କେମିତି ବିନା ଚାଳକରେ ଗୋଟିଏ ରାଜ୍ୟରୁ ଆଉ ଗୋଟେ ରାଜ୍ୟରେ ପହଞ୍ଚିଗଲା ଟ୍ରେନ,ଚିନ୍ତାରେ ଷ୍ଟେସନ ମାଷ୍ଟର !

ବିନା ଲୋକ ପାଇଲଟରେ ଦୌଡିଲା ଟ୍ରେନ ! ଜମ୍ମୁ ରୁ ପହଞ୍ଚି ଗଲା ପଞ୍ଜାବ ! ହଁ ଆଜ୍ଞା ସବୁ ଷ୍ଟେସନରେ ଟ୍ରେନଟିକୁ ଅଟକାଇବାକୁ ଚେଷ୍ଟା କରାଯାଉଥିଲା । ତଥାପି ଟ୍ରେନଟି ଅଟକୁ ନଥିଲା । ପ୍ରଥମେ ଷ୍ଟେସନରୁ ଧୀରେ ଧୀରେ ଗଡିବା ପାଇଁ ଆରମ୍ଭ କରିଥିଲା । ତାପରେ ଦେଖୁ ଦେଖୁ ବିନା ଚାଳକରେ ଟ୍ରେନଟି ଆଗକୁ ଆଗକୁ ଗଡିବାରେ ଲାଗିଥିଲା । ସବୁ ଷ୍ଟେସନରେ ଟ୍ରେନଟିକୁ ରୋକାଯିବାକୁ ଅନେକ ଚେଷ୍ଟା ମଧ୍ୟ କରାଯାଉଥିଲା ।

ହେଲେ ଟ୍ରେନଟି ନରହି ଜାମୁରୁ ଯାଇ ପଞ୍ଜାବରେ ପହଞ୍ଚି ଯାଇଥିଲା । ଟ୍ରେନଟି ପାଖାପାଖି 70 ରୁ 80 କିଲୋମିଟର ଗଡିକି ଚାଲିଯାଇଥିଲା । ରୋଡ୍ ଡାଉନ କାରଣରୁ ଟ୍ରେନଟି ଆଗକୁ ମାଡି ଯାଇଥିଲା । ଖବର ମୁତାବକ ଜାମୁ କାଶ୍ମୀରର ଏକ ରେଳ ଷ୍ଟେସନରେ ଛିଡା ହୋଇଥିବା ଏକ ମାଲଗାଡି ଅଚାନକ ପଠାନକୋଟ ଆଡକୁ ଯାତ୍ରା କରିବାରେ ଲାଗିପଡିଥିଲା । ଡ୍ରାଇଭର ଯେତେବେଳେ ତାଙ୍କର ସିଟ୍ ଛାଡିକି ଓହ୍ଲାଇଥିଲେ ।

ସେତେବେଳେ ସେ ହ୍ୟାଣ୍ଡ ବ୍ରେକ ଦେବାକୁ ଭୁଲିଯାଇଥିଲେ । ଯାହା ଫଳରେ ଗଡାଣିଆ ଥିବା କାରଣରୁ ଟ୍ରେନଟି ଗଡି ଗଡି ଆଗକୁ ମାଡି ଚାଲିଥିଲା । ତାପରେ ଟ୍ରେନଟି ଜାମୁରୁ ଯାଇ ପଞ୍ଜାବରେ ପହଞ୍ଚିଯାଇଥିଲା । ବିନା ଲୋକ ପାଇଲଟରେ ଟ୍ରେନଟି ଆଗକୁ ଗଡିଯାଇଥିଲା । ତାପରେ ଏହି ଘଟଣାଟି ବହୁତ ଚର୍ଚା ହେବାରେ ଲାଗିଯାଇଥିଲା । ତାପରେ ଟ୍ରେନଟିକୁ ପଞ୍ଜାବର ମୁକୁରିଆ ଠାରେ ଅଟକା ଯାଇଥିଲା । ହେଲେ ଏହା ପୂର୍ବରୁ ଅନେକ ଗୁଡିଏ ଷ୍ଟେସନ ଅତିକ୍ରମ କରି ଟ୍ରେନଟି ଆଗକୁ ବଢିଯାଇଥିଲା ।

ହେଲେ ସବୁ ଷ୍ଟେସନରେ ଟ୍ରେନଟିକୁ ରୋକାଯିବା ପାଇଁ ଅନେକ ସାରା ଉଦ୍ୟମ କରାଯାଉଥିଲା । ହେଲେ ଟ୍ରେନଟିର ଗତି ଏତେ ମାତ୍ରାରେ ବଢିଯାଇଥିଲା । ଯେ ତାହାକୁ ଅଟକାଇବା ଏତେ ସହଜ ନଥିଲା । ତାପରେ ବହୁତ ଚେଷ୍ଟା କରାଯାଇ ଟ୍ରେନଟିକୁ ରୋକାଯାଇଥିଲା । ତେବେ ଏହି ଘଟଣା ପରେ ରେଳ ସୁରକ୍ଷା ବିଭାଗ ଉପରେ ଅନେକ ପ୍ରଶ୍ନ ଉଠିଛି ? ତାପରେ ଏହି ଘଟଣା ପାଇଁ ରେଳ ବିଭାଗ ତରଫରୁ ଏହା ଉପରେ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି । ଯାହାଙ୍କର ତ୍ରୁଟି କାରଣରୁ ଏଭଳି ଏକ ଘଟଣା ଘଟିଯାଇଛି । ତଦନ୍ତ ପରେ ତାଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *