ଥରେ କି 2 ଥର ନୁହେଁ ଥାନା ଓ କୋର୍ଟରେ 4-4 ଥର ଚପଲ ଛାଡି ସାରିଲେଣି ଅର୍ଚ୍ଚନା, କଣ ରହିଛି ଏହା ପଛର ରହସ୍ୟ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ଲେଡି ବ୍ଲାକମେଲର ଅର୍ଚନା ନାଗଙ୍କର ୧ ରୁ ୨ ଥର ନୁହେଁ । ୪ ଥର ଚପଲ ଥାନା ଓ କୋର୍ଟରେ ଛାଡିବା କଥା ଏବେ ଚର୍ଚାର ବିଷୟ ପାଲଟିଛି । ସୁନ୍ଦରୀ ଅର୍ଚନାଙ୍କର କେଶ ଦିନକୁ ଦିନ ଯେତେ ବଢି ବଢି ଚାଲିଛି । ଅର୍ଚନାଙ୍କର କେସ୍ ସେତେ ଅଧିକ ଗମ୍ଭୀର ହୋଇବାରେ ଲାଗିଛି । ଏହି କେସ୍ ରେ ତନାଘନା ହୋଇ ଯେତେ ଅଧିକ ଖୋଲତାଡ କରାଯାଉଛି । ସେତେ କିଛି ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି ।

ଲେଡି ବ୍ଲାକମେଲର ଚପଲ ଛାଡିବା ପଛର ରହସ୍ୟ କଣ ! ସେ ଥର ଥରକୁ ଏହିପରି ଚପଲ ଛାଡିବା ପଛରେ କଣ ରହିଛି ଅର୍ଚନା ନାଗର ଉଦ୍ଧେଶ୍ୟ ? ସେ କୋର୍ଟ ଓ ଚପଲରେ ନିଜର ଚପଲକୁ ଛାଡୁଥିବାରୁ ସେ ଅନ୍ୟ ମାନଙ୍କୁ କଣ ଜଣାଇବାକୁ ସୂଚନା ଦେଉଛନ୍ତି । ସେହି କଥାର ଗୁମର ଖୋଲିବା ପାଇଁ ଅର୍ଚନାଙ୍କ ଉପରେ ପ୍ରଶାସନର କଡା ନଜର ରହିଛି ।

ଅର୍ଚନାଙ୍କର ଚପଲ ଛାଡିବା କଥାକୁ ନେଇ ପୁରାତନ କାଳର ଏକ ତଥ୍ୟ ମନେ ପଡିଯାଉଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯେତେବେଳେ ଜେଲ୍ ରେ ଥିଲେ । ସେ ତାଙ୍କ ପୁଅ ପ୍ରେମ ପଟ୍ଟନାୟକଙ୍କର ଜୋତା ତଳେ ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ଚିଠି ଦ୍ଵାରା ବାର୍ତ୍ତା ପ୍ରେରିତ କରିଥାନ୍ତି । ସେହିପରି କିଛି ସୁନ୍ଦରୀ ଅର୍ଚନା ନାଗ କରିବାକୁ ଯୋଜନା କରୁଛନ୍ତି କି !

ଅର୍ଚନା ତାଙ୍କ ଚପଲ ମାଧ୍ୟମରେ କିଛି ବାର୍ତ୍ତା କାହା ନିକଟକୁ ପ୍ରେରିତ କରିବା ପାଇଁ ସେ ଜାଣି ଶୁଣି ଆଉ ଚପଲ ଛାଡୁନାହାନ୍ତି ତ ! କେତେକ ଲୋକଙ୍କ କହିବା ଅନୁସାରେ ସୁନ୍ଦରୀ ଅର୍ଚନାଙ୍କ ଉପରେ ଶନିଦଶା ପଡିଛି ବୋଲି ସେ ନିଜର ପିନ୍ଧିଥିବା ଚପଲକୁ ଜନସମାଗମରେ ଛାଡୁଛନ୍ତି । କିଛି ଦିନ ପୂର୍ବେ ସେ ବାଲିଅନ୍ତା ଥାନାରେ ମଧ୍ୟ ଚପଲ ଛାଡିଥିବାର ଖବର ଶୁଣା ମିଳିଥିଲା ।

ଯେଉଁ ଚପଲ କୋର୍ଟକୁ ସୁନ୍ଦରୀ ଅର୍ଚନା ପିନ୍ଧିକି ସବୁ ଆସୁଛନ୍ତି । ସେଠାରେ କାମ ସରିଲା ପରେ ତାଙ୍କ ଚପଲକୁ ସେ ଛାଡିବାର ଦେଖି ଅନ୍ୟ କେହି କହିଲେ ମଧ୍ୟ ସେ ଚପଲକୁ ନଆଣି ସେହିଠାରେ ହିଁ ଛାଡି ଦେଇ ପଳାଇ ଆସୁଛନ୍ତି । ଅନ୍ୟ ପଖରେ ସୁନ୍ଦରୀ ଅର୍ଚନାଙ୍କର ଘରେ ଓ କାରରେ ମଧ୍ୟ କଳା ରଙ୍ଗର ଚପଲ ଟଙ୍ଗା ହୋଇଥିବାର ଦେଖିବାକୁ ମିଳୁଛି ।

ତେବେ କଣ ରହିଛି ଅର୍ଚନା ନାଗଙ୍କର ଚପଲ ଛାଡିବା ପଛର ରହସ୍ୟ ସେ ବିଷୟରେ ଆଗାମୀ ସମୟରେ ହୁଏ ତ କିଛି ସୂଚନା ମିଳିପାରେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *