ଚାହୁଁ ଚାହୁଁ ବୁଡ଼ିଗଲା ‘ମୋ ବସ୍‌’ ରାସ୍ତା ମଝିରେ ପହଁରିଲେ ଲୋକ…ଦେଖନ୍ତୁ Video

ବନ୍ଧୁଗଣ ବୁଡ଼ିଗଲା ଅଣ୍ଡରପାସ । ଫସି ରହିଲା ମୋ ବସ୍ । ପ୍ରବଳ ବର୍ଷା ଯୋଗୁଁ ଖୋର୍ଦ୍ଧା ସୀତାରାମ ଛକ ନିକଟ ଅଣ୍ଡରପାସ ରେ ୧୫ ଫୁଟ ଉଚ୍ଚ ର ପାଣି ଜମି ରହିଛି । ଜଟଣୀ ରୁ ପିପିଲି କୁ ସଂଯୋଗ କରୁଥିବା ରାସ୍ତା ର ସୀତାରାମ ଛକ ନିକଟ ଅଣ୍ଡରପାସ ରେ ପାଣି ଜମି ରହିଛି । ତେବେ ଅଣ୍ଡରପାସ ରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଅଣ୍ଡରପାସ ଦେଇ ଅତିକ୍ରମ କରୁଥିବା ମୋ ବସ୍ ଟି ଫସି ଯାଇଥିଲା ।

ତେବେ ବୁଡ଼ି ଯାଇଥିବା ଯାତ୍ରୀ ଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଯାତ୍ରୀ ମାନେ ଉଦ୍ଧାର ପାଇ ଯାଇଛନ୍ତି । କାରଣ ବସ ଟି ଯେତେବେଳେ ଅଟକି ଯାଇଥିଲା ଏବଂ ଷ୍ଟାର୍ଟ ଫେଲୱର ହୋଇଥିଲା ସେହି ବସ ଭିତରେ ଥିବା ସମସ୍ତ ଯାତ୍ରୀ ସେତେବେଳେ ବିପଦାଵସ୍ଥା କୁ ଚାଲି ଆସିଥିଲେ ।

କିନ୍ତୁ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଲୋକ ମାନଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ବସ ଟି ସେଠାରେ ଫସି ରହିଛି । ଅଗ୍ନିଶମ ବାହିନୀ ଏବଂ ରେଲୱେ ର ଦୁଇଟି ପମ୍ପ ବର୍ତ୍ତମାନ ଲାଗି ରହିଛି ପାଣି ର ନିଷ୍କାସନ କରିବା ନିମନ୍ତେ । ସାମାନ୍ୟ ବର୍ଷା ହେଲେ ମଧ୍ୟ ଏହି ଅଣ୍ଡରପାସ ଭିତରେ ପାଣି ପସିଯାଏ ଏବଂ ଏହି କାରଣରୁ ବହୁତ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି ।

ତେଣୁ ଆଜି ର ଏହି ଘଟଣା ମଧ୍ୟ ନିଶ୍ଚିତ ଭାବରେ ବିପଦଜନକ ଥିଲା । ଯଦିଓ ଲୋକମାନେ ବସ ଭିତରୁ ଉଦ୍ଧାର ହୋଇ ଯାଇଛନ୍ତି । କିନ୍ତୁ ଘଣ୍ଟାଘଣ୍ଟା ଲୋକ ଅପେକ୍ଷା କରିବେ ଏବଂ ବସ ରୁ ପାଣି ବାହାର କରିବେ । ପାଣି ବାହାରିବା ପରେ ହିଁ ପୁଣିଥରେ ଗମନାଗମନ ହେବ । ନଚେତ ସବୁକିଛି ହୋଇଯିବ । ତେବେ ବସ ଡ୍ରାଇଭର ଙ୍କ ଏଭଳି ଏକ ଦୁଃସାହସ ଅନ୍ୟ ଯାତ୍ରୀ ମାନଙ୍କର ଜୀବନ ପ୍ରତି ବିପଦ ଆଣିଥିଲା ।

କିନ୍ତୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ହିଁ ଯାତ୍ରୀ ମାନଙ୍କ ଜୀବନ ରକ୍ଷା ହୋଇ ପାରିଛି । ତେବେ ବର୍ତ୍ତମାନ ପାଣି ନିଷ୍କାସନ ର ପ୍ରକ୍ରିୟା ଚାଲିଛି । ଏଥିପାଇଁ କିଛି ସମୟ ଲାଗିବ । ତେବେ ପ୍ରାୟତଃ ଏହି ସ୍ଥାନରେ ଏଭଳି ଘଟଣା ଘଟୁଛି । ଏହାର କୌଣସି ସ୍ଥାୟୀ ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇ ନାହିଁ । ତେଣୁ ଲୋକମାନେ ସବୁବେଳେ ବିପଦ ର ସମ୍ମୁଖରେ ହେଉଛନ୍ତି । ତେବେ ଏହାର ନିରାକରଣ ନିମନ୍ତେ ସରକାର ନିଶ୍ଚିତ ଭାବରେ କିଛି ପଦକ୍ଷେପ ଗ୍ରହଣ କରିବା ଉଚିତ ।

Leave a Reply

Your email address will not be published. Required fields are marked *