ସମାଲୋଚକଙ୍କ ମୁହଁବନ୍ଦ୍ କଲେ Neha, ନାଚିକି ନୁହେଁ ଶୁଦ୍ଧ ମନରେ ରୋଷେଇ କରୁଛି… Neha Car Khana

ସମାଲୋଚକଙ୍କ ମୁହଁ ବନ୍ଦ କଲେ ନେହା ଭାଉଜ ! ରାଜଧାନୀର ବହୁ ଚର୍ଚିତ କାର ଖାନାର ନେହା ଗଣ ମାଧ୍ୟମ ସାମ୍ନାରେ ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ନେହା ଭାଉଜ କହିଛନ୍ତି । ଯେ ଯେଉଁ ମାନେ ମୋତେ ସମାଲୋଚନା କରୁଛନ୍ତି । ସେମାନେ କରିବାକୁ ଦିଅ । କାରଣ ଲୋକ ଯେତେବେଳେ ଉନ୍ନତି କରେ । ସେତେବେଳେ ତା’ ର ଗୋଡ ଭିଡିବା ପାଇଁ ବହୁତ ଲୋକ ଚାହିଁ ବସିଥାନ୍ତି । ମୋ ଖୁସି ପାଇଁ ମୁଁ ନାଚେ ଓ ଗୀତ ଗାଏ ।

ତେଣୁ ମୁଁ ଯେତେବେଳେ ଅଧିକ ଷ୍ଟ୍ରେସରେ ରହିଥାଏ । ମୋ ପୁଅ କି ମୋ ମା’ ଙ୍କ ସହ ରିଲ୍ସ କରିକି ମୁଁ ଖୁସି ପାଏ । ହେଲେ ଆମେ ଯେଉଁ କାର ଖାନା ଖୋଲିଛୁ । ସେଠି ଖାଇବା ବେଳେ ତ ଆମେ ନାଚି ନାଚି ଖାଇବା ବାଢୁ ନାହୁଁ । ଆମେ ସେହି ସମୟରେ ପ୍ରପର ୟୁନିଫର୍ମ ପିନ୍ଧି ଲୋକଙ୍କୁ ଖାଇବାକୁ ବାଢିକି ଦେଉଛୁ । ତାପରେ ବି ଯେଉଁ ଲୋକମାନେ ଆମକୁ କଣ୍ଟ୍ରୋଭର୍ସି କରିବେ । ତେବେ ସେମାନଙ୍କୁ ତାଙ୍କ କାମ କରିବାକୁ ଦିଅ ।

ଯେଉଁ ମାନେ ମୋତେ ଖରାପ କମେଣ୍ଟ କରିକି କହୁଛନ୍ତି । ସେମାନଙ୍କ କମେଣ୍ଟ ଶୁଣିକି ମୁଁ ପଛୁଆ ହେଇପାରିବି ନାହିଁ । କାରଣ ମୁଁ କିଛି ଭୁଲ କରିନାହିଁ । ମୋର ଯୋଉଟା ହବି ମୁଁ ସେଇଟା କରୁଛି । ବାହାର ଲୋକେ କଣ ଭଲ କି କଣ ଖରାପ କହିବେ ମୁଁ କଣ ନିଜକୁ ଚେଞ୍ଜ କରିଦେବି । ଯିଏ ଭଲ ଲୋକ ସେମାନେ ଜାଣିଛନ୍ତି । ମୁଁ କଣ ? ସେମାନଙ୍କ ସପର୍ଟ ମୋ ସାଥିରେ ଅଛି । ଯେଉଁ ମାନେ ମୋତେ ସୁନ୍ଦର କି ସେକ୍ସି କହୁଛନ୍ତି ।

ମୋ ସ୍ଵାମୀ ଯଦି ଏକ କଥା ଶୁଣିବ । ସେ ବି ଭାବିବେ ଯାହା ହେଉ ମୋ ସ୍ତ୍ରୀ ସୁନ୍ଦର ଆଉ ସେକ୍ଷି । ମୁଁ ତ ମୋ ସ୍ଵାମୀ ପାଇଁ ସେକ୍ସି। ବାହାର ଲୋକ କିଏ କଣ ଖରାପ କମେଣ୍ଟ କରିକି ମୋତେ କହିବ ମୋତେ ସେଥିରୁ କିଛି ବି ଫରକ ପଡେ ନାହିଁ । କାହାର ସମାଲୋଚନାରେ ମୁଁ ହାରିନଯାଇ ମୋ କାମ ମୁଁ କରି ଚାଲିବି । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *