ବାଇକ ଚାଲୁଥିଲା… ସାପ ଚୋଟ ମାରି ଚାଲିଥିଲା…ଆଉ ତା’ପରେ ଯାହା ହେଲା ନା ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୁଖ୍ୟତଃ କହିବାକୁ ଗଲେ ନାନା ପ୍ରକାରର ଘଟଣା ମାନ ଘଟିଥିବାର ଖବର ମିଳିଥାଏ । ମାତ୍ର ଏଭଳି ଘଟଣା ପ୍ରଥମ ଥର ନିମନ୍ତେ ସାମ୍ନା କୁ ଆସିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ପୁରୀ ଜିଲ୍ଲା ଡେଲାଙ୍ଗ ସଡାଙ୍ଗୋଇର ଏକ ଫର୍ଣ୍ଣିଚର ଦୋକାନରୁ ମୋଟର ସାଇକେଲ ଧରି ଘରକୁ ଖାଇବାକୁ ବାହାରିଥିଲେ ସୁକାନ୍ତ ସାମନ୍ତରାୟ ।

ସେ ମାତ୍ର ୧୦୦ ମିଟର ଯାଇଥିଲେ ଏବଂ ଅଚାନକ ଡାହାଣ ଗୋଡରେ ସାପ ଚୋଟ ମାରିବା ଭଳି ଅନୁଭବ କରିଲେ । ସେ ଏହାକୁ ଖାତିର ନ କରି ପୁଣି ଆଗକୁ ବଢି ଚାଲିଲେ । ଆଉ ୧୦୦ ମିଟର ଯାଇଛନ୍ତି କି ନାହିଁ ପୁଣି ସମାନ ଜାଗାରେ ଆଉ ଏକ ଚୋଟ । ଏହାପରେ ସେ ଡାହାଣ ଗୋଡ କୁ ଅନାଇ ଦେଖିଲେ ଏବଂ ସେ ଦେଖିବାକୁ ପାଇଲେ ଯେ ତାଙ୍କ ଗୋଡରୁ ରକ୍ତ ଝରୁଛି ଆଉ ଫଣା ଟେକି ଛିଡା ହୋଇଛି ନାଗ ।

ପ୍ରାଣବିକଳରେ ମଟର ସାଇକେଲ ଛାଡି ଚାଲିଗଲେ ସୁକାନ୍ତ ନାମକ ବ୍ୟକ୍ତି । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରାୟ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ନେଇ ସେଠାରେ ଚିକିତ୍ସ୍ୟା ପରେ ବର୍ତ୍ତମାନ ସୁସ୍ଥ ଅଛନ୍ତି ସୁକାନ୍ତ । ସାପ ଟି କିନ୍ତୁ ସେହି ଭଳି ଗାଡି ମଧ୍ୟରେ ରହିଥାଏ । ସେ ଗାଡି ଛାଡିବାକୁ ନାରାଜ ପ୍ରାୟ ।

ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ଫୋନ କରି ଏହି ଘଟଣା ସମ୍ବନ୍ଧରେ ଜଣାଇଥିଲେ । ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୋଢଙ୍ଗାଇ ଗ୍ରାମରେ ପହଞ୍ଚିଥିଲେ । ମାତ୍ର ସେହି ସମୟରେ ଗାଡି ଚେନ ସର୍କିଟ ମଧ୍ୟରେ ପଶିଯାଇଥିଲା ସାପଟି ।

ଏହାପରେ ଚେନ ସର୍କିଟ ଖୋଲି ସାପଟିକୁ ବାହାର କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ । ସାପଟି ଚେନ ସର୍କିଟ ରେ ପେଶୀ ହୋଇଯାଇଥିବାରୁ ତାହାର ବଞ୍ଚିବା ମୁସ୍କିଲ । ମାତ୍ର ସବୁଠାରୁ ବଡ କଥା ଯେ ଚଳନ୍ତା ବାଇକ ରେ କାହାକୁ ସାପ କାମୁଡିବା ବୋଧ ହୁଏ ଏହା ପ୍ରଥମ ଘଟଣା ଅଟେ । ତେବେ ବନ୍ଧୁଗଣ ଏହି ଦୁର୍ଘଟଣା ସମ୍ବନ୍ଧୀୟ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *