କଟକ ଧବଳେଶ୍ୱର ବ୍ରିଜ ପାଖରେ ଭାସିଆସିଲେ ଅଜଣା ବ୍ୟକ୍ତି…ବାରମ୍ବାର ଚିତ୍କାର ସତ୍ୱେ ଉଦ୍ଧାର କରିବାକୁ ଆସିଲେନି କେହି…ଦେଖନ୍ତୁ Video

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଜଳରେ ଭାସି ଯାଉଛନ୍ତି ବ୍ୟକ୍ତି ଜଣକ । ଏ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ କେହି ବି ଆସୁ ନାହାନ୍ତି ଏ ପର୍ଯ୍ୟନ୍ତ । ବ୍ୟକ୍ତି ଜଣକ ପାଣି ଭିତରେ ରହି ଉବୁ ଡୁବୁ ହେଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଡିଆ ରିପୋର୍ଟସ ଅନୁସାରେ କଟକ ଧବଳେଶ୍ଵର ବ୍ରିଜ ପାଖରେ ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ।

କେହି ଜଣେ ବ୍ୟକ୍ତି ଏଭଳି ଭାସି ଆସୁଥିବା ସୂଚନା ମିଳିଥିଲା । ତା ପରେ ଲୋକ ମାନେ ମୋବାଇଲ ଧରି ପହଞ୍ଚି ଥିଲେ ଆଉ ଏ ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ । ଏହି ଦୃଶ୍ୟକୁ ଆପଣ ମାନେ ଦେଖି ପାରୁଥିବେ କିଭଳି ବ୍ୟକ୍ତି ଜଣକ ପାଣିରେ ଭାସି ଯାଉଛନ୍ତି ।

ହେଲେ କେହି ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ପାଖାପାଖି ଯାଉ ନାହାନ୍ତି । ତେବେ କୁହା ଯାଉଛି ବ୍ୟକ୍ତି ଜଣକ ଘଣ୍ଟା ଘଣ୍ଟା ଧରି ଏଭଳି ଭାସୁ ଥିଲେ । ଆଉ କୁଆଡେ ବଡ ପାଟି କରି ଡ଼ାକିଥିଲେ ତାଙ୍କୁ ଉଦ୍ଧାର କରିବା ପାଇଁ । ହେଲେ ତଥାପି କେହି ତାଙ୍କୁ ବଞ୍ଚେଇବା ପାଇଁ ତାଙ୍କ ପାଖକୁ ଆସି ନଥିଲେ । ତେବେ ବ୍ୟକ୍ତି ଜଣକ ଅତି ଅସହାୟ ଭାବେ ଏଭଳି ଘଣ୍ଟା ଘଣ୍ଟା ଧରି ଭାସୁ ଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ପୁଣି ଥରେ କହି ରଖିବାକୁ ଚାହିଁବୁ ଏହି ଦୃଶ୍ୟ କଟକ ଧବଳେଶ୍ଵର ବ୍ରିଜ ପାଖରେ ଦେଖିବାକୁ ମିଳିଥିଲା । ଲଗାତାର ବର୍ଷା ହେବାରୁ ଯେଉଁ ଭଳି ଭାବରେ ଜଳ ସ୍ତର ବଢି ଚାଲିଛି ସେହି ଭଳି ଭାବରେ ନଦୀରେ ଜଳ ପ୍ରଭାବ ବି ବଢି ଚାଲିଛି । ଏହା ସହ କେତେବେଳେ ମୃତ ଦେହ ତ କେତେବେଳେ ଜୀବନ୍ତ ଦେହ ନଦୀରେ ଭାସୁ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

ଆଜି ଧବଳେଶ୍ଵର ବ୍ରିଜ ପାଖରେ ଜଣେ ବ୍ୟକ୍ତି ଅସହାୟ ଭାବେ ଭାସୁ ଥିବାର ଦେଖିବାକୁ ମିଳିଛି । ଏ ବ୍ୟକ୍ତି ଜଣକ ବର୍ତ୍ତମାନ କେଉଁ ଭଳି ସ୍ଥିତିରେ ରହିଛନ୍ତି ବା ତାଙ୍କ ଶାରୀରିକ ସ୍ଥିତି କେମିତି ଅଛି ତାହା ଏ ପର୍ଯ୍ୟନ୍ତ ସ୍ପର୍ଷ୍ଟ ହୋଇନି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *