ନମସ୍କାର ବନ୍ଧୁଗଣ ତେବେ ଅନ୍ତ୍ରରାଷ୍ଟ୍ରୀୟ ମହିଳା ଦିବସ ପ୍ରତିବର୍ଷ ୮ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ । ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ । ତେବେ ଆମେରିକାରେ ସୋସିଆଲିଷ୍ଟ ପାର୍ଟୀର ଆହ୍ୱାନରେ, ଏହି ଦିବସ ସର୍ବ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା ।
୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ କୋପେନହେଗନ ସମ୍ମିଳନରେ ଏହାକୁ ଅନ୍ତରାଷ୍ଟ୍ରୀୟର ମାନ୍ୟତା ଦିଆଗଲା । ସେହି ସମୟରେ ଏହାର ପ୍ରମୁଖ ଯୋଗ୍ୟ ସମ୍ପୂର୍ଣ୍ଣ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦିଆ ଯିବାରଥିଲା, କାରଣ ସେହି ସମୟରେ ବହୁ ଦେଶମାନଙ୍କରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ନଥିଲା । ୧୯୧୭ ମସିହାରେ ଋଷର ମହିଳାମାନେ, ମହିଳା ଦିବସରେ ରୁଟି ଏବଂ କପଡା ପାଇଁ ଆନ୍ଦୋଳନ କରିବାର ଯୋଜନା କରିଥିଲେ ।
ଏହି ଆନ୍ଦୋଳନ ମଧ୍ୟ ଐତିହାସିକ ଥିଲା । ଅନ୍ତରୀମ ସରକାର ମହିଳା ମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ । ସେହି ସମୟରେ ଋଷରେ ଜୁଲିୟନ କ୍ୟାଲେଣ୍ଡରଚଳୁଥିଲା ଏବଂ ବାକି ଦୁନିଆରେ ଗ୍ରେଗେରିୟାନ କ୍ୟାଲେଣ୍ଡର । ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ଅନ୍ତର ଥିଲା । ଜୁଲିୟନ କ୍ୟାଲେଣ୍ଡର ଅନୁସାରେ ୧୯୧୭ ଫେବୃଆରୀର ଶେଷ ପର୍ଯ୍ୟାୟ ୨୩ ଫେବୃଆରୀରେ ଥିଲା କିନ୍ତୁ ଗ୍ରେଗେରିୟାନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ୮ ମାର୍ଚ୍ଚ ଥିଲା ।
ସେହି ସମୟରେ ସମସ୍ତ ଦୁନିଆରେ, ଏମିତିକିି ଋଷରେ ମଧ୍ୟ ଗ୍ରେଗେରିୟାନ କ୍ୟାଲେଣ୍ଡର ଚଳୁଥିଲା । ଏଥିପାଇଁ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରାଗଲା । ତେବେ ୨୦୨୨ ମାର୍ଚ୍ଚ ୮ ରେ ମଧ୍ୟ ସମ୍ପୂର୍ଣ୍ଣ ବିଶ୍ଵ ରେ ମହିଳା ଦିବସ ପାଳନ କରାଯାଉଛି । ତେବେ ଏହି ସମୟରେ ପୋଲିସ କମିଶନର ତରଫରୁ ଏକ ନୂଆ ନିୟମ ଲାଗୁ ହୋଇଛି ଯେଉଁଥିରେ ସବୁ ମହିଳା ପୋଲିସ ମାନେ ବର୍ତ୍ତମାନ ବାଇକ ଧରି ଗଳି କନ୍ଦି ବୁଲି ବୁଲି ଲୋକ ମାନଂକୁ ସଚେତନ କରେଇବା ସହ ଅମାନିଆ ଲୋକଙ୍କୁ ଦଣ୍ଡ ମଧ୍ୟ ଦେବେ ।
ତେବେ ବର୍ତ୍ତମାନ ଏକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଠି ଅନେକ ମହିଳା ପୋଲିସ ମାନେ ରୋଡ଼ ରେ ଛିଡା ହୋଇ ସମସ୍ତ ଙ୍କୁ ସଚେତନ କରେଇଛନ୍ତି । ତେବେ ଗୋଟିଏ ବାଇକ ରେ ତିନି ଜଣ ବ୍ୟକ୍ତି ଯାଉଥିବା ସମୟରେ ଏହା ଟ୍ରାଫିକ୍ ନିୟମ ବିରୁଦ୍ଧରେ ଥିବାରୁ ତାକୁ ମହିଳା ପୋଲିସ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଖସି ପଳାଇଥିଲେ । ତେବେ ଏହି ପରି ନୂଆ ବ୍ୟବସ୍ଥା ଏବଂ ନୂଆ ଯୋଜନା କୁ ଆମେ ସ୍ୱାଗତ କରୁଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।