କ୍ୟାନ୍ସର ହେବା ପୂର୍ବରୁ ଶରୀର ଦେଇଥାଏ ଏହି 10 ସଙ୍କେତ ! ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ! (Health Tips)

ନମସ୍କାର ବନ୍ଧୁଗଣ ତେବେ କ୍ୟାନ୍ସର ନାମ ଶୁଣିଲେ ହିଁ ଡର ଲାଗେ । ଏହି ରୋଗକୁ ନେଇ ସମସ୍ତଙ୍କ ମନରେ ଭୟ ରହିଥାଏ । ଶରୀରର କୌଣସି ଅଙ୍ଗରେ ଅବସ୍ଥିତ କୋଷିକା ମାନଙ୍କର ଅନିୟନ୍ତ୍ରିତ ବୃଦ୍ଧି କ୍ୟାନ୍ସରର କାରଣ ବନିଥାଏ । ଏପରି ତ ଶରୀରର କୋଶିକ ଗୁଡିକ ଆବଶ୍ୟକ ଅନୁସାରେ ବିଭାଜିତ ହୋଇଯାନ୍ତି, କିନ୍ତୁ ଯେତେବେଳେ ଏହା ଲଗାତାର ବୃଦ୍ଧି ପାଇଥାଏ ତାହା କ୍ୟାନ୍ସରର ରୂପ ନେଇଥାଏ ।

କୋଷିକା ଗୁଡିକ ଅସାମାନ୍ୟ ଭାବେ ବୃଦ୍ଧି ପାଇଲେ ଏହା ଏକାଠି ହୋଇ ଏକ ଟ୍ଯୁମର ହୋଇଯାଏ । ଏହି ଟ୍ଯୁମର ଆଖାପ୍ଖାରେ ଥିବା କୋଷିକା ଗୁଡିକୁ ମଧ୍ୟ ନଷ୍ଟ କରି ଦିଅନ୍ତି । ତେବେ ଏହି ଟ୍ଯୁମର ଦୁଇ ପ୍ରକାରର ହୋଇଥାନ୍ତି । କିଛି ଟ୍ଯୁମର ବିନା କ୍ୟାନ୍ସର ବାଲା ହୋଇଥାନ୍ତି ଓ ଆଉ କିଛି କ୍ୟାନ୍ସର ବାଲା । ତେବେ କ୍ୟାନ୍ସର କୋଷିକା ଗୋଟିଏ ଜାଗାରୁ ଆରମ୍ଭ ହୋଇ ପୁରା ଶରୀରରେ ବ୍ୟାପୀ ଯାଆନ୍ତି ।

ଅନେକ କାରଣରୁ କ୍ୟାନ୍ସର ହୋଇଥାଏ । ତନ୍ମଧ୍ୟରୁ ତମାଖୁ, ତମାଖୁର ଧୂଆଁ, ବାତାବରଣ ଓ ଭୂତାଣୁ ବା ଭାଇରସ ଆଦି ଯୋଗୁଁ ହୋଇଥାଏ । ଅଧିକାଂଶ ସମୟରେ କ୍ୟାନ୍ସର ଦୂଷିତ ବ ଅତବର୍ନ ଯୋଗୁଁ ହୋଇଥାଏ । ଅସନ୍ତୁଳିତ ଭୋଜନ ରୋଗ ପରତିରୋଧକ ଶକ୍ତିର ଅଭାବ ମଧ୍ୟ କ୍ୟାନ୍ସର ହୋଇଥାଏ । ଆରମ୍ଭରୁ କ୍ଯାନ୍ସରର ଚିକିତ୍ସା କରାଗଲେ ଏଥିରୁ ମୁକ୍ତି ପାଇ ହେବ ।

କିନ୍ତୁ ଅନେକ ଲୋକ ଏହାର ଲକ୍ଷଣକୁ ନଜର ଅନ୍ଦାଜ କରି ଦିଅନ୍ତୁ ଯାହା ଫଳରେ ତାହା ଶରୀରରେ ଅଧିକ ବ୍ୟାପିବା ପରେ ହିଁ ଜଣା ପଡିଥାଏ । ଆଜି ଆମେ କ୍ୟାନ୍ସରର କିଛି ଲକ୍ଷଣ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ପେଟରେ କ୍ୟାନ୍ସର ହୋଇଥିଲେ ତାହା ସହଜରେ ଜଣା ପଡି ନ ଥାଏ । ଏହା ଜଣା ପଡିବା ବେଳକୁ କ୍ୟାନ୍ସର କୋଷିକା ପେଟରେ ଖୁବ ଖ୍ଯାତି ଘଟାଇ ସାରିଥାନ୍ତି । ପେଟରେ ଦରଜ ହେବ, ଅଧିକ କୋଷ୍ଠକାଠିନ୍ଯ ହେବା, ପେଟ ଫୁଲିବା ଆଦି ପେଟ କ୍ୟାନ୍ସରର ଲକ୍ଷଣ ହୋଇପାରେ।

ତେବେ ବ୍ଲଡ଼ କ୍ୟାନ୍ସର ଆମ ରକ୍ତର ଶ୍ଵେତ ରକ୍ତକଣିକାରେ ହୋଇଥାଏ । ଏକ ପ୍ରକାର ବ୍ଲଡ଼ କ୍ୟାନ୍ସର ବହୁତ ତୀବ୍ର ଗତିରେ ଶରୀରରେ ବ୍ୟାପି ଯାଏ ଓ ଅନ୍ଯଟି ଧିରେ ଧିରେ ବ୍ୟାପେ ଓ ଏହାର ଚିକିତ୍ସା ମଧ୍ୟ ସମ୍ଭବ । ରକ୍ତର ଅଭାବ ହେବା, ଅଧିକ ଜ୍ଵର ହେବା, ଶରୀରର ଅଙ୍ଗରୁ ରକ୍ତସ୍ରାବ ହେବା ବ୍ଲଡ଼ କ୍ୟାନ୍ସରର ଲକ୍ଷଣ ହୋଇପାରେ ।

ଶରୀରର କୌଣସି ଅଙ୍ଗର ହାଡରେ କ୍ୟାନ୍ସର ହୋଇଥିଲେ ତାହା ଆରମ୍ଭରୁ ବ୍ୟଥା କରିଥାଏ ଓ ସମୟ ସହ ଏହା ବଢିଥାଏ । ତେବେ ଗଳାରେ ଲଗାତାର ଜ୍ଵଳନ ହେବା, ନିଃଶ୍ଵାସ ନେବାରେ ଅସୁବିଧା ହେବା, ଦୀର୍ଘ ସମୟ ଧରି କାଶ ହେବା, ବାରମ୍ବାର ସ୍ଵର ଖରାପ ହେବା ଆଦି ଗଳା କ୍ୟାନ୍ସରର ଲକ୍ଷଣ ହୋଇପାରେ । କିଛି ଗଳା କ୍ୟାନ୍ସର ଯୋଗୁଁ କାନରେ ମଧ୍ୟ ବ୍ୟଥା ହୋଇଥାଏ ।

କାରଣ ଗଳା ଓ କାନର ମାଂସପେଶୀ ପରସ୍ପର ସହ ଜଡିତ ଅଛନ୍ତି । ଶରୀରର ଯେକୌଣସି ଅଙ୍ଗରେ ଦୀର୍ଘ ସମୟ ଧରି ଫୁଲା,ବ୍ୟଥା ଆଦି ରହୁଥିଲେ ଓ ଅସାମାନ୍ୟ ଅନୁଭବ ହେଉଥିଲେ ତାହା ହେଳା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *