କ୍ୟାନ୍ସର ହେବା ପୂର୍ବରୁ ଶରୀର ଦିଏ ଏହି ସବୁ ଲକ୍ଷଣ ! ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ! ନହେଲେ…(Health Tips)

ବନ୍ଧୁଗଣ ପୃଥିବୀରେ ପ୍ରତି ମିନିଟରେ ପ୍ରାୟ ୧୭ ଜଣ କର୍କଟ ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ଏହାର ମୁଖ୍ୟ କାରଣ ହେଲା ଏହି ଯେଉଁ ରୋଗୀ ମାନେ ଆସୁଛନ୍ତି ଏମାନେ ସାଧାରଣତଃ ଆଡଭାନ୍ସ ସ୍ଟେଜରେ ଆସୁଛନ୍ତି ଯାହାଦ୍ୱାରା ରୋଗ ଭଲ ହେବାର ସମ୍ଭାବନା କମ ତେଣୁ ସେହି କ୍ଷେତ୍ରରେ ସାଧାରଣତଃ ଏ ଭଳିଆ ପରିସ୍ଥିତି ସୃଷ୍ଟି ହୋଇଥାଏ । ଆମ ଶରୀରରେ ବିଭିନ୍ନ ଜୀବ କୋଷ ରହିଛି ସେହି ଜୀବ କୋଷରୁ କର୍କଟ ରୋଗ ହୋଇଥାଏ ।

କର୍କଟ ରୋଗକୁ ଚାରି ଭାଗରେ ବିଭକ୍ତ କରାଯାଇଛି ଗୋଟେ ହେଉଛି କାର୍ସିନାମା ଏହା ସାଧାରଣତଃ ଜୀବ କୋଷରୁ ଆସିଥାନ୍ତି । ଦ୍ଵିତୀୟରେ ହେଉଛି ସାର୍କୋମା ଏହା ସାଧାରଣତଃ ମସଲ୍ସରୁ ଆସିଥାନ୍ତି । ତୃତୀୟରେ ଆମ ବ୍ଲଡ଼ ସେଲରୁ ଯାହା ଆସିଥାଏ ଆମେ ତାକୁ ଲ୍ୟୁକିମା ବୋଲି କହିଥାଉ । ଆଉ ଯେଉଁ ଗୁଡିକ ଆମ ଲସିଆ ଗ୍ରନ୍ଥରୁ ଆସିଥାଏ ତାକୁ ଆମେ ଲିଭୋମା କହିଥାଉ ।

ଯଦି କୌଣସି ବ୍ୟକ୍ତିଙ୍କର ୭ଟି ଲକ୍ଷଣ ଦେଖାଦିଏ ତା ହେଲେ ତାଙ୍କୁ କର୍କଟ ରୋଗ ହୋଇଛି । ତେବେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏକ ଘା ଟି ହେଲା ସେଇଟା ବହୁତ ଦିନ ଧରି ଶୁଖିଲା ନାହିଁ । ଦ୍ଵିତୀୟଟି ହେଲା ସ୍ତନରେ ଗୋଟେ ଆବୁଟି ହୋଇଛି ସେହି ଆବୁଟି କ୍ରମଶଃ ବଢି ଚାଲିଲା ହେଲେ ସବୁ ଆବୁ ଯେ କର୍କଟ ରୋଗ ତାହା ନୁହେଁ ।

କିନ୍ତୁ ଯଦି ସ୍ତନରେ ଆବୁଟି ବଢି ଚାଲିଛି ତା ହେଲେ ଆମେ ତାକୁ ସନ୍ଦେହ କରିବା ଉଚିତ । ମହିଳା ମାନଙ୍କ କ୍ଷେତ୍ରରେ ୫୦-୫୫ ବର୍ଷରେ ଋତୁସ୍ରାବ ବନ୍ଦ ହୋଇଯାଇଥାଏ ହେଲେ ତା ପରେ ବି ଯଦି ରକ୍ତସ୍ରାବ ହୁଏ ତା ହେଲେ ପରୀକ୍ଷା କରିନେବା ଉଚିତ । ଯଦି କୌଣସି ବ୍ୟକ୍ତିଙ୍କର ଦୀର୍ଘ ଦିନ ଧରି କାସ ବା କଫ ହେଉଛି କଫରେ ରକ୍ତ ପଡୁଛି ତା ହେଲେ ସେଥିରେ ଫୁସଫୁସ କର୍କଟ ରୋଗ ହେବାର ସମ୍ଭାବନା ଅଛି ।

କୌଣସି ବ୍ୟକ୍ତିଙ୍କର ବହୁତ ଦିନ ଧରି ବଦ ହଜମି ହେଲା ଖାଦ୍ୟ ହଜମ ହେଲାନି, ବାନ୍ତି ହେଲା ତା ହେଲେ ଆମେ ସେଥିରେ ସନ୍ଦେହ କରିବା ଉଚିତ । ଯଦି କୌଣସି ବ୍ୟକ୍ତିଙ୍କ  ପରିସ୍ରା ବା ଝାଡା କରିବା ସମୟରେ ରକ୍ତ ବାହାରିବ ତଥା ବହୁତ ଦିନ ଧରି ବାହାରିବ ତା ହେଲେ ମଧ୍ୟ ସନ୍ଦେହ କରିବା ଉଚିତ । ଯଦି କୌଣସି ବ୍ୟକ୍ତିଙ୍କ ଦେହରେ ଏକ କଳା ଯାଇ ଅଛି ଓ ସେହି କଳା ଯାଇଟି କ୍ରମଶଃ ବଢିଲା ବଢିକି ଖଣ୍ଡିଆ ହେଇ ସେଥିରୁ ରକ୍ତ ବାହାରିଲା ତା ହେଲେ ସନ୍ଦେହ କରିବା ଉଚିତ ।

ହେଲେ ଏସବୁ ଲକ୍ଷଣ ଦେଖାଇବା ମାତ୍ରେ କର୍କଟ ରୋଗ ଅଛି ତାହା ନୁହେଁ କିନ୍ତୁ ଆମେ ସଙ୍ଗେ ସଙ୍ଗେ ପରୀକ୍ଷା କରି ନେବା ଉଚିତ । ଏବେ ବହୁତ କର୍କଟ ରୋଗ ଭଲ ହେଇ ପାରୁଛି । ଯଦି ଆମେ ପ୍ରଥମ ବା ଦ୍ଵିତୀୟ ଅବସ୍ଥାରେ ଚିକିତ୍ସା ନେଇପାରିବା ତା ହେଲେ କର୍କଟ ରୋଗ ଭଲ ହେବାର ଅଧିକ ସମ୍ଭାବନା ଅଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *