‘କି ଯୁଗ ହେଲା ଇଏ ? ଶ୍ଵଶୁର ଆଗରେ ବୋହୁ ଛୋଟ ଡ୍ରେସ ପିନ୍ଧି….’ ଆଇନଜୀବୀ Byomkesh Tripathy

ନମସ୍କାର ବନ୍ଧୁଗଣ ତେବେ ବାଲିଅନ୍ତା ଅଞ୍ଚଳର ଏକ ପାରିବାରିକ ମାମଲାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଟଣାଟି ହେଉଛି, ପୁଅ ବିଦେଶରେ ଚାକିରି କରୁଥିବାରୁ ଭାରତରେ ରହି ପାରୁନାହାନ୍ତି । ତେଣୁ ଭୁବନେଶ୍ବରରେ ଶାଶୁ, ଶ୍ଵଶୁର ଏବଂ ବୋହୂ ଭୁବନେଶ୍ବରରେ ଏକାଠି ରହୁଛନ୍ତି । ବୋହୂ ଇଂଜିନିୟରିଂ କରିବା ସମଯରୁ ତାଙ୍କର ମଦ-ୟ ପାନ କରିବା, ସିଗ-ଆରେଟ ଏବଂ ହୁକା ଟାଣିବା ଆଦି ଅଭ୍ଯାସ ଥିଲା ।

ତେଣୁ ବୋହୂ ତାଙ୍କ ରୁମ୍ ରେ ସିଗ-ଆରେଟ ଓ ହୁକା ଆଦି ଟାଣିବା ସହ ମଦ-ୟପାନ କରନ୍ତି । ତେବେ ତାଙ୍କ ପୁଅ ଯେବେ ଆସନ୍ତି ପୁଅ-ବୋହୂ ଉଭୟ ମିଶି ମଦ ପିଅନ୍ତି ଓ ସିଗ-ଆରେଟ ଟାଣନ୍ତି । ଏକଥା ପ୍ରଥମେ ଶାଶୁ ଶ୍ଵଶୁର ଜାଣି ପାରୁ ନଥିଲେ । କିନ୍ତୁ ପରେ ଯେତେବେଳେ ଜାଣିଲେ ଏପରି କରିବା ପାଇଁ ସେମାନେ ବୋହୂକୁ ବାରଣ କଲେ । ହେଲେ ପର ମୂହୁର୍ତ୍ତରେ ବୋହୂ ତାଙ୍କ ସାଙ୍ଗସାଥିଙ୍କୁ ଘରକୁ ଆଣି ସେମାନଙ୍କ ସହ ପାର୍ଟି କଲେ ।

ଶାଶୁ ଶ୍ଵଶୁର ବୋହୂକୁ ତାଗିଦ କରିବାରୁ ବୋହୂ ଜବାବ ଦେଇଥିଲେ କି, “ମୁଁ ତ ବାହାରେ ଯାଇ ଏସବୁ କରୁନି ଘରେ କରୁଛି । ତେବେ ବାହାଘର କରିବା ପୂର୍ବରୁ ଆପଣ କଣ ମୋତେ ପଚାରିଥିଲେ କି ମୁଁ ମଦ ସିଗ-ଆରେଟ ଆଦି ଖାଉଛି କି ନାହିଁ ?” ତେଣୁ ବର୍ତ୍ତମାନ ସମାଜରେ ଏଭଳି ପରିସ୍ଥିତି ଆସିଲାଣି କେହି ଯଦି ପୁଅ ପାଇଁ ବୋହୂ ଠିକ କରୁଛନ୍ତି ସେତେବେଳେ ସେ ନିଶା ଖାଆନ୍ତି କି ନାହିଁ ତାଙ୍କୁ ପଚାରିବାକୁ ପଡିବ ।

ଏହି ମାମଲାକୁ ନେଇ ବୋହୂ ଶାଶୁ ଶ୍ଵଶୁରଙ୍କୁ ପଚାରିଛି କି, ମୁଁ ବୋହୂ ହେଲି ବୋଲି କାହିଁକି ମଦ ପିଇ ପାରିବନି ? ଆପଣଙ୍କ ପୁଅ ସିଗ-ଆରେଟ ଟାଣୁନି ବୋଲି କଣ ଗ୍ୟାରେଣ୍ଟି ଅଛି ?ତେବେ ଏହାକୁ ନେଇ ବୋହୂ ଓ ଶାଶୁ ଶ୍ଵଶୁରଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହିଲା ଓ ବୋହୂକୁ ସେମାନେ ନିର୍ଯ୍ୟାତନା ଦେବା ସହ ଖରାପ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଲେ ।

ଶାଶୁ ଶ୍ଵଶୁର ଯେତେବେଳେ ଥାନାରେ ଯାଇ ବୋହୂ ନାଁରେ ଏତଲା ଦେଲେ ସେତେବେଳେ ପୋଲିସ ଓଲଟା ତାଙ୍କୁ କହିଲା କି, ଆମେ ନିରୁପାୟ କିଛି କରିପାରିବୁ ନାହିଁ । ବୋହୂ ଛୋଟ ଛୋଟ ଡ୍ରେସ ପିନ୍ଧି ଆମ ଆଗରେ ଚାଲୁଛି ବୋଲି ଶାଶୁ ଶ୍ଵଶୁର ଅଭିଯୋଗ କରିବାରୁ ପୋଲିସ କହିଲା, ସେ ଯାହାବି କରୁ ଆପଣଙ୍କର ସେଥିରେ କଣ ଅଛି ?

ତେବେ ଓଲଟା ଏବେ ବୋହୂ ଯଦି ଆପଣଙ୍କ ନାଁରେ କେସ୍ କରିବ ତେବେ ଆପଣ ଅସୁବିଧାରେ ପଡିବେ ବୋଲି କହିଥିଲା ପୋଲିସ । ଏହାପରେ ଶାଶୁ ଶ୍ଵଶୁର ଘରଛାଡି ଅନ୍ୟତ୍ର ରହିଲେ । ବୋହୂ ଆହୁରି ସ୍ଵାଧୀନତା ପାଇ ଅନ୍ୟ ପୁରୁଷଙ୍କ ସହ ଗୋଆ ବୁଲିବାକୁ ଚାଲିଗଲା । ଏମିତି ବୋହୂର ବ୍ୟବହାରକୁ ନେଇ ଶାଶୁ ଶ୍ଵଶୁର ଅତିଷ୍ଠ ହୋଇପଡିବା ପରେ ଏବେ କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *