ନମସ୍କାର ବନ୍ଧୁଗଣ ତେବେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ମହାରାଷ୍ଟ୍ରରେ ଘଟିଥିବା ଏକ ଘଟଣା ଏହି ଲୋକକଥାକୁ ପ୍ରମାଣ କରିଛି । ଚିତାବାଘ ମୁହଁରୁ ନିଜ ଜୀବନ ରକ୍ଷା କରିବା ପାଇଁ ଜଣେ ମହିଳା ନଦୀ ଭିତରକୁ ଡେଇଁପଡିଥିବା ବେଳେ ତାଙ୍କୁ ୭୦ କିଲୋମିଟର ପହଁରିବାକୁ ପଡ଼ିଥିଳା ବୋଲି ଜଣାପଡ଼ିଛି । ୭୦ କିଲୋମିଟର ପହଁରିବା ପରେ ମହିଳା ନିଜର ଜୀବନ ବଞ୍ଚାଇ ପାରିଛନ୍ତି ।
୭୦କିଲୋମିଟର ମଧ୍ୟରେ ମହିଳାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲେ ବି ସେ ସାହସର ସହ ତାକୁ ସାମ୍ନା କରି ଏବେ ନିଜ ପରିବାର ପାଖକୁ ଫେରିଛନ୍ତି । ଏହି ସମୟରେ ଭଗବାନଙ୍କ ମନ୍ତ୍ର ଜପ ଏବଂ କଦଳୀ ଫାଟୁଙ୍ଗା ତାଙ୍କର ସାହାର ବନିଥିଲା ବୋଲି ସେ କହିଛନ୍ତି । ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଜଲଗାଓଁର କୋଲମ୍ବେ ଗାଁର ଏବଂ ମୃତ୍ୟୁକୁ ପରାସ୍ତ କରି ଫେରିଥିବା ମହିଳାଙ୍କ ନାଁ ହେଉଛି ଲତାବାଇ ଦିଲୀପ କୋଲୀ ।
ସୂଚନା ମୁତାବକ, ଘଟଣା ଦିନ ଲତାବାଇ ବାଦାମ ଓପାଡ଼ିବା ପାଇଁ ଚାଷ ଜମିକୁ ଯାଇଥିବା ବେଳେ ତାଙ୍କ ଆଡକୁ ଏକ କୁକୁରଟି ଜୋରରେ ଦୌଡ଼ି ଆସୁଥିବା ଦେଖିଥିଲେ । କୁକୁରଟି ଏଭଳି ଜୀବନ ବିକଳରେ କାହିଁକି ଦୌଡ଼ୁଛି ଦେଖିବା ପାଇଁ ଲତାବାଇ ଉଠିବା ପରେ କୁକୁର ପଛରେ ଚିତାବାଘ ଦୌଡ଼ୁଥିବା ଦେଖିଥିଲେ ।
ଏହା ଦେଖି ଡରିଯିବା ସହ ସେ ଚାଷ ଜମି ପାଖରେ ଥିବା ତାପି ନଦୀକୁ ଡେଇଁ ପଡ଼ିଥିଲେ । ଲତାବାଇ ନଦୀ ପାର ହୋଇ ଆରପଟକୁ ଯିବେ ବୋଲିି ଭାବିଥିଲେ । କିନ୍ତୁ ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ସେ ଭାସି ଭାସି ଆଗକୁ ଚାଲିଯାଇଥିଲେ । କିଛି ବାଟ ଯିବା ପରେ ଏକ କଦଳୀ ଫାଟୁଙ୍ଗା ମିଳିବାରୁ ଏହା ସାହାଯ୍ୟରେ ସେ ୭୦କିଲୋମିଟର ଯାଇ ପାରିଥିବା କହିଛନ୍ତି ।
ତେବେ ମଝିରେ ଜଣେ ମା’ ନିଜ ସନ୍ତାନକୁ ରକ୍ଷା କରିବା ପାଇଁ ନିଜର ଜୀବନକୁ ବି ବାଜି ଲଗାଇ ଦେଇଥାଏ । ମଧ୍ୟପ୍ରଦେଶରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମା’ ନିଜ ପିଲାକୁ ବଞ୍ଚାଇବା ପାଇଁ ଚିତାବାଘ ସହିତ ସଂଘର୍ଷ କରିଥିଲା । ମଧ୍ୟପ୍ରଦେଶର ଏକ ଗାଁର ଜଣେ ଆଦିବାସୀ ମହିଳା ଚିତାବାଘ ସହିତ ଲଢ଼ି ନିଜ ପୁଅର ଜୀବନ ବଞ୍ଚାଇଥିଲେ ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌ ହ୍ବାନ ଟୁଇଟ କରି ଏହି ମହିଳାଙ୍କ ସାହସକୁ ପ୍ରଶଂସା କରିଥିଲେ ।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୫୦୦ କିଲୋମିଟର ଦୂରରେ ଥିବା ସିଦ୍ଧି ଜିଲ୍ଲାର ସଞ୍ଜୟ ଟାଇଗର ରିଜର୍ଭ ବଫର ଜୋନରେ ଥିବା ଝରିଆ ଗ୍ରାମରେ ଏହି ଘଟଣା ଘଟିଛି । ଏଠାରେ ଆଦିବାସୀ ମହିଳା କିରଣ ତାଙ୍କ ତିନି ଜଣ ପିଲାଙ୍କ ସହ ଥଣ୍ଡା ହେତୁ ବାହାରେ ନିଆଁ ଜାଳି ବସିଥିଲେ । ତେବେ ଏହି ସମୟରେ ହଠାତ୍ ଏକ ଚିତାବାଘ ଆସି ତାଙ୍କ ୮ ବର୍ଷର ପୁଅ ରାହୁଲଙ୍କୁ ଝାମ୍ପି ନେଇଥିଲା ।
ଚିତାବାଘ ମହିଳାଙ୍କୁ ବି ଆକ୍ରମଣ କରିଥିଲା । କିନ୍ତୁ ସେ ପୁଅକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ଚିତାବାଘ ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ପୁଅର ପିଠି, ଗାଲ ଏବଂ ଆଖିରେ ବି ଆଘାତ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।