Car Khana କୁ ପବ୍ଲିକ କଲେ ସପୋର୍ଟ BMC କୁ କହିଲେ ଆସିଛୁ ମାନେ ଖାଇବୁ, Neha & Rashmita

ପୁଅ ଜନ୍ମ ଦିନରେ ପବ୍ଲିକ ସପର୍ଟ ଦେଖି କାନ୍ଦିଲେ ନେହା । ତେବେ ରାଜଧାନୀର କାର ଖାନାର ନେହା ଓ ରଶ୍ମିତାଙ୍କ ଖାଦ୍ୟକୁ ନେଇ ଖୁବ ଚର୍ଚା ଲାଗି ରହିଛି । ଲୋକମାନେ ଲାଇନ ଲଗାଇ କାର ଖାନାର ଖାଦ୍ୟ ଖାଉଛନ୍ତି । ତେବେ ଏହାରି ମଧ୍ୟରେ ରୋଡ ସାଇଡରେ ପ୍ରବଳ ଭିଡ ହେଉଥିବା କାରଣରୁ ଗହଳୀ ସମସ୍ଯା ଉପୁଜିଛି । ଯାହା ପାଇଁ BMC ଅଫିସର ମାନେ ଆସି କାର ଖାନା ଉପରେ ଚଢାଉ କରି ଫାଇନ ମାଗିଛନ୍ତି । ତେବେ ଏ କଥାକୁ ନେଇ କାର ଖାନାର ନେହା ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ।

ମୋର ଆଗରୁ ହିଁ ଅଲରେଡି ଲାଇସେନ୍ସ ଥିଲା । ତଥାପି BMC ମୋ ଠାରୁ ଫାଇନ ଅଦାୟ କରିଲେ । କାରଣ ବର୍ତ୍ତମାନ ଆମେ ଯେଉଁ ସ୍ଥାନରେ କାର ଖାନା କରିଛୁ । ସେହି ସ୍ଥାନର ଲାଇସେନ୍ସ ମୋ ପାଖରେ ନାହିଁ । ଯେହେତୁ ଆମେ କାର ଖାନା ଖୋଲିଛୁ । ତେଣୁ ଆମର ସେମିତି କିଛି ନିର୍ଦ୍ଧିଷ୍ଟ ସ୍ଥାନ ନାହିଁ, ଯେ ସବୁବେଳେ ଆମେ ଗୋଟେ ଜାଗାରେ ଖାଇବାକୁ ଦେବୁ । ତାହେଲେ କଣ ଆମେ ଯେତେ ଟା ସ୍ଥାନରେ କାର ଥୋଇକି ବେପାର କରିବୁ । ସେତେଟା ଲାଇସେନ୍ସ କରିବୁ ।

ହେଲେ ଏତେ କହିବା ସତ୍ବେ ମଧ୍ୟ BMC ଆମ ମାନଙ୍କ କଥା ଶୁଣୁନାହିଁ । ତେଣୁ ମୋତେ ସେମାନେ 5 ହଜାର ଟଙ୍କା ଫାଇନ କରିଥିଲେ । ମୁଁ କିନ୍ତୁ ତାଙ୍କୁ 2 ହଜାର ଟଙ୍କା ଦେଇଛି । ଆଜି ମୋ ପୁଅର ବାର୍ଥ ଡ଼େ’ ଥିଲା । ହେଲେ BMC ଆସି ଏଠାରେ ହଙ୍ଗାମା କରିବାରୁ ଆମର ସବୁ ପ୍ଳାନ ଏପଟସେପଟ ହୋଇଗଲା । ହେଲେ ଏହି ସବୁ ଭିତରେ ପବ୍ଲିକଙ୍କର ଆମ କାର ଖାନାକୁ ଏତେ ସପର୍ଟ ଅଛି ତାହା ଦେଖି ବହୁତ ଖୁସି ଲାଗୁଛି ।

କାରଣ ଲୋକମାନେ ମଧ୍ୟ ଆମକୁ ସପର୍ଟ କରୁଛନ୍ତି । BMC ର ଚଢାଉ ସତ୍ବେ ମଧ୍ୟ କାର ଖାନା ଖୋଲାହେବା ପାଇଁ ଲୋକମାନେ କହିଥିଲେ । ନହେଲେ ଏହି ଦିନର ଖାଇବା ସବୁ ୱେଷ୍ଟ ହେଇଯାଇଥାନ୍ତା । ଏମିତିକି ଆମେ ମଧ୍ୟ ଚାହୁଁଛୁ । ଜନ ଗହଳି ନକରି ଶାନ୍ତି ଶ୍ରୁଙ୍ଖଳାର ସହ ନିଜର ବ୍ୟବସାୟ କରିବୁ । ହେଲେ ଏଥିପାଇଁ ଆମକୁ ସ୍ଵତନ୍ତ୍ର ସ୍ଥାନର ବ୍ୟବସ୍ଥା ସରକାର କରିବା ଉଚିତ । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *