ସମୁଦ୍ର ଭିତରେ ବୁଡି ଭଗବାନ କୃଷ୍ଣଙ୍କ ଦ୍ୱାରିକା ନଗରୀ ଦେଖିଲେ… PM Narendra Modi

ସମୁଦ୍ର ଭିତରେ ବୁଡି କୃଷ୍ଣଙ୍କ ଦ୍ଵାରିକା ଦେଖିଲେ ମୋଦୀ ! ସମୁଦ୍ର ଭିତରେ ଏବେ ପର୍ଯ୍ୟନ୍ତ ବି ସେମିତି ହୋଇ ରହିଛି ଦ୍ଵାରିକା ନଗରୀ ! ଖବର ମୁତାବକ ସମୁଦ୍ର ଭିତରେ ବୁଡି ରହିଥିବା ଦ୍ବରିକ ନଗରୀକୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯୁଗଯୁଗ କାଳରୁ କିପରି ଭାବରେ କୃଷ୍ଣଙ୍କ ନଗରୀ ଦ୍ଵାରିକା ନଗରୀ ସମୁଦ୍ର ମଧ୍ୟରୀ ବୁଡି ଯାଇଛି । ଦ୍ଵାରିକା ନଗରୀକୁ ଦେଖିବା ପାଇଁ ଅନେକଙ୍କ ମନରେ ଇଛା ମଧ୍ୟ ରହିଥାଏ । କୃଷ୍ଣଙ୍କର ସେହି ସୁନ୍ଦର ଦ୍ଵାରିକା କିପରି ଥିଲା ?

ଏହି ଦ୍ଵାରିକା ନଗରୀକୁ ଦେଖିବ ଏପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନରେ ଅନେକ ଉତ୍ସାହ ଥିଲା । ସେଥିପାଇଁ ତ ଦ୍ଵାରିକା ନଗରୀ ଦର୍ଶନ କରିବାକୁ ଯାଇଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗଭୀର ସମୁଦ୍ରର ଜଳ ମଧ୍ୟରେ ବୁଡି ଯାଇ ଭଲ ଭାବରେ ଅତି ପାଖରୁ ଦ୍ଵାରିକା ନଗରୀକୁ ଦେଖିଥିଲେ । ଏଥିସହ ସେଠାରେ ଶ୍ରୀକୃଷ୍ଣଙ୍କ ମଧ୍ୟ ପୂଜା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଖବର ମୁତାବିକ ଗୁଜୁରାଟରେ 2 ଦିନିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଗତ ରବିବାର ସକାଳୁ କୁଚ ଉପସାଗର ଭାରତର ଦୀର୍ଘତମ କେବୁଲ ସେତୁ ଦର୍ଶନ ସେତୁର ଉଦ୍ଘାଟନ କରିଥିଲେ । ତାପରେ ସେଠାରୁ ଦ୍ଵାରିକା ଯାଇ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସମୁଦ୍ର ମଧ୍ୟରେ ଦର୍ଶନ କରିବା ସହ ତାଙ୍କର ପୂଜା କରିଛନ୍ତି । ଗଭୀର ପାଣି ମଧ୍ୟରେ ବୁଡି ରହି ଦ୍ବରିକ ଅଞ୍ଚଳକୁ ବୁଲି ଦେଖିଛନ୍ତି । ଏଥିସହ ପାଣି ମଧ୍ୟରୁ ବାହାରି ସୋସିଆଲ ମିଡିଆରେ ନିଜର ଅନୁଭୂତିକୁ ମଧ୍ୟ ଶେୟାର କରିଛନ୍ତି । ସମୁଦ୍ରରେ ବୁଡି ରହିଥିବା ଦ୍ଵାରିକା ନଗରୀକୁ ଦେଖି କିଭଳି ଭାବରେ ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହାପରେ ତାଙ୍କ ମନ ମଧ୍ୟରେ ଭକ୍ତିଭାବ ସଂଚାର ହୋଇଥିଲା । ଏହି ସବୁ ଅନୁଭୂତିକୁ ସୋସିଆଲ ମିଡିଆରେ ସେ ଶେୟାର କରିଥିଲେ । ପାଣି ମଧ୍ୟରେ ବୁଡି ରହିଥିବା ଦ୍ଵାରିକା ନଗରୀରେ ପ୍ରାଥନା କରିବାର ଅନୁଭୂତି ବହୁତ ସୁନ୍ଦର ଥିଲା । ଅଧ୍ୟାତ୍ମିକତା, ମହାନତା ଏବଂ କାଳଜୟୀ ଭକ୍ତିର ଏକ ପ୍ରାଚୀନ ଯୁଗ ସହ ମୁଁ ନିଜକୁ ସାମିଲ କରିପାରିଛି ବୋଲି ମୁଁ ଅନୁଭବ କରିଥିଲି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅନୁଭୂତିରେ କହିଥିଲେ । ଏଥିସହ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ଆଶ୍ରୀବାଦ ଦିଅନ୍ତୁ ବୋଲି ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *