ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ କଟକ ଜିଲ୍ଲା ବାଙ୍କିରୁ ଆସିଛି ଏକ ଛାତି ଥରେଇ ଦେଲା ଭଳି ଖବର । ଗୟଳବାଙ୍କରେ ଜଣେ ବ୍ୟକ୍ତିଙ୍କୁ ଅଜଗର ଗିଳି ଦେଇଥିବା ସୂଚନା ମିଳିଛି । 77 ବର୍ଷୀୟ ଜଣେ ବୃଦ୍ଧଙ୍କୁ ଏକ ବିରାଟକାୟ ଅଜଗର ସାପ ଗିଳି ଦେଇଥିବା କୁହା ଯାଉଛି । ସାନୁ ମୁଣ୍ଡଳି ଗାଁର ଏହି ବୃଦ୍ଧ ଜଣକ ଜଣେ ଲୁଗା ବିକାଳି ବୋଲି ଜଣା ପଡିଛି । ଗତ କାଲି ଠାରୁ ସେ ନିଖୋଜ ଥିଲେ ।
ଚନ୍ଦକା ଡମପଡା ଅଞ୍ଚଳରେ ଆଦିବାସୀ ଗାଁକୁ ଲୁଗା ବ୍ୟବସାୟ କରିବାକୁ ସେ ଜଙ୍ଗଲ ପାଖ ଦେଇ ଯାଇଥିବା ବେଳେ ସେ ନିଖୋଜ ହୋଇଯାଇଛନ୍ତି ବୋଲି କୁହା ଯାଉଛି । ଏ ସମ୍ପର୍କରେ ପରିବାର ଲୋକ ପୋଲିସକୁ ସୂଚନା ଦେବା ପରେ ପୋଲିସ ଏବେ ତଦନ୍ତ କରୁଛି । ସନ୍ଧାନୀ କୁକୁର ସହାୟତାରେ ପୋଲିସ ଲୁଗା ବ୍ୟବସାୟୀଙ୍କୁ ଖୋଜା ଖୋଜି କରୁଥିବା ବେଳେ ଘଟି ଥିଲା ଏକ ଅଦ୍ଭୁଦ ଘଟଣା ।
କୁକୁରଟି ଶୁଙ୍ଗି ଶୁଙ୍ଗି ଯାଇ ଏକ ବିରାଟକାୟ ଅଜଗର ସାପ ପାଖରେ ପହଞ୍ଚି ଥିଲା । ଆପଣ ଏ ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏ ଭିଡିଓରେ ଥିବା ସାପ ପେଟରେ ଏମିତି କିଛି ରହିଛି ଯେଉଁଥିରୁ ସନ୍ଦେହ ହେଉଛି ସାପଟି ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଗିଳି ଦେଇଛି । ବନ୍ଧୁଗଣ ଏ ସାପ ପେଟରେ ନିଶ୍ଚିନ୍ତ ରୂପେ ଏକ ମଣିଷ ଥିବା ଭଳି ଦେଖା ଯାଉଛି । ତେଣୁ ସନ୍ଦେହ ଦୃଢ ହେଉଛି ଯେ, ସେହି ଲୁଗା ବିକାଳି ବୃଦ୍ଧଙ୍କୁ ସାପଟି ଗିଳି ଦେଇଛି ।
ସନ୍ଦେହ ଘନୀଭୂତ ହେବାର ଆହୁରି ମଧ୍ୟ କାରଣ ହେଉଛି ସାପ ଠାରୁ ମାତ୍ର କିଛି ଦୂରରେ ବୃଦ୍ଧଙ୍କ ସାଇକେଲ, ଚପଲ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପଡି ରହିଛି । ଯେଉଁଥିରୁ ସ୍ପର୍ଷ୍ଟ ଜଣା ପଡୁଛି ସେହି ଅଜଗର ସାପଟି ବୃଦ୍ଧ ଲୁଗା ବିକାଳିଙ୍କୁ ଗିଳି ଦେଇଛି । ଆଉ ଏ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।