ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟ ରେ ଅଧିକାଂଶ ଆକ୍ସିଡେଣ୍ଟ କେସ ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ଲୋକମାନେ ନିଜ ମନ ଇଚ୍ଛା ରେ ଗାଡ଼ି ର ସ୍ପୀଡ଼ ବଢ଼ାଇ ରାସ୍ତା ରେ ଚଳାଉଛନ୍ତି । ଯାହାଦ୍ୱାରା ଆକସ୍ମିକ ଦୁର୍ଘଟଣା ର ଶିକାର ମଧ୍ୟ ହେଉଛନ୍ତି । ପ୍ରାୟ ୭୦% ଆକ୍ସିଡେଣ୍ଟ କେସ ଦେଖିବାକୁ ମିଳିଥାଏ ଯେଉଁଥିରେ ଲୋକମାନେ ନିଜର ପ୍ରାଣ ମଧ୍ୟ ହରାଇଥାନ୍ତି ଏବଂ ଏଭଳି କିଛି କେସ ମଧ୍ୟ ଦେଖିବାକୁ ମିଳିଥାଏ
ଯେଉଁଥିରେ ବାଇକ ସ୍ପୀଡ଼ ଚଳାଇବା ଦ୍ୱାରା ଆକ୍ସିଡେଣ୍ଟ ହୋଇ ଗୁରୁତର ଅବସ୍ଥା ରେ ଲୋକମାନେ ସମ୍ପୂର୍ଣ୍ଣ ଜୀବନ ପାଇଁ ଅଚଳ ପାଲଟି ଯାଆନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।
ତେବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କୁ ଦର୍ଶନ ସାରି ଫେରୁଥିବା ସମୟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଯାଜପୁର ଜିଲ୍ଲା ଛତିିଆର ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ଭଟ୍ଟ ସାଗର ବଜାରରେ ଦେଖିବାକୁ ମିଳିଛି ଏଭଳି ଭୟଙ୍କର ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି ବେଆଇନ ପାର୍କିଂ ସମସ୍ୟା ।
ଏହି ଅଞ୍ଚଳରେ ଅସମ୍ଭାଳ ବେଆଇନ୍ ପାର୍କିଂ ଯୋଗୁଁ ଦିନକୁୁ ଦିନ ଏଠାରେ ଦୁର୍ଘଟଣା ବୃଦ୍ଧି ପାଉଛି । ସୂଚନା ମୁତାବକ, ଆଜି ସକାଳୁ ଭୁବନେଶ୍ୱରରୁ ଏକ କାର ଯୋଗେ ୩ଜଣ ମା ବିରଜାଙ୍କ ଦର୍ଶନ ପାଇଁ ବାହାରିଥିଲେ । ଫେରିବା ସମୟରେ ଛତିଆ ଭଟ୍ଟସାଗର ବଜାରରେ ଗାଡ଼ି ରଖି ଜଳଖିଆ ଖାଇବାକୁ ଗାଡିରୁ ବାହାରୁ ଥିବା ବେଳେ ହଠାତ ଅସାବଧାନତା ଯୋଗୁଁ ଗାଡିଟି ପଛକୁ ଗଡି ଯାଇଥିଲା ।
ଏହି ସମୟରେ ପଛପଟୁ କାରକୁ ଧକ୍କା ଦେଇଥିଲା ଦୃତ ଗତିରେ ଆସୁଥିବା ଏକ ଟ୍ରକ । ତେବେ ଫଳ ରେ ଗାଡିରୁ ଦୁଇ ଜଣ ଛିଟିକି ଟ୍ରକ ସମ୍ମୁଖରେ ପଡ଼ି ମୃତ୍ୟୁବରଣ କରିଛନ୍ତି । ତେବେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ବା ଜାତୀୟ ରାଜପଥ କର୍ତ୍ତୁପକ୍ଷ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ବିଶେଷ କରି ଛତିଆ ବଜାର ନିକଟ ରାଜପଥରେ ବେଆଇନ୍ ପାର୍କିଂ ଦେଖିବାକୁ ମିଳିଥାଏ । କିନ୍ତୁ ସ୍ଥାନୀୟ ବଇରୀ ଥାନା ବା ଛତିଆ ପୋଲିସ୍ ବିଟ୍ ହାଉସ ପକ୍ଷରୁ ଏହି ବଜାରରେ କୌଣସି ଗାର୍ଡ ବା ଟ୍ରାଫିକର ବ୍ୟବସ୍ଥା ହେଉନଥିବା ବେଳେ ଏଭଳି ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।