ବନ୍ଧୁଗଣ ଗତ କିଛି ଦିନ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଗତ ରବିବାର ଦିନ ଜଣେ ଲୁଗା ବିକାଳି ଲୁଗା ବିକ୍ରି କରିବାକୁ ଯାଇଥିଲେ ଆଜିକୁ 6 ଦିନ ବୀତିଲାଣି ହେଲେ ସେ ଘରକୁ ଫେରି ନାହାନ୍ତି । ତେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ବାରଙ୍ଗ ଥାନା ଅନ୍ତର୍ଗତ ସାନ ମୁଣ୍ଡଳି ଗାଁର ନନ୍ଦ କିଶୋର ବେହେରା । ତେବେ ନନ୍ଦ କିଶୋରଙ୍କ ବୟସ ହେଉଛି 75 ବର୍ଷ ।
କୁହାଯାଉଛି ସେ ଘରୁ ବାହାରି ଲୁଗା ବିକ୍ରି କରିବା ପାଇଁ ଚନ୍ଦକା ଡମପଡା ଅଭ୍ୟାରଣ ଭିତରେ ଥିବା ପିଠା ଖିଆ, ଦାହାଣୀ ଗାଡିଆ, ବେହେଣ୍ଡା ସାହି, ନୂଆ ଖୁଅ ଓ ଢୋଲ କାଠ ଆଧି ଅଞ୍ଚଳକୁ ସେ ରବିବାର ଦିନ ଲୁଗା ବିକ୍ରି କରିବାକୁ ଯାଇଥିଲେ । ହେଲେ ଏମିତି କଣ ହେଲା ସେ ଘରକୁ ଫେରିଲେ ନାହିଁ ଏହା ପରେ ଘର ଲୋକ ତାଙ୍କୁ ଖୋଜା ଖୋଜି କରିଥିଲେ । ବହୁତ ଖୋଜା ଖୋଜି କରିବା ପରେ ତାଙ୍କ ପରିବାର ଲୋକ ଥାନାକୁ ଯାଇଥିଲେ ଏବଂ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ।
ଲୁଗା ବିକ୍ରି କରିବା ପାଇଁ ଘରର ମୁଖିଆ ଯାଇଛନ୍ତି ହେଲେ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି ତାହା ତାଙ୍କର ଅଭିଯୋଗ ଥିଲା । ବନ୍ଧୁଗଣ ଏହାରି ମଧ୍ୟରେ ନନ୍ଦ କିଶୋରଙ୍କୁ ନେଇ ଏକ ମିଛ ଗୁଜବ ଲୋକ ମାନଙ୍କୁ ବିଚଳିତ କରିଛି । କିଛି ଗଣମାଧ୍ୟମ ନନ୍ଦଙ୍କ ବିଷୟରେ ମିଛ ଖବର ପ୍ରସାରଣ କରିଥିଲେ । ସେମାନଙ୍କର କହିବାର ଥିଲା କି ନନ୍ଦଙ୍କୁ ଏକ ଅଜଗର ସାପ ଗିଳି ଦେଇଛି । ଯେଉଁ ସ୍ଥାନରେ ନନ୍ଦଙ୍କ ଗାଡି ଜବତ ହୋଇଥିଲା ତା ଠାରୁ 1200 ମିଟର ଦୂରରେ ଏକ ଅଜଗର ସାପ ମିଳିଥିଲା ।
ଅଜଗର ସାପଟି କିଛି ଖାଦ୍ୟ ଖାଇଥିବାରୁ ତାର ପେଟ ଫୁଲି ଥିଲା ତେଣୁ ସମସ୍ତେ ଗୁଜବ କରିଲେ ଯେ, ନନ୍ଦଙ୍କୁ ସେହି ସାପ ଖାଇଦେଇଛି । ହେଲେ ଏହା ସଂପୂର୍ଣ୍ଣ ମିଛ । ଏହି ଘଟଣା ଘଟିବା ପରେ ସ୍ନେକ ହେଲ୍ପ ଲାଇନର ଏକ୍ସପର୍ଟ ସୁବେନ୍ଧୁ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତାଙ୍କର କହିବା ମୁତାବକ, ଜଣେ ବୃଦ୍ଧ ନିଜ ଗାଡି ରଖି ଏତେ ବାଟ ଆସି ପାରିବେ ନାହିଁ ଆଉ ସେ କହିଛନ୍ତି ଅଜଗର ବୃଦ୍ଧଙ୍କୁ ଗିଳି ନାହିଁ ଏହା ହେଉଛି ସଂପୂର୍ଣ୍ଣ ମିଛ ।
ହେଲେ ଏହି ଗୁଜବ ପ୍ରଚାର ହେବା ପରେ ନନ୍ଦ କିଶୋରଙ୍କ ପରିବାର ଲୋକ ଏବେ ଚିନ୍ତାରେ ପଡି ଯାଇଛନ୍ତି । ନନ୍ଦଙ୍କୁ ଖୋଜିବା ପାଇଁ ପୋଲିସ ଓ ବନ ବିଭାଗ କର୍ମଚାରୀ ମାନେ ଆପ୍ରାଣ ଚେଷ୍ଟା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।