‘ଦେହଜୀବୀ ବୋଲି ଆମର 22 ବର୍ଷର ଘରକୁ ଭାଙ୍ଗି ଆମକୁ ବେସାହାରା କରିଦେବ, ଏବେ କିଏ ଆମକୁ ସାହା ହେବ, କିଏ ଏବେ ଆମକୁ…’

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦର୍ଶକ ବନ୍ଧୁ ହକି ବିଶ୍ଵ କପକୁ ଦ୍ରୁଷ୍ଟିରେ ରଖି ରାଜଧାନୀରେ ବିଭିନ୍ନ ସମୟରେ ଉଚ୍ଛେଦ କରାଯାଉଛି ଏବଂ ବିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।

ରାସ୍ତା କଡରେ ଥିବା ଦୋକାନ ବଜାର ଉଠା ଯାଉଛି ଏବଂ ଘର ଗୁଡିକ ଭାଙ୍ଗି ଦିଆ ଯାଉଛି । ଯଦି ଆମେ ଦେଖିବା ସତସଙ୍ଗ ମନ୍ଦିର ପାଖରେ ଯେଉଁ ସବୁ ଦେହାଜୀବୀ ମାନେ ସରକାରୀ ଜାଗାରେ ଘର କରି ରହୁଥିଲେ ସେମାନଙ୍କ ଘର ମଧ୍ୟ ଭାଙ୍ଗି ଦିଆ ଯାଇଛି । ବନ୍ଧୁଗଣ ଦେହାଜୀବୀ ମାନେ ଏବେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ଆଗରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଦେହାଜୀବୀ ମାନେ କହିଛନ୍ତି-‘ଆମେ ଏଠି 8 ବର୍ଷ ହେଲା ରହିଲୁଣି । ଆମେ ଏଠି ଦେହାଜୀବୀ ବ୍ୟବସାୟ କରୁଛୁ । ଯଦି କରୁଛୁ ଆମକୁ ସୁପ୍ରିମ କୋର୍ଟରୁ ଅର୍ଡର ଦିଆ ଯାଇଛି । ହେଲେ ଆମ ଘରକୁ ସରକାର ବା ବିଏମସି ଯେଉଁ ଭାଙ୍ଗି ଭୁଙ୍ଗୀ ଦେଲେ ହକି ଖେଳ ପାଇଁ ଆମେ ଏବେ କଣ କରିବୁ । ଆମେ ଏବେ କେଉଁ ଜାଗାକୁ ଯିବୁ । ଆମେ ତ ଯିବା ପାଇଁ କୌଣସି ବାଟ ନାହିଁ ଆମେ ଏହି ଜାଗାରେ ସାରା ରାତି ପଡିକି ରହିଲୁ ।

ଆମେ କଣ ଖାଇବୁ କେଉଁଠି ରହିବୁ । କାଲି ରାତି ଏମିତି ମେଲାରେ ଆମେ ମାନେ ରହିଲୁ । ସରକାର ଆମ ପାଇଁ କଣ କରୁଛନ୍ତି ଯଦି ସୁପ୍ରିମ କୋର୍ଟରୁ ଆମ ପାଇଁ ଅର୍ଡର ଆସିବା ପରେ ସରକାର ଏମିତି କାଣ୍ଡ କରିବେ ତା ହେଲେ ଆମେ ଆଉ କାହାକୁ ମାନିବୁ । ଆମେ ଚାହୁଁଛୁ ଆମକୁ ଥଇଥାନ କରାଯାଉ । ଆମେ କୁଆଡେ ଯିବୁ ତେଣୁ ଆମକୁ ସରକାର ତରଫରୁ ଏଠି ଥଇଥାନ କରାଯାଉ ।

ଆମେ ଦାବି କରୁଛୁ ଆମକୁ ଘର ଦିଆ ଯାଉ । ଏଠି ଆମେ ନ ଖାଇ ନ ଶୋଇ ପଡି ରହିଛୁ କିଏ ଦେଖୁଛନ୍ତି । ଆଗେ ସେମାନେ ଥଇଥାନ କରିଥାନ୍ତେ ତା ପରେ ଉଚ୍ଛେଦ କରିଥାନ୍ତେ । ଆମେ 22 ବର୍ଷ ହେଲାଣି ଅଛୁ ଏଠି । ଆମ ପାଖରେ ସବୁ ପରିଚୟ ପତ୍ର ଅଛି । ହେଲେ ଦେହାଜୀବୀ ବୋଲି ଘର ଭାଙ୍ଗିଦେଲେ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *