ତୁଳସୀ ଗଣନାଟ୍ୟ କାହିଁକି ଛାଡୁଛନ୍ତି Piyush Tripathi, ଖୋଲି କହିଦେଲେ ଅସଲ କାରଣ…Piyush

ତୁଳସୀ ଗଣନାଟ୍ଯ କାହିଁକି ଛାଡୁଛନ୍ତି ପୀୟୂଷ ତ୍ରିପାଠୀ ! ଯାତ୍ରା ଦୁନିଆର ବହୁତ ଲୋକପ୍ରିୟ ଅଭିନେତା ହେଉଛନ୍ତି ପୀୟୂଷ ତ୍ରିପାଠୀ । ତାଙ୍କର କଥା ହେଉ ଅବା ଅଭିନୟ ସବୁରି ମାଧ୍ୟମରେ ସେ ଲୋକଙ୍କୁ  ବାନ୍ଧି ରଖିଥାନ୍ତି । ତେବେ ଗଣ ମାଧ୍ୟମର ଇଣ୍ଟରଭିୟୁରେ ଅଭିନେତା ପୀୟୂଷ ତ୍ରିପାଠୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି । ଅଭିନେତା ପୀୟୂଷଙ୍କ କହିବା ଅନୁଯାଇ ତୁଳସୀ ଗଣନାଟ୍ଯ ଯେତେବେଳେ ପଡେ । ସେତେବେଳେ ଯାତ୍ରା ଦେଖିବା ପାଇଁ ଦର୍ଶକଙ୍କର ଭିଡ ଦେଖିବାକୁ ମିଳେ ।

ଯେହେତୁ ମୁଁ ମଧ୍ୟ ସେହି ପାର୍ଟିରେ କାମ କରୁଛି । ଏଇଟା ମୋ ପାଇଁ ବହୁତ ଭଲ କଥା । ତେଣୁ ପୀୟୂଷ ପାଇଁ ଯାତ୍ରା ଦେଖିବାକୁ ଦର୍ଶକଙ୍କର ଭିଡ ଲାଗିବା ଠାରୁ ଅଧିକ ତୁଳସୀ ଗଣନାଟ୍ଯର ଯାତ୍ରା ପାର୍ଟି ପାଇଁ ଦର୍ଶକଙ୍କର ଅଧିକ ଭିଡ ଯମୁଛି କହିଲେ ଚଳେ । କାରଣ ତୁଳସୀ ଗଣନାଟ୍ଯ ପ୍ରତି ଲୋକଙ୍କର ସବୁବେଳେ ଭଲ ପାଇବା ରହି ଆସିଛି । ଆମର ଯାତ୍ରା ପାର୍ଟି ଯେତେବେଳେ ପଡେ । ସେତେବେଳେ ଆମ ପାର୍ଟି କାହା ସହ ପ୍ରତିଯୋଗୀତା କରିବାକୁ ଚାହେଁ ନାହିଁ ।

ଆମେ ଆମର ପାର୍ଟି ପାଇଁ ପରିଶ୍ରମ କରୁଛୁ । ଅନ୍ୟ ଲୋକମାନେ ତାଙ୍କ ପାର୍ଟି ପାଇଁ ପରିଶ୍ରମ କରୁଛନ୍ତି । ତେଣୁ ଦର୍ଶକ ଯାହାକୁ ପସନ୍ଦ କରିବେ । ସେଠାରେ ହାଉସ ଫୁଲ୍ ରହିବ । ହେଲେ ମୁଁ ତୁଳସୀ ଗଣନାଟ୍ଯ ଛାଡିବାକୁ ଯାଉଛି । ମୁଁ ଯାତ୍ରା ଜଗତରୁ ବାହାରି ଅନ୍ୟ କୌଣସି ସଂସ୍ଥାକୁ ଯାଉ ନାହିଁ । ବଂର ଗୋଟିଏ ଯାତ୍ରା ପାର୍ଟି ଛାଡି ଅନ୍ୟ ଏକ ଯାତ୍ରା ପାର୍ଟିକୁ ଯିବାକୁ ଚାହୁଁଛି । କାରଣ ଜଣେ କଳାକାର ହିସାବରେ ମୋର ମଧ୍ୟ କିଛି ମତ ଆଉ ସ୍ଵାଧୀନତା ରହିଛି ।

ତୁଳସୀ ଗଣନାଟ୍ଯ ମାଲିକଙ୍କର ମୋ ପ୍ରତି ବହୁତ ଭଲ ପାଇବା ରହିଛି । ଯଦି ମୁଁ ତାଙ୍କୁ କିଛି କହିବାକୁ ଚାହେଁ । କାଳେ ତାଙ୍କୁ ଖରାପ ଲାଗିବ ବୋଲି ତାଙ୍କୁ କିଛି କହିପାରେ ନାହିଁ । ତ ଏହାରି ମଧ୍ୟରେ ମୁଁ ଫିଲ୍ କଲି । ଯେ ମୋତେ ବ୍ରେକ ଦରକାର ତେଣୁ ମୁଁ ଏ ଯାତ୍ରା ପାର୍ଟି ଛାଡି ଅନ୍ୟ ଏକ ଯାତ୍ରା ପାର୍ଟିକୁ ଯିବି । ଯଦି ଦର୍ଶକ ଆଗକୁ ରାଣୀ ପଣ୍ଡା ଆଉ ମୋତେ ଗୋଟେ ଯାତ୍ରାରେ ଦେଖିବାକୁ ଚାହିଁବେ । ତେବେ ଆମେ ମିଶି କାମ କରିବୁ । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *