ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଭାଇରାଲ ହେଉଥିବା ଭିଡିଓରେ ହରଡଘଡାରେ ଜେଲର କଇଦିଙ୍କୁ ଜେଲ ବାହାରକୁ ନେଉଥିଲେ । ନିଜ ଘରୋଇ କାମରେ ଲଗାଉ ଥିଲେ । ଆଉ ଏହି ସୁଯୋଗରେ ଚମ୍ପଟ ମାରିଲା କଇଦି । ଧାନ ବିଲରେ ଜେଲର ମାଡାମ ହେଲେ ଝାଳନାଳ । ଚାଷ କରିବାକୁ ଯାଇ ବିଲରୁ ଚମ୍ପଟ ମାରିଲା କଏଦୀ । ଆଣ୍ଠୁଏ କାଦୁଅରେ ପଶି ଘାଣ୍ଟି ହେଲେ ମାଡାମ । ଜେଲ ଛାଡି କଏଦୀକୁ ବିଲରେ ଖୋଜିଲେ ମାଡାମ ।
କଏଦୀ କରିବେ କାମ ଆଉ ମାଡାମ ଖାଇବେ କଙ୍କଡା ଝୋଳ । ଟାଣ ଖରା ସାଙ୍ଗକୁ ପଚ ପଚ କାଦୁଅ ବିଲରେ ବୁଲୁ ଛନ୍ତି ଜେଲର ଖାଲି ପାଦରେ ଇଆଡେ ସିଆଡେ ଧାଉଁ ଛନ୍ତି । ଧଇଁ ସଇଁ ହୋଇ କଏଦୀକୁ ଖୋଜୁ ଛନ୍ତି କ୍ୟାମେରା ଦେଖି ମୁହଁକୁ ଢାଙ୍କୁ ଥିବା ଏହି ମହିଳା ଜଣକ ହେଲେ ଜେଲର ପ୍ରିୟମ୍ବଦା ପଣ୍ଡା । ବାଲେଶ୍ଵର ଜିଲ୍ଲା ସୋରୋ ଉପକାରାଗାରରେ ଘଟିଛି ଏଭଳି ଘଟଣା ।
ଗତ ଗୁରୁବାର ଜଣେ ବିଚାରଧିନ କଏଦୀ ପ୍ରିୟମ୍ବଦାଙ୍କ ବିଲରୁ ମାରିଛି ଚମ୍ପଟ । ଆଉ ଏହା ପରେ ଖରାରେ ଜେଲର ସେହି କଏଦୀକୁ ଖୋଜା ଖୋଜି କରୁଥିବା ଦେଖିବାକୁ ମିଳିଛି । ଏନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ମୁହଁରେ କପଡା ଦେଇ ଚାଲି ଯାଉଛନ୍ତି ପ୍ରିୟମ୍ବଦା ମାଡାମ । ଦୀର୍ଘ ଅନେକ ବର୍ଷ ହେବ କଏଦୀ ମାନଙ୍କୁ ଜେଲର ପ୍ରିୟମ୍ବଦା ମୁଲିଆ ଭଳି କାମ କରାଉ ଥିବା ଅଭିଯୋଗ ହୋଇ ଆସୁଛି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ପ୍ରତିଦିନ ଜେଲରଙ୍କ ଘରକୁ ଆସନ୍ତି କଏଦୀ । ଆଉ ଘର କାମ ସହ କରନ୍ତି ଚାଷ କାମ ।
ଅନ୍ୟ ପଟେ ସ୍ଥାନୀୟ ଲୋକଙ୍କ କହିବା କଥା ଅନେକ ସମୟରେ କଏଦୀ ମାନଙ୍କୁ ହଇରାଣ କରିବା ସହ ନିମ୍ନ ମାନର ଖାଦ୍ୟ ଖାଇବାକୁ ଦିଆଯାଏ । ଅନେକ କଏଦୀ ନିର୍ଯାତନା ସହି ନ ପାରି ଫେରାର ହୋଇଯାନ୍ତି ତ ଆଉ କିଏ ଆତ୍ମହତ୍ୟା କରିଦିଏ । ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।