ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଖବର ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ଦାଢି ନିଶା ରଖିଲେ ବିବାହ ମନା । ସୁନା ଅଳଙ୍କାର ପିନ୍ଧିବା ଉପରେ ବି କଟକଣା । ରାଜସ୍ଥାନର ଏକ ସମ୍ପ୍ରଦାୟର ନୂଆ ବିବାହ ନିୟମ ଏବେ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦାଢି ନିଶ ରଖିଥିବା ବ୍ୟକ୍ତିକୁ ବିବାହ ଅନୁମତି ଦିଆଯିବ ନାହିଁ ବୋଲି ସଂପ୍ରଦାଯ ପଞ୍ଚାୟତ ନିଷ୍ପତ୍ତି ନେଇଛନ୍ତି । ପାଲି ଜିଲ୍ଲାର 19ଟି ଗାଁରେ ଏହି ନିୟମ ଲାଗୁ କରାଯାଇଛି ।
ଏଠିକାର କୁମାବତ ସମ୍ପ୍ରଦାୟ ଦ୍ଵାରା ଏନେଇ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ଅନୁସାରେ କେବଳ ଦାଢି ନିଶା ନଥିବା ଯୁବକଙ୍କୁ ହିଁ ବିବାହ ଅନୁମତି ମିଳିବ । ଫ୍ୟାସନ ନାମରେ ବରକୁ ଦାଢି ନିଶ ରଖିବାର ଅନୁମତି ଦିଆଯିବ ନାହିଁ କାରଣ ବିବାହ ଏକ ପବିତ୍ର ସାମାଜିକ ସଂସ୍କାର ଏବଂ ବର ଏଥିରେ ରାଜା ଭଳି ଦେଖାଯିବା ଉଚିତ । ତେଣୁ ବିବାହରେ ଦାଢି ନିଶ ନ ରଖିବା ପାଇଁ ଏଠି ସମ୍ପ୍ରଦାୟ ନିଷ୍ପତ୍ତି ନେଇଛି ।
କେବଳ ସେତିକି ନୁହେଁ 19ଟି ଗାଁର ପଞ୍ଚାଯତ ବିବାହ ଖର୍ଚ୍ଚ କାଟ କରିବାକୁ ଓ ବିବାହକୁ ସିଧା ସାଧା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡିଜେ ବାଜା ଓ ବରଯାତ୍ରୀଙ୍କ ନାଚକୁ ମଧ୍ୟ ଏହି ସମ୍ପ୍ରଦାୟ ପୂର୍ବରୁ ବିରୋଧ କରି ଆସୁଥିଲା । ଏହା ପରେ ବିବାହ ଉତ୍ସବରେ କୌଣସି ପ୍ରକାର ନି-ଶା ତଥା ମା-ଦ-କ ଦ୍ରବ୍ଯ ସେବନକୁ ନେଇ ମଧ୍ୟ କଟକଣା ଲାଗିଲା । ଆଜିକାଲି ବିବାହ ଉତ୍ସବ ଖର୍ଚ୍ଚ ବହୁଳ ହେଲାଣି ।
ଏବେ ଯୁବପିଢି ସାଙ୍ଗ ସାଥିଙ୍କ ସହ ବିବାହରେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେଣୁ ବନ୍ଧୁଗଣ ଏଭଳି ଏକ ନିଷ୍ପତ୍ତି ଏବେ ସାମ୍ନାକୁ ଆସିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।