦି ଏଭଳି କିଛି କଥା ଦର୍ଶକ ମାନେ ରାଣୀ ପଣ୍ଡାକୁ ଭଲ ଭାବେ ବୁଝାଇ କହିବେ । ରାଣୀ ପଣ୍ଡା ମଧ୍ୟ ନିଜର କଥା କହିବା ଶୈଳୀରେ ଅନେକ ପରିବର୍ତ୍ତନ ଆଣି ପାରିବେ । କାରଣ ସେ ପ୍ରକୃତରେ ଜଣେ ଭଲ ହୃଦୟର ମଣିଷଟିଏ ଅଟନ୍ତି । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *