ବିଧାୟକଙ୍କ ଏମିତି ଅମାନବୀୟ କାଣ୍ଡ ଦେଖି ଗର୍ଜିଲେ କଂଗ୍ରେସ ବିଧାୟକ Sura Routray, ଆଉ ଯାହା କହିଲେ ଶୁଣିଲେ ଆପଣ କରିବେ ପ୍ରଶଂସା…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ସର୍ଵଦା ଲୋକ ମାନଙ୍କୁ ସାହାଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ତେବେ ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ସେ ବହୁତ ଥର ମିଡ଼ିଆ ରେ ନିଜର ଅସଭ୍ୟ ବ୍ୟବହାର କିମ୍ବା ଗାଳି ଗୁଲଜ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି କିନ୍ତୁ ସେଥିପାଇଁ ସେ ଭୁଲ ମଧ୍ୟ ମାଗି ନେଇଥାନ୍ତି । ଯେ କୌଣସି ସ୍ଥିତ ରେ ତାଙ୍କର ମତ ମିଡିଆ ନିଶ୍ଚିତ ଭାବରେ ଜାଣିବାକୁ ଚାହିଁଥାଏ । ତେବେ ଆପଣ ମାନେ ତ ବାଣପୁର ରେ ଘଟିଥିବା ଜଘନ୍ୟ କାଣ୍ଡ ସମ୍ବନ୍ଧରେ ଅବଗତ ଥିବେ । ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ମଦ ପିଇ ଲୋକ ମାନଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ ।

ଏହାପରେ ତାଙ୍କୁ ବିଜେଡ଼ି ଦଳ ରୁ ବହିଷ୍କାର କରାଯାଇଥିଲା ଏବଂ କିଛି ଦିନ ପୂର୍ବରୁ ଏଭଳି ଜଘନ୍ୟ ଘଟଣା ଘଟାଇ ଥିବାରୁ ସ୍ଥାନୀୟ ବାସିନ୍ଦା ଙ୍କ ଠାରୁ ନିଧୁମ ମାଡ଼ ଖାଇଥିଲେ ବିଜେଡ଼ି ବିଧାୟକ । ଏହି ସମ୍ବନ୍ଧରେ କଂଗ୍ରେସ ନେତା ସୁର ରାଉତରାୟ ଙ୍କ ମତ ମିଡିଆ ଜାଣିବାକୁ ଚାହିଁଥିଲା ଏବଂ ତାଙ୍କୁ ପ୍ରଶ୍ନ କରିଥିଲା । ତେବେ ଏହା ଉପରେ କଂଗ୍ରେସ ନେତା ସୁର ରାଉତରାୟ କଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆସନ୍ତୁ ବିସ୍ତାର ରୂପରେ ଜାଣିବା ।

ତେବେ ବନ୍ଧୁଗଣ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ,”ମଦ ପିଇ ଜବରଦସ୍ତ ଲୋକ ମାନଙ୍କ ଉପରେ ଗାଡ଼ି ଚଢ଼ାଇ ଜଗଦେଵ ଲୋକ ମାନଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି । ସେଠିକାର ଲୋକ ମାନଙ୍କୁ ମୋର ଧନ୍ୟବାଦ, ଯେଉଁ ଭଳି ଭାବରେ ତାଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ସେ ଆଉ ଜୀବନ ରେ ଏଭଳି କାଣ୍ଡ କରିବ ନାହିଁ । ତାଙ୍କ କହିବାନୁଯାୟୀ, ଜୀବନ ସାରା ରାଜନୀତି ରେ ରାକ୍ଷସ ଗିରି କରି ଆସୁଥିଲେ ପ୍ରଶାନ୍ତ ଜଗଦେବ ।

ବର୍ତ୍ତମାନ ଲୋକ ମାନଙ୍କ ଠାରୁ ସେହିପରି ସେ ରାକ୍ଷସ ଭଳି କୁଟା ଖାଇଛନ୍ତି । ଏହାପରେ ସେ କିଛି ବି ଅପରାଧ କରିବା ପୂର୍ବରୁ ଭାବିଚିନ୍ତି କରିବେ । ତାଙ୍କର ଖେଳ ବର୍ତ୍ତମାନ ସରି ଯାଇଛି । ” ଏହିପରି ଭାବରେ ସୁର ରାଉତରାୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *